Wednesday, September 30, 2026 07:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଦ୍ମଭୂଷଣ ଡ. ତ୍ରିଲୋଚନ ପ୍ରଧାନ ଆଉ ନାହାନ୍ତି

by Our Correspondent
04 Dec, 2021- 09:47 PM
in Latest News, News
1 min read
0
ପଦ୍ମଭୂଷଣ ଡ. ତ୍ରିଲୋଚନ ପ୍ରଧାନ ଆଉ ନାହାନ୍ତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ପ୍ରଫେସର ଡକ୍ଟର ତ୍ରିଲୋଚନ ପ୍ରଧାନ ଆଉ ନାହାନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ପ୍ରଫେସର ପ୍ରଧାନ ଆଜି ହୃଦଘାତ୍ ରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୯୩ ବର୍ଷ ହୋଇଥିଲା । ପ୍ରଫେସର ପ୍ରଧାନଙ୍କ ବିୟୋଗ ଶିକ୍ଷାଜଗତରେ ଶୋକର ଛାୟା ଖେଳାଇ ଦେଇଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପିସିସି ସଭାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।

ପ୍ରଫେସର ପ୍ରଧାନଙ୍କ ଜନ୍ମ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଘଣାଶାଳିଆ ଗାଁରେ । ତାଙ୍କ ବାପା ସ୍ୱର୍ଗତ୍ ରାମଚନ୍ଦ୍ର ଦକ୍ଷିଣରାୟ ଥିଲେ ଖଣ୍ଡପଡ଼ା ଗଡ଼ଜାତ ଅଞ୍ଚଳର ଜଣେ ସ୍ୱନାମଧନ୍ୟ ବ୍ୟକ୍ତି । ଡ. ପ୍ରଧାନ ରେଭେନ୍ସା ମହାବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ସମାପ୍ତ ପରେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରୁ ୧୯୫୬ ମସିହାରେ ପିଏଚଡି କରିଥିଲେ।

ରେଭେନ୍ସାରେ ଅଧ୍ୟାପକ ଭାବେ କିଛି ବର୍ଷ କାର୍ଯ୍ୟ କରିବା ପରେ ୧୯୬୪ରୁ ୧୯୭୪ ପର୍ଯ୍ୟନ୍ତ ସେ ଶାହା ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଆର ଫିଜିକ୍ସର ମୁଖ୍ୟ ଭାବେ ଅବସ୍ଥାପିତ ଥିଲେ। ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ସେ ଥିଲେ ପ୍ରତିଷ୍ଠାତା ନିର୍ଦ୍ଦେଶକ (୧୯୭୪-୮୯)। ୧୯୮୯ରୁ ୧୯୯୧ ଯାଏଁ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ।

ଭାରତର ଜଣେ ଜଣାଶୁଣା ଗବେଷକ ଓ ପଦାର୍ଥ ବିଜ୍ଞାନୀ ଭାବେ ସେ ଭାରତ ସରକାରଙ୍କଠାରୁ ପଦ୍ମବିଭୂଷଣ ଉପାଧି ସମେତ କଳିଙ୍ଗ ୟୁନେସ୍କା ପୁରସ୍କାର, ମେଘନାଦ ଶାହା ପୁରସ୍କାର ଓ ବହୁ ସମ୍ମାନ ଲାଭ କରିଥିଲେ।

ତାଙ୍କ ଲିଖିତ ତିନୋଟି ଗବେଷଣାତ୍ମକ ପୁସ୍ତକ The Photon, (Nova Science Publishers, New York), Quantum Mechanics (University Press of Hyderabad) ଓ Electron Capture by Protons Passing through Hydrogen ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରସିଦ୍ଧି ଆଣିଥିଲା।

ପ୍ରଫେସର ପ୍ରଧାନଙ୍କ ମରଶରୀରକୁ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସଂଧ୍ୟାରେ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା । ପୁଅ ଅଶୋକ ପ୍ରଧାନ ଏବଂ ଝିଅ ପ୍ରଫେସର ଅସୀମା ପ୍ରଧାନ ମୁଖାଗ୍ନି ଦେଇଥିଲେ । ଜ୍ୱାଇଁ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀଙ୍କ ସମେତ ପରିବାରବର୍ଗ ଏବଂ ସମ୍ପର୍କୀୟମାନେ ସେଠାରେ ଉପସ୍ଥିତ ଥିଲେ ।

Previous Post

ଟଳିଲା ବାତ୍ୟା ଆଶଙ୍କା, କେବଳ ବର୍ଷା !

Next Post

‘ଓମିକ୍ରନ୍’ ଚିନ୍ତା: ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୨୪୬ ପଜିଟିଭ୍

Next Post
‘ଓମିକ୍ରନ୍’ ଚିନ୍ତା: ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୨୪୬ ପଜିଟିଭ୍

'ଓମିକ୍ରନ୍' ଚିନ୍ତା: ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୨୪୬ ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA