ନୂଆଦିଲ୍ଲୀ/ଭୁବନେଶ୍ୱର: ବେରୋଜଗାରୀ ସମସ୍ୟା ଏବଂ ଋଣଭାର ଯୋଗୁଁ ଦେଶରେ ଆତ୍ମହତ୍ୟା ଘଟଣା ବଢ଼ିଚାଲିଛି । ଖାସ୍ କରି କରୋନା କାଳରେ ଏହା ଉକ୍ରଟ ରୂପ ଧାରଣ କରିଛି । କେନ୍ଦ୍ର ସରକାର ଆଜି ଲୋକସଭାରେ ଏହି ତଥ୍ୟ ରଖିଛନ୍ତି ।
କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୧୮ ମସିହାରେ ବେରୋଜଗାରୀ କାରଣରୁ ଦେଶରେ ୨୭୪୧ ଜଣ ଆତ୍ମହତ୍ୟା କରିଥିଲା ବେଳେ ଋଣଭାର ଯୋଗୁଁ ୪୯୭୦ ଜଣ ଆତ୍ମହତ୍ୟା କରିଥିଲେ । ୨୦୧୯ ମସିହାରେ ବେରୋଜଗାରୀ କାରଣରୁ ୨୮୫୧ ଜଣ ଏବଂ ଋଣଭାର ଯୋଗୁଁ ୫୯୦୮ ଜଣ ଆତ୍ମହତ୍ୟା କରିଥିଲେ । ୨୦୨୦ ମସିହାରେ ବେରୋଜଗାରୀ କାରଣରୁ ଦେଶରେ ୩୫୪୮ ଜଣ ଆତ୍ମହତ୍ୟା କରିଛନ୍ତି । ସେହିବର୍ଷ ଋଣଭାର କାରଣରୁ ୫୨୧୩ ଜଣ ଆତ୍ମହତ୍ୟା କରିଛନ୍ତି ।