Thursday, January 15, 2026 05:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମେ ୨୯କୁ ମନେ ପକେଇଲେ ପ୍ରଭାତ ବିଶ୍ୱାଳ

ବାହାରିଲେ ପାଣ୍ଡିଆନ୍ ଦମ୍ପତ୍ତିଙ୍କ ସପକ୍ଷରେ

by Samar Pradhan
26 Dec, 2025- 06:05 PM
in Latest News, News, Politics
1 min read
0
ମେ ୨୯କୁ ମନେ ପକେଇଲେ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ୨୦୧୨ ମେ ୨୯ ସଂଧ୍ୟାରେ ସହିଦନଗର ପ୍ଲଟ୍ ନଂ ୧୧୧ ପ୍ୟାରୀ ନିବାସରେ ଛାତି ଫୁଲେଇ ବୁଲୁଥିଲେ ତତ୍କାଳୀନ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । କିଏ କିଛି ପଚାରିଲା ବେଳେ ସାର୍ଟ କଲର୍ କୁ ଟେକି ପକଉଥିଲେ । ଉପରେ ପଡ଼ି ଟିଭି କ୍ୟାମେରା ଆଗକୁ ଆସି ବାଇଟ୍ ଦେଉଥିଲେ । ପ୍ୟାରୀମୋହନ ମହାପାତ୍ରଙ୍କୁ ସ୍ୱର୍ଗରେ ନେଇ ଥୋଉଥିଲେ । ଗେଟ୍ ଭିତରେ ପଶୁଥିବା ନେତାଙ୍କୁ ଖୁସିରେ କୁଣ୍ଢେଇ ପକଉଥିଲେ । ମୋଟାମୋଟି ସେଦିନ ମେଳିର ସେ ଥିଲେ ଅନ୍ୟତମ ଆୟୋଜକ । ତଥାକଥିତ ନବୀନ ବିରୋଧୀ ମେଳିରେ ତାଙ୍କର ମୁଖ୍ୟ ଭୂମିକା ଥିଲା ।

ଆଜି କଟକ ପୋତାପୋଖରୀଠାରେ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ପ୍ରଭାତ ବିଶ୍ୱାଳ ସେହି ସଂଧ୍ୟାର କାହାଣୀ ଲୋକଙ୍କୁ ମନେ ପକାଇ ଦେଇଛନ୍ତି । ପାଣ୍ଡିଆନ୍ ଦମ୍ପତ୍ତିଙ୍କ ସମର୍ଥନରେ ଅତ୍ୟଧିକ ଭାବପ୍ରବଣବଶତଃ ମେ ୨୯ ଚକ୍ରାନ୍ତ କଥା ପାଟିରୁ ଖସିଯାଇଛି । ସେ କହିଥିଲେ, ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କର ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି । ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜେଡି ସରକାର ଗଢ଼ିଥିଲା । ଲୋକଙ୍କ ସେବା ପାଇଁ ସେ ଆଇଏଏସ୍ ଭଳି ଚାକିରି ଛାଡ଼ିଛନ୍ତି । ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି । ସୁଜାତା କାର୍ତ୍ତିକେୟନଙ୍କ ଯଥେଷ୍ଟ ଅବଦାନ ଅଛି, ତାଙ୍କୁ ରାଜ୍ୟସଭା ପଠାଯାଉ । ଏକଥା କହିଲା ବେଳେ ଭକ୍ତିରେ ଗଦ ଗଦ ହୋଇଯାଇଥିଲେ ବିଶ୍ୱାଳ ବାବୁ । ଅତ୍ୟଧିକ ଭକ୍ତି ପ୍ରକଟରୁ ହିତାହିତ ଜ୍ଞାନ ଭୁଲି ଯାହା ମନକୁ ଆସିଲା ଗପି ଚାଲିଲେ ।

ଦେବୀ ମିଶ୍ର, ବବି ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମାଙ୍କ ଭଳି ପରାଜିତ ନେତାଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନ କରିବାକୁ ତାଗିଦ୍ କରିଥିଲେ । ‘ଦଳ ବିଷୟରେ ମୁଣ୍ଡ ପୂରାନ୍ତୁ ନାହିଁ, ମେ ୨୯ର ଚକ୍ରାନ୍ତ ହୁ ହୁ ହୋଇ ଜଳୁଛି’ କହି ଗଳା ଫଟାଇ କହିଥିଲେ । ତାଙ୍କ କହିବାର ମର୍ମ ଥିଲା ମେ ୨୯ ତଥାକଥିତ ମିଡନାଇଟ୍ ଅପରେସନରେ ଏମାନେ ପ୍ୟାରୀବାବୁଙ୍କ ସାରଥୀ ହୋଇ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ । ତେଣୁ ଏମାନଙ୍କୁ ସାବଧାନ!

ଏହି ପ୍ରସଙ୍ଗ ଉଠାଇ ପ୍ରଭାତ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି । ମେ ୨୯ ସଂଧ୍ୟାରେ ତାଙ୍କର ଭୂମିକା ଲୋକଙ୍କୁ ମନେ ପକାଇ ନିଜର ପାପ ପେଡ଼ି ଖୋଲିଛନ୍ତି । ସେଦିନ ଟିଭି ଚାନେଲଗୁଡ଼ିକର ସିଧା ପ୍ରସାରଣରେ ପ୍ରଭାତ ବିଶ୍ୱାଳଙ୍କ ସାକ୍ଷାତକାର ଲୋକଙ୍କ ସ୍ମୃତିକୁ ସତେଜ କରିଛି । ନବୀନ ପଟ୍ଟନାୟକଙ୍କ ବିରୋଧରେ ତଥାକଥିତ ଚକ୍ରାନ୍ତରେ ତାଙ୍କର ଯୋଗାଡ଼ିଆ ଭୂମିକା ସାରା ଓଡ଼ିଶାବାସୀ ଦେଖିଛନ୍ତି । ଏବେ ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟସଭା ପଠାଇ ବିଜେଡିର ଉତ୍ତରାଧିକାରୀ କରିବା ସପକ୍ଷରେ ତାଙ୍କ ଯୁକ୍ତି ପଛରେ ତାଙ୍କର ଭବିଷ୍ୟତ ସ୍ୱାର୍ଥ ଯେ ନିହିତ ତାହା କାହାକୁ ଅଛପା ନାହିଁ । ଏହା ପ୍ରଭାତ ବିଶ୍ୱାଳଙ୍କ ଅଭ୍ୟାସଗତ ତେଲମରା ରାଜନୀତି ରାଜନୀତିର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି ।

ରୋଚକ କଥା ହେଉଛି, ପ୍ରଭାତ ବିଶ୍ୱାଳ ଯେଉଁମାନଙ୍କୁ ପାଣ୍ଡିଆନ୍ ବିରୋଧୀ ଦୃଷ୍ଟିରେ ଗାଳି କରିଛନ୍ତି ପ୍ରକୃତରେ ସେମାନଙ୍କ ନାଁ ପାଣ୍ଡିଆନ୍ ସପକ୍ଷବାଦୀ ତାଲିକାରେ ଗଡୁଛି । ଏହି ଦୃଷ୍ଟିରୁ ପ୍ରଭାତ ବିଶ୍ୱାଳଙ୍କର ଭାଷଣର ଅର୍ଥ କେହି ବୁଝିପାରୁନାହାନ୍ତି ।

Previous Post

ଚର୍ଚ୍ଚା, ଗୁଜବକୁ ଖାତିର କଲେନି

Next Post

କେନ୍ଦୁଝରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

Next Post
କେନ୍ଦୁଝରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

କେନ୍ଦୁଝରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA