ଭୁୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦ ଲାଗି ଆସନ୍ତା ନଭେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ସେଦିନ ସକାଳ ୯.୩୦ ମିନିଟ୍ ରେ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ବାଚସ୍ପତିଙ୍କ ଏହି ନିର୍ଦ୍ଦେଶନାମାକୁ ବିଧାନସଭା ସଚିବ ଆଜି ବିଧାନସଭା ସଦସ୍ୟମାନଙ୍କୁ ଚିଠି ଜରିଆରେ ଅବଗତ କରିଛନ୍ତି ।
ଏଥିରେ କୁହାଯାଇଛି,
”I am directed to inform you that as per provisions contained in Art. 178 of the constitution of India read with Rule 7(1) and Rules of Procedure and Conduct of Business in the Odisha Legislative Assembly, Hon’ble Speaker has been pleased to fix the 21 November, 2023(Tuesday) 09.30 AM for election of Deputy Speaker,”
ସୂଚନାଯୋଗ୍ୟ, ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିଲେ । ସେବେଠାରୁ ଏହି ପଦବୀ ଖାଲି ପଡ଼ିଛି ।