ଭୁବନେଶ୍ୱର: ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ । ସେହିଭଳି ଫେବ୍ରୁଆରୀ ୨୦ରୁ ନବମ ଶ୍ୟେଣୀ ପରୀକ୍ଷା ହେବ । ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ୨୫ ଯାଏଁ ଚାଲିବ । ୯ରୁ ୧୪ ଯାଏଁ ପ୍ରାକ୍ଟିକାଲ୍ ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।







