Sunday, October 18, 2026 02:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଓଡିଆ ଅସ୍ମିତା ପ୍ରତି କୁଠାରଘାତ’

ଭୁବନେଶ୍ୱର ବିମାନ ବନ୍ଦର ଘରୋଇକରଣ ପ୍ରସଙ୍ଗ

by Our Correspondent
25 Aug, 2026- 07:10 PM
in Latest News, News
1 min read
0
‘ଓଡିଆ ଅସ୍ମିତା ପ୍ରତି କୁଠାରଘାତ’

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାରଙ୍କ ପ୍ରୟାସକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପି ସରକାର ଉପରେ ବର୍ଷିଛନ୍ତି ।

କହିଛନ୍ତି, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି । ଯାହାକି ଓଡିଆ ଅସ୍ମିତା ପ୍ରତି କୁଠାରଘାତ ସଦୃଶ୍ୟ । ଏ ଖବର ଜାଣିବା ପରେ ସମଗ୍ର ରାଜ୍ୟବାସୀ ମର୍ମାହିତ ହୋଇଛନ୍ତି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ନାମିତ ଉକ୍ତ ବିମାନ ବନ୍ଦର ଦେଶର ପ୍ରମୁଖ ଓ ଲାଭନ୍ୱିତ ବିମାନ ବନ୍ଦର । ବର୍ଷକୁ ୨୦୦କୋଟିରୁ ଉଦ୍ଧ୍ୱର୍ ଲାଭ ହେବା ସହ ୫୦ଲକ୍ଷ ଲୋକେ ଯାତାୟାତ କରିଥାନ୍ତି । ବିମାନ ବନ୍ଦର ୭୦୦୦ରୁ ୮୦୦୦ କୋଟି ଟଙ୍କାର ହେବ । ଏହାକୁ ୫୦ବର୍ଷ ପାଇଁ ଗୋଟାଏ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରିବା ଅତି ନିନ୍ଦନୀୟ । ବିଜେପି ସରକାର ଇଂରେଜ ମାନଙ୍କ ଭଳି ଶାସନ କରି ରାଜ୍ୟର ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଏଥିରେ ଆହୁରି ନିବେଶ କରି ବିକାଶ କରିବା ବଦଳରେ ବିଜେପି ସରକାର ବିମାନବନ୍ଦରକୁ ପିପିପି ମୋଡରେ ଘରୋଇ ସଂସ୍ଥା ହାତକୁ ଟେକି ଦେଇଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛନ୍ତି । ରାଜ୍ୟର ସମସ୍ତ ସମ୍ପଦକୁ ଲୁଟିବା ପାଇଁ କେନ୍ଦ୍ରର ବିଜେପି ସରକାର ଯୋଜନା କରୁଥିବା ବେଳେ ରାଜ୍ୟର ବିଜେପି ସରକାର ଏଜେଣ୍ଟ ସାଜି ତାହାକୁ ସମର୍ଥନ ଜଣାଉଛନ୍ତି ।

ଓଡ଼ିଶାର ଅନେକ କ୍ଷତି ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରାଜ୍ୟ ସରକାର ଚୁପ ରହୁଛନ୍ତି । ଏମଏମଡିଆର ଆକ୍ଟ ଯୋଗେ ରାଜ୍ୟର ଖଣିକୁ ବିକ୍ରି କରିଛନ୍ତି । ବିଭିନ୍ନ ବନ୍ଦର ଗୁଡିକ ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେଇଛନ୍ତି । ଜାତୀୟ ରାଜପଥ ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏହାପରେ ବିଜେପି ସରକାରଙ୍କ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି । ବିମାନବନ୍ଦର ସହିତ ୫୦ବର୍ଷ ପାଇଁ ଘରୋଇ କରଣ କରିଛନ୍ତି । ଏନେଇ ବିଜେପି ସରକାରଙ୍କୁ କିଏ ଅଧିକାର ଦେଇଛି ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶାକୁ ଗରିବ ରାଜ୍ୟ କରିବା ପାଇଁ ବିଜେପି ସରକାର ଯୋଜନାବଦ୍ଧ ଭାବେ ଲାଗି ପଡିଛନ୍ତି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ, ୨୦ଜଣ ବିଜେପି ସାଂସଦ, ରାଜ୍ୟସଭା ସାଂସଦ ମାନେ ଜାଣି ସୁଦ୍ଧା ଚୁପ ବସିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ।

ଓଡ଼ିଶା ବାସୀଙ୍କ ସ୍ୱାର୍ଥକୁ ଲୁଟ କରିବା ପାଇଁ ବିଜେପି ସରକାର ବସି ରହିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓଡିଆ ଅସ୍ମିତାର ପ୍ରତୀକ । ଏହାର ଉନ୍ନତି କରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ବଦଳରେ ଘରୋଇକରଣ କରାଯାଇଛି । ଉକ୍ତ ନିଷ୍ପତ୍ତିକୁ ବିଜେପି ସରକାର ଯଦି ରଦ୍ଦ ନକରନ୍ତି ତେବେ ବିଜେଡି ପକ୍ଷରୁ ଘୋର ବିରୋଧ କରି ଆନ୍ଦୋଳନ କରାଯିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

Previous Post

ଖଣି ଗଲା, ବିମାନବନ୍ଦର ଗଲା!

Next Post

ପ୍ରସାଦ ହରିଚନ୍ଦନଙ୍କ MDMR ବାଣ

Next Post
ପ୍ରସାଦ ହରିଚନ୍ଦନଙ୍କ MDMR ବାଣ

ପ୍ରସାଦ ହରିଚନ୍ଦନଙ୍କ MDMR ବାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA