Sunday, March 26, 2023 04:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ବବି

ଯୁବମୋର୍ଚ୍ଚା କର୍ମୀଙ୍କୁ ଗିରଫ ଘଟଣା

by Our Correspondent
06 Mar, 2023- 09:23 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ବବି

ଭୁବନେଶ୍ୱର: ବିଜେଡି ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କ ଆଉ ପୂର୍ବଭଳି ନାହିଁ । ଉଭୟଙ୍କ ମଧ୍ୟରେ ତିକ୍ତତା ବହୁତ ବଢ଼ିଯାଇଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଓ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରୁଥିଲା ବେଳେ ବିଜେଡି ଏହି ହତ୍ୟାକାଣ୍ଡ ଷଡ଼ଯନ୍ତ୍ରରେ ଧର୍ମେନ୍ଦ୍ରଙ୍କ ସଂପୃକ୍ତିକୁ ମଧ୍ୟ ଅଙ୍ଗୁଳି ଉଠାଇଛି । ଭୁବନେଶ୍ୱର ଲୋୟର ପିଏମଜିରେ ପୁଲିସକୁ ଆକ୍ରମଣ ଅଭିଯୋଗରେ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୧ ଜଣ କର୍ମୀ ଝାରପଡ଼ା ଜେଲ୍ ଯିବା ଘଟଣାକୁ ନେଇ ଧର୍ମେନ୍ଦ୍ର ସମ୍ଭବତଃ ରାଜନୈତିକ ବାଧ୍ୟବାଧକତାରୁ ଅଧିକ ଉତକ୍ଷିପ୍ତ ହୋଇପଡ଼ିଛନ୍ତି । ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ରାବଣ-ଦୁର୍ଯେ୍ୟାଧନର ଅହଙ୍କାର ଦର୍ଶାଇ ଧୂମ୍ ସମାଲୋଚନା କରିଛନ୍ତି । ଆଉ ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ । କହିଛନ୍ତି, ହିଂସାକୁ ସମର୍ଥନ କରି ଓଡ଼ିଶାର ଯୁବକମାନଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏହାକୁ ନେଇ ବିଜେଡି-ବିଜେପି ରାଜନୀତି ଆହୁରି ସରଗରମ ହୋଇଛି ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆଜି ଧର୍ମେନ୍ଦ୍ର କହିଛନ୍ତି ଯେ ଆପଣଙ୍କ ରାବଣ, ଦୁର୍ୟୋଧନ ଅହଙ୍କାର ଗଣତନ୍ତ୍ରରେ ତିଷ୍ଠିବନି । ଆନ୍ଦୋଳନ ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୩୦୭ ରେ ଜେଲ୍ ପଠାଯାଇଛି । ଦେଶ ବିରୋଧୀଙ୍କୁ ବିରୋଧ କରିବାରୁ ଏବିଭିପି ପିଲାଙ୍କୁ ଜେଲ୍ ପଠାଯାିଛି । ଏଭଳି କାମ ଇଷ୍ଟ ଇଣ୍ଡିଆ କମ୍ପାନୀ କରୁଥିଲା । ଆଉ ଏବେ ଆପଣ କରୁଛନ୍ତି । କୋର୍ଟ କଚେରୀ ଦେଖାଇ ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି । ଆପଣଙ୍କ ଜେଲ୍ କମ୍ ପଡ଼ିଯିବ, ରାବଣ ଦୁର୍ୟୋଧନ ଅହଙ୍କାର କେବେ ବି ତିଷ୍ଠିନି କି ତିଷ୍ଠିବନି । ରାଜ୍ୟରେ ସିଷ୍ଟମ୍ ଫେଲ୍ ଆଡକୁ ଯାଉଛି । ଲଲେସନେସ୍ ଆଡ଼କୁ ଯାଉଛି ।

ଧର୍ମେନ୍ଦ୍ରଙ୍କୁ ଏହାର କଡ଼ା ଜବାବ ଦେଇଛନ୍ତି ବବି । ପୁଲିସ ଉପରେ ଯୁବମୋର୍ଚ୍ଚା କର୍ମୀଙ୍କ ଆକ୍ରମଣର ଭିଡିଓ ସହ ଟୁଇଟ୍ କରି ବବି କହିଛନ୍ତି ଯେ ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି । ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଦେଖନ୍ତୁ ଏହି ଭିଡିଓ । ମୁଁ ଆଗରୁ ମଧ୍ୟ ଏହା ଆପଣଙ୍କୁ ଦେଇଥିଲି । ଆପଣ ନିଶ୍ଚୟ ଦେଖିଥିବେ । ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡ଼ିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?

ଧର୍ମେନ୍ଦ୍ରଙ୍କୁ ବବି ଆହୁରି କହିଛନ୍ତି ଯେ ଆପଣ ଯାହାଙ୍କୁ ବିରୋଧୀ ଦଳର ନେତା କରିଛନ୍ତି, ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ଜଘନ୍ୟ ହତ୍ୟା ମାମଲାରେ ସଂପୃକ୍ତ । ସ୍ଵାସ୍ଥ୍ୟ ଆଳରେ ଜାମିନରେ ଆସିଲା ପରେ ମଧ୍ୟ ସେ ଅପରାଧ ଘଟାଇ ଚାଲିଛନ୍ତି । ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ । ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ । ଆମେ ଭାବିଥିଲୁ, ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ । ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା । ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି । ଆପଣଙ୍କୁ ମୋର ଅନୁରୋଧ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧିକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ । ନହେଲେ ଭବିଷ୍ୟତରେ ଏ ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ ।

Previous Post

ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ

Next Post

ବଲିଉଡ ଭେଟେରାନ୍ ସତୀଶ କୌଶିକଙ୍କ ପରଲୋକ

Next Post
ବଲିଉଡ ଭେଟେରାନ୍ ସତୀଶ କୌଶିକଙ୍କ ପରଲୋକ

ବଲିଉଡ ଭେଟେରାନ୍ ସତୀଶ କୌଶିକଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA