Sunday, April 19, 2026 09:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ନିବାସରେ ଭଉଣୀ, ଭିଣୋଇଙ୍କ ସହ ରୁଦ୍ର

ନବୀନଙ୍କ ହାତରୁ ଟିକେଟ ନେଲେ ଜୁନିୟର୍ ମହାରଥୀ, ପରିବାର ଭାବବିହ୍ୱଳ

by Our Correspondent
28 Mar, 2021- 03:42 PM
in Latest News, News, Politics
1 min read
0
ନବୀନ ନିବାସରେ ଭଉଣୀ, ଭିଣୋଇଙ୍କ ସହ ରୁଦ୍ର

ଭୁବନେଶ୍ୱର: ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଧେନ୍ଦୁଙ୍କୁ ସାଙ୍ଗରେ ଧରି ଆଜି ନବୀନ ନିବାସରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ମୁଖ୍ୟମନ୍ତ୍ରୀଙ୍କ ହାତରୁ ଟିକେଟ ଗ୍ରହଣ କରିବା ସହ ତାଙ୍କର ଆଶିର୍ବାଦ ନେଇଥିଳେ ରୁଦ୍ର । ନବୀନ ନିବାସରୁ ଘରକୁ ଫେରି ମା’ ପ୍ରତିଭା ମହାରଥୀଙ୍କଠାରୁ ଆଶିର୍ବାଦ ନେବା ବେଳେ ପରିବାରରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ପରିବାରରେ ଏକତା ଅଛି ଏବଂ ପୁଅ ଟିକେଟ ପାଇଥିବାରୁ ସେ ବହୁତ ଖୁସି ବୋଲି ଶ୍ରୀମତୀ ମହାରଥୀ ଦୋହରାଇବା ସହ ମୁଖ୍ୟମନ୍ତ୍ରୀ ତଥା ପିପିଲି, ଡେଲାଙ୍ଗବାସୀଙ୍କ ଆଶିର୍ବାଦରେ ରୁଦ୍ର ନିଶ୍ଚିତ ବିଜୟ ଲାଭ କରିବ ବୋଲି କହିଛନ୍ତି ।

ଆଜି ଦିନ ପ୍ରାୟ ୧୨ଟା ବେଳେ ଭଉଣୀ, ଭିଣୋଇଙ୍କ ସହ ରୁଦ୍ର ନବୀନ ନିବାସରେ ପହଞ୍ଚିଥିଲେ । ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ବିଧାୟକ ପ୍ରଣବ ବଳବନ୍ତରାୟ ସେଠାରେ ଉପସ୍ଥିତ ଥିଲେ । ରୁଦ୍ରଙ୍କ ହାତକୁ ମୁଖ୍ୟମନ୍ତ୍ରୀ ଦଳୀୟ ଟିକେଟ ଦେବା ପରେ ଭାଇ, ଭଉଣୀଙ୍କ ସହ କିଛି ସମୟ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶିର୍ବାଦ ନେଇ ସେମାନେ ଫେରିଥିଲେ ।

ଭଉଣୀ, ଭିଣୋଇଙ୍କ ସହ ନବୀନ ନିବାସରୁ ଟିକେଟ ଧରି ରୁଦ୍ର ତାଙ୍କ ଦିବଙ୍ଗତ ବାପାଙ୍କ ସରକାରୀ କ୍ୱାର୍ଟରକୁ ସିଧା ଆସିଥିଲେ । ସେଠାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ମହାରଥୀ ପରିବାରର ସମସ୍ତଙ୍କ ଆଖିରେ ଥିଲା ଖୁସିର ଲୁହ । ବୋଧହୁଏ ସ୍ୱାମୀଙ୍କୁ ମନେ ପକାଇ ପ୍ରତିଭା ନିଜର କୋହ ସମ୍ବରଣ କରି ପାରୁନଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇ ପୁଅର ବିଜୟ ସୁନିଶ୍ଚିତ ବୋଲି କହିଥିଲେ ।

ସରକାରୀ ଚାକିରିଆ ହୋଇଥିବାରୁ ପୁଅ ପାଇଁ ନିର୍ବାଚନ ପ୍ରଚାରରେ ବାଧା ଅଛି । ପ୍ରଚାରକୁ ନଗଲେ ମଧ୍ୟ ମା’ ହିସାବରେ ପୁଅ ପାଇଁ ଯାହା ଦାୟିତ୍ୱ, କରିବେ ବୋଲି ଶ୍ରୀମତୀ ମହାରଥୀ କହିଛନ୍ତି । ପଲ୍ଲବୀ କହିଛନ୍ତି, ମହାରଥୀ ପରିବାର ସବୁବେଳେ ପିପିଲି ଓ ଡେଲାଙ୍ଗବାସୀଙ୍କ ସାଥୀରେ ଥିଲେ, ଅଛନ୍ତି ଏବଂ ରହିବେ । ଭାଇଙ୍କୁ ଜିତାଇବା ପାଇଁ ଜୀ ଜାନ୍ ରେ ଲାଗିବୁ । ଆସନ୍ତା ୩୦ ତାରିଖ ନାମାଙ୍କନପତ୍ର ଦାଖଲ ପରଦିନଠାରୁ ପ୍ରଚାର କାର୍ଯ୍ୟରେ ଲାଗିବୁ ବୋଲି ଅର୍ଧେନ୍ଦୁ କହିଛନ୍ତି ।

ପିପିଲି ଟିକେଟକୁ ନେଇ ମହାରଥୀ ପରିବାରରେ ଫାଟ ସୃଷ୍ଟି ହୋଇଥିବା କିଛି ଗଣମାଧ୍ୟମର ଖବର ଅମୂଳକ ଓ ବିଭ୍ରାନ୍ତିକର ବୋଲି ଗତକାଲି ଶ୍ରୀମତୀ ପ୍ରତିଭା ମହାରଥୀ ବାର୍ତ୍ତା ଦେଇଥିଲେ । ଆଜି ତାହା କାମରେ ଦେଖାଇଛନ୍ତି ମହାରଥୀ ପରିବାର । ଏହି ଖବର ସମ୍ପୂର୍ଣ୍ଣ ଗୁଜବ ଥିଲା ବୋଲି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

Previous Post

ମୋ ପୁଅ ପ୍ରାର୍ଥୀ ହୋଇଥିବାରୁ ମୁଁ ସବୁଠାରୁ ଅଧିକ ଖୁସି: ପ୍ରତିଭା ମହାରଥୀ

Next Post

କ୍ରିଷନ୍ କୁମାରଙ୍କ ମହାନତା !

Next Post
କ୍ରିଷନ୍ କୁମାରଙ୍କ ମହାନତା !

କ୍ରିଷନ୍ କୁମାରଙ୍କ ମହାନତା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA