Tuesday, February 10, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୁରୁଜୀରୁ ଗୁରୁଦାୟିତ୍ୱ: ମୋହନ ମାଝୀ ମୁଖ୍ୟମନ୍ତ୍ରୀ

କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ

by Our Correspondent
11 Jun, 2024- 07:06 PM
in Latest News, News, Politics
1 min read
0
ଗୁରୁଜୀରୁ ଗୁରୁଦାୟିତ୍ୱ: ମୋହନ ମାଝୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସବୁ ଉତ୍କଣ୍ଠା, ପ୍ରତୀକ୍ଷା ଓ କଳ୍ପନାଜଳ୍ପନାର ଅବସାନ । ଟାଣୁଆ ଆଦିବାସୀ ନେତା ମୋହନ ଚରଣ ମାଝୀ ହେବେ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ବିଧାନସଭା ଆସନରୁ ଚାରି ଥରର ବିଧାୟକ ଶ୍ରୀ ମାଝୀ ଓଡ଼ିଶାରେ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେେବେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କୁ ସର୍ବସମ୍ମତ ନେତା ନିର୍ବାଚିତ କରାଯାଇଛି । ଦଳର ବରିଷ୍ଠ ନେତା ତଥା ପାଟଣାଗଡ଼ରୁ ୬ ଥର ନିର୍ବାଚିତ ହୋଇଥିବା କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ାରୁ ପ୍ରଥମ ଥର ବିଧାୟକ ହୋଇଥିବା ପ୍ରଭାତୀ ପରିଡ଼ାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି ।

୫୨ ବର୍ଷ ବୟସ୍କ ମୋହନ ମାଝୀ ଅତି ସାଧାରଣ ପରିବାରରୁ ଆସିଛନ୍ତି । କେନ୍ଦୁଝର ଜିଲ୍ଲା ରାଇକଳା ଗାଁରେ ତାଙ୍କର ଜନ୍ମ । ଛାତ୍ର ଜୀବନରୁ ଆରଏସଏସ ନୀତି ଆଦର୍ଶରେ ଅନୁପ୍ରାଣିତ ମୋହନ ପାଠପଢ଼ା ସାରିଲା ପରେ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକତା କରିଥିଲେ । ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ପାଦ ଦେଇ ୧୯୯୭ ମସିହାରେ ସରପଞ୍ଚ ହୋଇଥିଲେ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ କେନ୍ଦୁଝର ଆସନରୁ ସେ ବିଜେପି ଟିକେଟ୍ ରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ୨୦୦୪ରେ ମଧ୍ୟ ବିଧାୟକ ହୋଇଥିଲେ । ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସେ ମେଣ୍ଟ ସରକାରରେ ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ରେ ତୃତୀୟ ଥର ପାଇଁ ବିଧାୟକ ହୋଇ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ କାମ କରିଥିଲେ । ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହ ଅତ୍ୟନ୍ତ ପ୍ରଭାବୀ ଢ଼ଙ୍ଗରେ ସେ ନିଜର ଦାୟିତ୍ୱ ତୁଲାଇଥିଲେ ।

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଘରେ ମାଆ, ବଡ଼ଭାଇ, ଭାଉ, ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଏବଂ ଦୁଇ ପୁଅ ଅଛନ୍ତି । ତାଙ୍କର ବଡ଼ପୁଅ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସାନପୁଅ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି । ଉଭୟ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ।

ଆସନ୍ତାକାଲି ଅପରାହ୍ନ ୫ଟାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଜନତା ମଇଦାନରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାରୋହରେ ଉପସ୍ଥିତ ରହିବେ ।

Previous Post

ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କୁ ପୂର୍ବ ବିଭାଗ, ଜୁଏଲଙ୍କୁ ଆଦିବାସୀ ବ୍ୟାପାର

Next Post

ମୋହନ ମାଝୀ ସରକାରଙ୍କ ଶପଥ

Next Post
ମୋହନ ମାଝୀ ସରକାରଙ୍କ ଶପଥ

ମୋହନ ମାଝୀ ସରକାରଙ୍କ ଶପଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA