ଭୁବନେଶ୍ୱର: ଓଡ଼ିଶାର ସିଜିମାଳି ଖଣି ପାଇଁ ସ୍ୱତନ୍ତ୍ର ରେଳ ଲାଇନକୁ ମଞ୍ଜୁରି ମିଳିଛି । ବେଦାନ୍ତର ସିଜିମାଳି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଭାବେ ରେଳ ଲାଇନ ପଡ଼ିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଖଣିଜ ପଦାର୍ଥ ପରିବହନକୁ ସୁଦୃଢ଼ କରି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।
ସୂଚନାଥାଉକି, ରାୟଗଡ଼ାର କାଶୀପୁର ବ୍ଲକ୍ ରେ ଥିବା ସିଜିମାଳି ଖଣିକୁ ଏସିଆର ବକ୍ସାଇଟ୍ ଭଣ୍ଡାର କୁହାଯାଏ । ୩୦୦ ନିୟୁତରୁ ଅଧିକ ବକ୍ସାଇଟ୍ ଏଠାରେ ଗଚ୍ଛିତ ଅଛି । ନେଇ ଉତ୍ତେଜନା ଲାଗି ରହିଛି । ରାଜ୍ୟ ସରକାର ବେଦାନ୍ତକୁ ଏହି ଖଣି ଲିଜ୍ ସୂତ୍ରରେ ଦେଇଛନ୍ତି । ସେଠାରେ ରାସ୍ତା ନିର୍ମାଣକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ବେଦାନ୍ତ ଦ୍ୱାରା ଖଣି ପାଇଁ ଉଦ୍ଦିଷ୍ଟ ୩ କିଲୋମିଟର ରାସ୍ତା ନିର୍ମାଣକୁ ଆଦିବାସୀମାନେ ବିରୋଧ କରୁଛନ୍ତି । ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା । ସେଥିରେ ୬୦ ରୁ ୭୦ ଜଣ ଆହତ ହୋଇଥିଲେ । ପରିସ୍ଥିତି ତଥାପି ସ୍ୱାଭାବିକ ହୋଇନି ।
Continue Reading







