Friday, April 17, 2026 06:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେଉଁଠି ଥିଲେ ସାଂସଦ ମ୍ୟାଡାମ୍?

' ନିଖୋଜ ପୋଷ୍ଟର୍' ପ୍ରତିଶୋଧ ପାଇଁ ଏକାମ୍ର ଷ୍ଟଣ୍ଟ!

by Our Correspondent
02 Mar, 2021- 11:48 AM
in Latest News, News
1 min read
0
କେଉଁଠି ଥିଲେ ସାଂସଦ ମ୍ୟାଡାମ୍?

ଭୁୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକାମ୍ର କିର୍ତ୍ତୀରାଜି ସୁରକ୍ଷା ପାଇଁ ମୁଣ୍ଡ ପିଟିବା ଆରମ୍ଭ କରିଛନ୍ତି । ଏକାମ୍ର ଐତିହ୍ୟର ସଂରକ୍ଷଣ ନାଁରେ ଏହାକୁ ଧ୍ୱଂସ କରାଯାଉଛି ବୋଲି ପ୍ରଚାର କରୁଛନ୍ତି । ଦୁଇଦିନ ଧରି ଏକାମ୍ରକ୍ଷେତ୍ରରେ ଦେଖିବାକୁ ମିଳିଲା ମ୍ୟାଡାମ୍ ଙ୍କ ପଲଟନ । ବାବୁ ଓ ବାପି ବାହିନୀଙ୍କୁ ସାଙ୍ଗରେ ଧରି ଏକାମ୍ର କ୍ଷେତ୍ର ନିରୀକ୍ଷଣ କଲେ । ଏହାର ଫେସବୁକ୍ ଲାଇଭ୍ ହେଲା, ଆଉ ସୋସିଆଲ୍ ମିଡ଼ିଆରେ ଭଳିକି ଭଳି ଫଟୋ ଛଡ଼ାଗଲା ।

ସେଠାରେ ସାଂସଦଙ୍କ ବକ୍ତବ୍ୟର ସାରମର୍ମ ହେଲା, ଓଲଡ୍ ଟାଉନ୍ ବାସୀ ତାଙ୍କୁ କୁଆଡ଼େ ମିସ୍ କରୁଥିଲେ । ସେଥିପାଇଁ ତାଙ୍କୁ ବାଧ୍ୟହୋଇ ଆସିବାକୁ ପଡ଼ିଲା । ଲିଙ୍ଗରାଜଙ୍କ ମାଟିରେ ପାଦ ଦେଇ ଆନନ୍ଦିତ ହେଲେ । ମାତ୍ର ତାଙ୍କର ଖୁସିଠାରୁ ବଳିଗଲା ଯନ୍ତ୍ରଣା । ସେଠାକାର ଐତିହ୍ୟର ଧ୍ୱଂସସ୍ତୁପ ଦେଖିବା ପରେ ତାଙ୍କୁ ଭୀଷଣ କଷ୍ଟ ହେଲା । ଲିଙ୍ଗରାଜ କ୍ଷେତ୍ରର ଐତିହ୍ୟ ଓ ପୁରୁଣା କିର୍ତ୍ତୀରାଜିକୁ ଝୁରିହେଲେ ।

ତେବେ ଅପରାଜିତାଙ୍କର ଏହି ଏକାମ୍ର ସୋ’ କୁ ନେଇ ରାଜନୈତିକ ଶିବିରରେ କୌତୁହଳ ସୃଷ୍ଟି ହୋଇଛି । ଅହଂକାର ଓ ପ୍ରତିଶୋଧ ରାଜନୀତି ପାଇଁ ସାଂସଦ ଏହିଭଳି ଷ୍ଟଣ୍ଟ୍ ର ଆଶ୍ରୟ ନେଇଥିବା କୁହାଯାଉଛି । ଏନଏମଏ ବାଇ-ଲ’ ପ୍ରସଙ୍ଗରେ ନିଜ ଦଳରୁ ଏକଘରିକିଆ ହୋଇଥିବା ସାଂସଦଙ୍କର ‘ନିଖୋଜ ପୋଷ୍ଟର୍’ ଭୁବନେଶ୍ୱରରେ ଲାଗିବା ପରେ ସେ ଅପମାନିତ ହୋଇ ପ୍ରତିହଂସାପରାୟଣ ହୋଇପଡ଼ିଥିବା କୁହାଯାଉଛି ।

ଏହି ପୋଷ୍ଟର କିଏ ମାରିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେପିର ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ଏହି ଘଟଣାରେ ସାଂସଦ ଅପରାଜିତାଙ୍କର ପିଏ ଗିରଫ ହୋଇଥିଲେ । ସେତେବେଳେ ଦିଲ୍ଲୀରେ ଥିବା ସାଂସଦ ଭୁବନେଶ୍ୱର ଫେରିଲା ପରେ ଏହାର ଜବାବ ଦେବେ ବୋଲି ସୂଚେଇ ଦେଇଥିଲେ ।

ଏବେ ତାହା ହିଁ ଦେଖିବାକୁ ମିଳୁଛି । ସାଂସଦଙ୍କର ପ୍ରତିଶୋଧ ରାଜନୀତିରେ ଏନଏମଏ ବାଇ-ଲ’ ଓ କିର୍ତ୍ତୀରାଜି ସଂରକ୍ଷଣ ଏବେ ଢ଼ାଲ । ଏପରିକି ନିଜ ଦଳର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରରେ ବାଇ-ଲ’ ଲାଗୁ ସପକ୍ଷରେ ନ ଥିଲା ବେଳେ ଅପରାଜିତା କିନ୍ତୁ ସମସ୍ତଙ୍କୁ ବାଇ-ଲ’ ପାଠ ପଢ଼ାଉଛନ୍ତି । ବାଇ-ଲ’ କୁ ନେଇ ସାଂସଦ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ତାଙ୍କ ନେତାମାନେ ବି ଦୃଦବୋଧ କଲେଣି । ନିଜ ଦଳର ବଡ଼ନେତାଙ୍କୁ ଧିସେଁଇ ହୋଇ ଅପରାଜିତା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ରାଜ୍ୟ ସରକାର ଏକାମ୍ରକ୍ଷେତ୍ରର ବିକାଶ କରୁନାହାନ୍ତି, ବିନାଶ କରୁଛନ୍ତି ବୋଲି ଏହିକ୍ରମରେ ଅପରାଜିତା ପ୍ରଚାର ଆରମ୍ଭ କରିଛନ୍ତି । ନିକଟରେ ଲୋକସଭା ଅଧିବେସନ କାର୍ଯ୍ୟବ୍ୟସ୍ତତାରୁ ସମୟ ବାହାର କରି ଏନଏମଏ ବାଇ-ଲ’ କୁ ଭଲ ଭାବେ ପଢ଼ିବାରୁ ନିୟମକାନୁନ କୁଆଡେ ପ୍ରାଞ୍ଜଳ ଭାବେ ବୁଝିଛନ୍ତି ।

ଅପରାଜିତା ଷଡ଼ଙ୍ଗୀ ଜଣେ ପୂର୍ବତନ ବ୍ୟୁରୋକ୍ରାଟ୍ ଏବଂ ପ୍ରଶାସନରେ ଦୁଇ ଦଶନ୍ଧୀର ଅଭିଜ୍ଞତା ଅଛି । ପ୍ରଶ୍ନ ହେଉଛି, ପ୍ରଚଣ୍ଡ ଜ୍ଞାନସମ୍ପନ୍ନ ଆଇଏଏସ୍ ବ୍ୟାକଗ୍ରାଉଣ୍ଡର ଏହି ଜନ ପ୍ରତିନିଧି ନିଜ ଅଞ୍ଚଳର ଏତେ ବଡ଼ ପ୍ରକଳ୍ପ ସମ୍ପର୍କରେ ଏ ପର୍ଯ୍ୟନ୍ତ ଅଜ୍ଞ ଥିଲେ କେମିତି? ଏଏସଆଇ କିର୍ତ୍ତୀରାଜି ସଂରକ୍ଷଣ ଏବଂ ଏନଏମଏ ବାଇ-ଲ ପାଠ ବୁଝିବାକୁ କିଏ ତାଙ୍କୁ ବାରଣ କରିଥିଲା? ରାଜ୍ୟ ସରକାର ଯାହା କରୁଛନ୍ତି ବେଆଇନ ବୋଲି ସାଂସଦ ମୂଳରୁ ଜାଣି ବିରୋଧ କରିଥିଲେ ଆଜି ପ୍ରକଳ୍ପ ଏତେବାଟ ଯାଇପାରିଥାଆନ୍ତା କି? ଆଜି ଯେଉଁ ଏଏସଆଇ ନିର୍ଦ୍ଦେଶକଙ୍କୁ ଧରି ବୁଲୁଛନ୍ତି ଆଗରୁ ଜଣାଜଣି ହୋଇ ନ ଥିଲେ କାହିଁକି?

ସୂଚନାଥାଉକି, ୨୦୧୯ ଡିସେମ୍ବରରେ ଏକାମ୍ର ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ଅଞ୍ଚଳର ବିକାଶ ତଥା ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ୬୬ ଏକର ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ଯୋଜନା କ୍ୟାବିନେଟ୍ ର ଅନୁମୋଦନ ଲାଭ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏହାର ବିସ୍ତୃତ ରୂପରେଖ ପ୍ରେସ୍ ରିଲିଜ୍ ଜରିଆରେ ଜଣାଇ ଦିଆଯାଇଥିଲା ।

ଆନୁସଙ୍ଗିକ ବ୍ୟବସ୍ଥା ସହ ଉକ୍ତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଗଲା । କିଛି କିଛି ଜାଗାରେ ଉଚ୍ଛେଦ କାର୍ଯ୍ୟକୁ କ୍ଷତିଗ୍ରସ୍ତ ଲୋକେ ବିରୋଧ କରିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁର୍ଭାଗ୍ୟ ଯେ ସ୍ଥାନୀୟ ସାଂସଦ ଭାବେ ଅପରାଜିତା ମ୍ୟାଡାମ୍ ଙ୍କର ସେହି ସମୟରେ ଦେଖା ନ ଥିଲା । ପ୍ରତିକ୍ରିୟା ବି ନ ଥିଲା । ୨୦୨୦ ଜାନୁଆରୀ ୨୭ ରେ ମୁଖ୍ୟମନ୍ତ୍ରୀ ଏକାମ୍ର ଥଇଥାନ ପ୍ୟାକେଜ୍ ଘୋଷଣା କରିବା ପରେ ଶାନ୍ତିଶୃଙ୍ଖଳାର ସହ କାମ ଆଗକୁ ବଢ଼ିଥିଲା । 

ବାସ୍ତବତା ହେଉଛି, ନବକଳେବରମୁହାଁ ଶ୍ରୀ ଲିଙ୍ଗରାଜ କ୍ଷେତ୍ର ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲାଣି । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଏହା ଯଥେଷ୍ଟ ଆକୃଷ୍ଟ କରୁଛି । ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣରେ ସ୍ଥାନୀୟ ଅଞ୍ଚଳବାସୀ ବହୁତ ଖୁସି ଅଛନ୍ତି । ସେବାୟତମାନଙ୍କର ବିଶେଷ ସହଯୋଗ ମିଳୁଛି । ଏହି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ।

ସୁତରାଂ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗରେ କାମ ସୁରୁଖୁରୁରେ ଚାଲୁଛି ଏବଂ ଲୋକଙ୍କ ଭାବାବେଗ ଦୃଷ୍ଟିରୁ ବିରୋଧୀ ଦଳ ବିଜେପି କି କଂଗ୍ରେସ ମଧ୍ୟ ଏହାକୁ ରାଜନୈତିକ ଅଳିନ୍ଦ କରିବାକୁ ସାହାସ କରୁନାହାନ୍ତି । ବୋଧହୁଏ ସେଇ କାରଣରୁ ଏକାମ୍ରକ୍ଷେତ୍ରର ୫ କିମି ପରିଧି ଭିତରେ ରହୁଥିବା ସାଂସଦ ମ୍ୟାଡାମ୍ ଙ୍କର ବିରୋଧ କି ପ୍ରତିକ୍ରିୟା ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳି ନ ଥିଲା ।

ଅଥଚ ବର୍ଷକ ପରେ ଯାଇ ସାଂସଦଙ୍କର ଐତିହ୍ୟ ଜ୍ଞାନ ଉଦୟ ହେବା ସମସ୍ତଙ୍କୁ ଆମୋଦିତ କରିଛି । ଯେଉଁ ପ୍ରତ୍ନତତ୍ତ୍ୱ ବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଆପତ୍ତି ଧରି ମିଡ଼ିଆକୁ ଆସିଲେ, ସେହି ବାବୁ ବର୍ଷେ ହେଲା କେଉଁଠି ଥିଲେ? ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୧ କିଲୋମିଟର ଦୂରରେ ଏଏସଆଇ ଅଫିସ୍ । ଯଦି ରାଜ୍ୟ ସରକାର ଆଇନର ଉଲ୍ଲଂଘନ କରି ଐତିହ୍ୟ ଧ୍ୱଂସ କରୁଥିଲେ, ତେବେ ଏଏସଆଇ ବାବୁ ଆଖି ବୁଜିଥିଲେ କାହିଁକି? କାମ ବନ୍ଦ ଅଥବା ରାଜ୍ୟ ସରକାରଙ୍କୁ ତାଗିଦ୍ କଲେ ନାହିଁ କାହିଁକି? ଆଜି ଯେଉଁ ସାଂସଦଙ୍କୁ ଗୁହାରି କଲେ, ସେତେବେଳେ କଲେନି କାହିଁକି? ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଅଫିସ ସହ ସିଧା ସମ୍ପର୍କରେ ଥିବା ସାଂସଦ ସେଥିପାଇଁ କୈଫିୟତ ମାଗିଲେଣି ନା ନାହିଁ?

ଅପରାଜିତାଙ୍କର ନିଖୋଜ ଫଟୋ କାନ୍ଥବାଡରେ ନ ଆସେ, ସେ ସେଠାକୁ ନ ଆସନ୍ତି । ଅହଂକାର ଓ ପ୍ରତିଶୋଧ ପରାୟଣତା ପାଇଁ ଆଜି ଏ ପ୍ରସଙ୍ଗ ଉଠିଛି ବୋଲି ସବୁଆଡେ ଆଲୋଚନା । ତାଙ୍କ ଟାର୍ଗେଟ୍ ରେ ରାଜ୍ୟ ସରକାର ମୁଖ୍ୟ ଭିଲେନ୍ ନୁହଁନ୍ତି, ବରଂ ନିଜ ଦଳର ବଡ଼ପଣ୍ଡା ମୁଖ୍ୟ ଭିଲେନ୍ ବୋଲି କୁହାଯାଉଥିବାରୁ ମାମଲାଟି ରୋଚକ ହୋଇଛି ।

ଉଲ୍ଲେଖଥାଉକି, ଗତ ୨୬ ତାରିଖରେ ଅପରାଜିତା ପୁରୀ ଯାଇ ଲୋକଙ୍କୁ ଭେଟିଥିଲେ ଏବଂ ଐତିହ୍ୟ କରିଡରକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ମତ ରଖିଥିଲେ । ମାତ୍ର ପରଦିନ ମୁଖ୍ୟମନ୍ତ୍ରୀ ସବୁ ଦଳକୁ ବିଶ୍ୱାସକୁ ନେଇ ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସର୍ବସମ୍ମତିକ୍ରମେ ପାରିତ କରାଇଥିଲେ । ଯାହା ଅପରାଜିତାଙ୍କ ପାଇଁ ଶକ୍ତ ଧକ୍କା ସଦୃଶ ଥିଲା ।

ଦିନକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଯାଇ ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରି କାର୍ଯ୍ୟକ୍ରମରେ ନିଜକୁ ଯୋଡିଥିଲେ । ଶ୍ରୀମନ୍ଦିର ବିକାଶକୁ ଭଲ ପଦକ୍ଷେପ କହି ଏହା ଓଡ଼ିଶା ପାଇଁ ସୌଭାଗ୍ୟ ବୋଲି ଧର୍ମେନ୍ଦ୍ର କହିଥିଲେ । ଏନଏମଏ ବାଇ-ଲ’ ସଂକ୍ରାନ୍ତରେ କିଛି ବ୍ୟକ୍ତି ତିଳକୁ ତାଳ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ତେଣୁ ଏହା ଉପରେ ଧ୍ୟାନ ନ ଦେଇ ଶ୍ରୀମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।

Previous Post

ଟିକା ନେଲେ ମୋଦି, ନବୀନ

Next Post

ଭିସୁଟ୍ ଛାତ୍ରଙ୍କୁ ମିଛ କରୋନା

Next Post
ଭିସୁଟ୍ ଛାତ୍ରଙ୍କୁ ମିଛ କରୋନା

ଭିସୁଟ୍ ଛାତ୍ରଙ୍କୁ ମିଛ କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA