Tuesday, February 10, 2026 07:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତିନି ଦିନର ତିନିଟି ଯନ୍ତ୍ରଣା

ଲୋକଙ୍କ ସରକାରରେ ଲୋକଙ୍କ କଥା

by Samar Pradhan
10 Feb, 2026- 05:11 PM
in Latest News, News
1 min read
0
ତିନି ଦିନର ତିନିଟି ଯନ୍ତ୍ରଣା

ଭୁବନେଶ୍ୱର: ରବିବାର ଦିନ ବାଙ୍କୀ ଅଞ୍ଚର ୩୨ ବର୍ଷୀୟ ଯୁବକ ଅମୀୟ ରଞ୍ଜନ ସିଂହ ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ନିଜକୁ ଜାଳିଦେଲେ । ଏଭଳି ଚରମ ନିଷ୍ପତ୍ତି ପଛରେ ଥିଲା ତାଙ୍କର ଦାରିଦ୍ର୍ୟ ଏବଂ ବେକାରୀ ଜୀବନ କାହାଣୀ । ଚାକିରି ନ ପାଇ ହତାଶ ହୋଇଯାଇଥିଲେ ଅମୀୟ ।

ସୋମବାର ଦିନ ରାଜଧାନୀ ଭରତପୁର ଅଞ୍ଚଳରେ ଥିବା ଏକ ସରକାରୀ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିମିଷକେ ଅପହରଣ ହୋଇଗଲେ । ସ୍କୁଲ ଛୁଟି ପରେ ସ୍କୁଲ ବସ୍ ରେ ସେ ଘରକୁ ଆସିବା କଥା । ମାତ୍ର ସ୍କୁଲ୍ ବସ୍ ମିସ୍ ହୋଇଯିବାରୁ ଘରକୁ ଫୋନ୍ କରି ସ୍କୁଲ ସମ୍ମୁଖରେ ବାପାଙ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ସେହି ସମୟରେ ରାସ୍ତାରେ ବାଇକ୍ ରେ ଯାଉଥିବା ଦୁଇଜଣ ଯୁବକ ତାଙ୍କୁ ଟେକି ନେଇ ପଳାଇଲେ । ଦୀର୍ଘ ୫ ଘଣ୍ଟା ପରେ ରାତି ସାଢ଼େ ୯ଟା ବେଳକୁ ଦୁବୃର୍ତ୍ତଦ୍ୱୟ ଝିଅଟିକୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଛାଡ଼ି ଛୁ ମାରିଲେ ।

ମଙ୍ଗଳବାର(ଆଜି) ସକାଳୁ ସକାଳୁ ସୋସିଆଲ ମିଡିଆରେ ଏକ ଦାରୁଣ ଦୃଶ୍ୟ ଘୂରି ବୁଲୁଛି । କଟକ ବଡ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧା ତାଙ୍କ ବେଡ୍ ରେ ଛାଟିପିଟି ହୋଇ ତଳକୁ ଖସିପଡୁଛନ୍ତି । ହାତରେ ସାଲାଇନ୍, ମୁହଁରେ ଅକି୍ସଜେନ୍ ଲାଗିବା ଅବସ୍ଥାରେ ଏହି ବୃଦ୍ଧ ପ୍ରାୟ ୩ ଫୁଟ ଉଚ୍ଚ ବେଡ୍ ରୁ ଖସିପଡ଼ିଲା ପରେ ତାଙ୍କର କ’ଣ ଅବସ୍ଥା ହୋଇଛି ଜଣାପଡ଼ି ନ ଥିଲେ ମଧ୍ୟ କଟକ ଭଳି ରାଜ୍ୟର ସର୍ବୋତ୍ତମ ସରକାରୀ ଡାକ୍ତରଖାନାରେ ଏଭଳି ଦାୟିତ୍ୱହୀନତା ରୋଗୀଙ୍କ ପାଇଁ ଯମ ଯନ୍ତ୍ରଣାଠାରୁ କମ୍ ହୋଇ ନ ପାରେ ।

ତିନି ଦିନର ଏହି ତିନିଟି ଘଟଣା ଆମ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା ଏବଂ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ବୟାନ କରୁଛି । ଏହି ତିନୋଟି ଘଟଣା ଏକ ଉଦାହରଣ ମାତ୍ର । ପ୍ରତିଦିନ ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଖବର ମାନ ଆସିବାରେ ଲାଗିଛି ।

ନାରୀ ନିର୍ଯ୍ୟାତନା ଘଟଣା ବଢ଼ି ଚାଲିଛି । ସବୁ ମାମଲା ପୁଲିସରେ ରିପୋର୍ଟ ହେଉନାହିଁ କି ଗଣମାଧ୍ୟମରେ ଆସୁ ନାହିଁ । ମାତ୍ର ଯେତିକି ଆସୁଛି ବିଚଳିତ କଲା ଭଳି । ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁଯାୟୀ, ଗତ ୧୫ ମାସରେ ଓଡ଼ିଶାରେ ୩୭,୬୧୧ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ୪ ହଜାରରୁ ଅଧିକ ଦୁଷ୍କର୍ମ ହୋଇଛି । ଖୋଦ୍ ରାଜଧାନୀ ଅବସ୍ଥା ନ କହିବା ଭଲ । ସହର ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି । ହତ୍ୟା, ଅପହରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ଘଟଣା ନିତିଦିନିଆ ହୋଇଯାଇଛି । ପୁଲିସକୁ ଅପରାଧୀଙ୍କର ଖାତିର ନାହିଁ ।

ରାଜ୍ୟରେ ବେକାରୀର ବିକଳ ଚିତ୍ର ନିକଟରେ ସମ୍ବଲପୁର, ଝାରସୁଗୁଡ଼ା ଓ ମୟୁରଭଞ୍ଜରେ ଦେଖିବାକୁ ମିଳିଥିଲା । ସମ୍ବଲପୁରରେ ୧୮୭ ହୋମଗାର୍ଡ ଚାକିରି ପାଇଁ ୮ ହଜାରରୁ ଅଧିକ ଉଚ୍ଚଶିକ୍ଷିତ ଆଶାୟୀ ପରୀକ୍ଷା ଦେଇଥିବା ବେଳେ ଝାରସୁଗୁଡ଼ାରେ ୧୦୨ ହୋମଗାର୍ଡ ଚାକିରି ପାଇଁ ୪ ହଜାର ଏବଂ ମୟୁରଭଞ୍ଜରେ ୩୧୦ ହୋମଗାର୍ଡ ଚାକିରି ପାଇଁ ୨୦ ହଜାର ପରୀକ୍ଷାର୍ଥୀ ଥିଲେ । ଅନ୍ୟପକ୍ଷରେ ପୁଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ଯୋଗୁଁ ଆଶାୟୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାର ଏହି ବ୍ୟବସ୍ଥାକୁ ସଜାଡ଼ି ଆଶାୟୀମାନଙ୍କୁ ସୁଯୋଗ ଦେବା ବଦଳରେ ଅବସରପ୍ରାପ୍ତ ପୁଲିସ ବାବୁମାନଙ୍କୁ ଥଇଥାନ କରିବାକୁ ନିକଟରେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ୨ ଲକ୍ଷ ୫ ହଜାରରୁ ଅଧିକ ଚାକିରି ଖାଲି ପଡ଼ିଥିବା ବିଧାନସଭା ତଥ୍ୟରେ କୁହାଯାଇଛି ।

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସମସ୍ତଙ୍କ ଦେହସୁହା ହୋଇଗଲାଣି । ଯେଉଁଠି କଟକ ବଡଡାକ୍ତରଖାନା ଆଇସିୟୁ ବେଡ୍ ରୁ ରୋଗୀ ତଳେ ଖସି ପଡୁଛନ୍ତି ସେଠି ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା କଥା ନ କହିବା ଭଲ । ତଥ୍ୟ ଅନୁଯାୟୀ, ସରକାରୀ ଡାକ୍ତରଖାନାରେ ୬୦ ପ୍ରତିଶତ ଡାକ୍ତରୀ ପଦ ଖାଲି ପଡ଼ିଛି । ୧୫,୭୭୪ ଡାକ୍ତର ରହିବା ଜାଗାରେ ଅଛନ୍ତି ମାତ୍ର ୬,୨୭୧ ଡାକ୍ତର । ୯,୫୦୩ ଡାକ୍ତରଙ୍କର ଅଭାବ ଅଛି । ନିଅଣ୍ଟିଆ ଫାର୍ମାସିଷ୍ଟ, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ଆହୁରି ଅଧିକା । କେଉଁଠି ଆମ୍ବୁଲାନସ୍ ଥିଲେ ଡ୍ରାଇଭର ନାହାନ୍ତି ତ ଆଉ କେଉଁଠି ଆମ୍ବୁଲାନସ୍ ଥିଲେ ତେଲ ପକାଇବାକୁ ପଇସା ନାହିଁ । ଗୋଟେ ଗୋଟେ ଗାଁକୁ ରାସ୍ତା ନ ଥିବାରୁ ପ୍ରସବ ପାଇଁ ଗର୍ଭବତୀ ମହିଳା ଖଟିଆରେ ବୁହାହୋଇ ଡାକ୍ତରଖାନା ଆସୁଛନ୍ତି ।

ଏହି ସମସ୍ୟା ଆଜିର ନୁହେଁ । ଏହା ଆମ ବ୍ୟବସ୍ଥାର ଅଙ୍ଗ ପାଲଟିଯାଇଛି । ବ୍ୟବସ୍ଥାକୁ ସଜାଡ଼ି ସଠିକ୍ ବାଟରେ ନେବା ପାଇଁ ଯେଉଁ ଇଚ୍ଛାଶକ୍ତି ଓ ଆନ୍ତରିକତା ଦରକାର ତାହାର ଘୋର ଅଭାବ ଅଛି । ଗତ ବିଜେଡି ସରକାର ଅମଳରେ ବିରୋଧୀ ଦଳରେ ଥିବା ବିଜେପି ସରକାରଙ୍କୁ ସମାଲୋଚନା କରି ନୀତିଶିକ୍ଷା ଦେଉଥିଲା । ଏବେ ନିଜେ ସରକାରକୁ ଆସିଲା ପରେ ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ବିଗତ ୨୪ ବର୍ଷର ଶାସନ ବ୍ୟବସ୍ଥାକୁ ସମାଲୋଚନା କରିବା ବିଜେପିର ନୀତିଶିକ୍ଷା ହୋଇଯାଇଛି । କଥାକଥାକେ ବିଜେଡି ସରକାରରେ ଏସା ହେଉଥିଲା, ତେସା ହେଉଥିଲା ବୋଲି କୁହାଯାଉଛି । ଲୋକଙ୍କ କଲ୍ୟାଣ ବଦଳରେ ରାଜନୀତିର ମାପକାଠିରେ ବ୍ୟବସ୍ଥାର ପରିଚାଳନା ହେଉଛି । କାମ କମ୍ ଏବଂ ଭାଷଣ, ପ୍ରଚାର ଅଧିକ ହେଉଛି । ୨୦୨୪ ଜୁଲାଇରୁ ୨୦୨୫ ନଭେମ୍ବର ମଧ୍ୟରେ ସରକାରଙ୍କ ଆତ୍ମପ୍ରଚାରରେ ଖର୍ଚ୍ଚ ହୋଇଛି ୮୩ କୋଟି ୮୫ ଲକ୍ଷ ଟଙ୍କା ।

ଆଉ ଭାଷଣ କଥା ନକହିବା ଭଲ । ମୁଖ୍ୟମନ୍ତ୍ରୀଙ୍କ ସଭା ସମିତିକୁ ଲୋକେ କୁଆଡ଼େ ଡରିଲେଣି । ଲମ୍ବା ଭାଷଣ ଶୁଣିବାକୁ କାହାର ଧୈର୍ଯ୍ୟ ରହୁନି । ଅଧ ଘଣ୍ଟାଏ , ଘଣ୍ଟାଏ ଧରି ମୁଖ୍ୟମନ୍ତ୍ରୀ ଭାଷଣ ପଢ଼ୁଥିବାରୁ ଉପସ୍ଥିତ ସରକାରୀ ଅଧିକାରୀମାନେ ମନେ ମନେ ବିରକ୍ତ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ କାର୍ଯ୍ୟକ୍ରମ ପାଇଁ ଆମର ଦୁଇ ଦିନ ବରବାଦ ହେଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କଥା ଛଳରେ କହିଛନ୍ତି । ଭାଷଣ ଯେମିତି, କାମ ସେମିତି ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଅଧିକାଂଶ ମନ୍ତ୍ରୀ ନିଜର ପଦବୀକୁ ନେଇ ଅହଙ୍କାରର ସୀମା ଟପିସାରିଲେଣି । ଦୁର୍ନୀତି ହଟାଇବେ କ’ଣ, ସେମାନଙ୍କ ବିରୋଧରେ ପୂଳା ପୂଳା ଦୁର୍ନୀତି ଅଭିଯୋଗ ଆସିଲାଣି । ମନ୍ତ୍ରୀମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଦଳୀୟ କର୍ମୀମାନେ କ୍ଷୁବ୍ଧ ହେଲେଣି । କିଛି ମନ୍ତ୍ରୀ ଭାଷଣ ଦେଲା ବେଳେ ପାଟିରେ ବାଟୁଳି ବାଜୁନି । ବଡ଼ ବଡ଼ ନିଷ୍ପତ୍ତି କ୍ଷେତ୍ରରେ ସମନ୍ୱୟରେ ଅଭାବ ଯୋଗୁଁ ସରକାର ଲୋକହସା ହେଉଛନ୍ତି । ସରକାରରେ କିଏ କ’ଣ କରୁଛନ୍ତି ଜଣାପଡୁନାହିଁ । ତଳୁ ଉପର ଯାଏ ଦୁର୍ନୀତି ବଢ଼ିବାରେ ଲାଗିଛି । କେବଳ ଭାଷଣ ଓ ପ୍ରଚାରରେ ସରକାର ଚାଲେ ନାହିଁ । ଏକଥା ମୋହନ ସରକାର ଏ ଯାଏ ବୁଝିପାରିନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ବୁଝିଥିଲେ କଥା କଥାକେ ୨୪ ବର୍ଷର ବିଜେଡି କୁଶାସନ କଥା କହି ବିଜେପି ନେତାମାନେ ନିଜର ଦୋଷ ଘୋଡ଼େଇବାକୁ ଚେଷ୍ଟା କରନ୍ତେ ନାହିଁ । ସେତିକି ବୁଝିଥିଲେ ଆଜି ହୁଏତ ବାଙ୍କୀର ଅମୀୟ ସିଂହ ନିଜ ଉପରୁ ଆତ୍ମବିଶ୍ୱାସ ହରାଇ ନିଜକୁ ଜାଳି ନ ଥାନ୍ତେ । ରାଜଧାନୀ ଛାତି ଉପରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣର ଶିକାର ହୋଇ ନ ଥାନ୍ତେ କି କଟକ ବଡଡାକ୍ତରଖାନା ଆଇସିୟୁ ବେଡରେ ଛାଟିପିଟି ହେଉଥିବା ବୃଦ୍ଧାଜଣଙ୍କ ତଳେ ଖସି ପଡ଼ି ନଥାନ୍ତେ । ଲୋକଙ୍କ ସରକାର ଏବଂ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଖାଲି ଭାଷଣ ମାରିଲେ ହେବ ନାହିଁ, କାମରେ ଦେଖାଇବାକୁ ପଡ଼ିବ ।

Continue Reading
Previous Post

ଉପାସନାଙ୍କୁ ସାଂଘାତିକ ଟ୍ରୋଲ୍

Next Post

ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି

Next Post
ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି

ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA