Thursday, June 25, 2026 09:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାମିଆ ନୁହଁନ୍ତି, ଟାର୍ଗେଟ୍ ପାଣ୍ଡିଆନ୍!

ଚକା ଆଖି ସବୁ ଦେଖୁଛି

by Our Correspondent
23 Dec, 2023- 06:50 PM
in Latest News, News
1 min read
0
କାମିଆ ନୁହଁନ୍ତି, ଟାର୍ଗେଟ୍ ପାଣ୍ଡିଆନ୍!

Untitled design - 1

“ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜାଣତରେ ହେଉ କିମ୍ବା ଅଜାଣତରେ ମହାପ୍ରଭୁଙ୍କ ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳା ନ ଯାଉ ।” -ଧର୍ମେନ୍ଦ୍ର ପ୍ରଧାନ

“ଆପଣ ଡେରିରେ ହେଉ ପଛେ ଠିକ୍ କଥା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ହେଲେ ଆପଣଙ୍କ ଦଳର କିଛି ନେତା ଓଡ଼ିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ତାକୁ ସଭିଏଁ ଦେଖିଛନ୍ତି । ଯେଉଁ ମହିଳା ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ, ସେ ଯେତେବେଳେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ ସଙ୍ଗେ ସଙ୍ଗେ ତାଙ୍କୁ ଫେକ୍ ନୁ୍ୟଜ୍ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବା ପାଇଁ ଆପଣଙ୍କ ଅନୁଗତ ଗୋଷ୍ଠୀ ଅପଚେଷ୍ଟା କଲେ । କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା?” –ମାନସ ମଙ୍ଗରାଜ

ଭୁବନେଶ୍ୱର: ଜଣାଶୁଣା ବ୍ଲଗର କାମିଆ ଜାନିଙ୍କୁ ନେଇ ଓଡିଶାରେ ଏବେ ହଟଚମଟ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିବାକୁ ସେ ପୁରୀ ଆସିଥିଲେ । ପ୍ରକଳ୍ପ ବାବଦରେ ଏହାର ମୁଖ୍ୟ ପୁରୋଧା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ସାକ୍ଷାତକାର ନେଇଥିଲେ ଏବଂ ତାଙ୍କ ସାଙ୍ଗରେ ବସି ମହାପ୍ରସାଦ ଖାଇଥିଲେ । ଏହି ଭିଡିଓଟି ପ୍ରସ୍ତୁତ ହେବାର ସପ୍ତାହ ପରେ ରାଜ୍ୟ ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । କାରଣ ହେଉଛି, ବ୍ଲଗର୍ କାମିଆ କୁଆଡ଼େ ଜଣେ ଗୋମାଂସ ଭକ୍ଷଣକାରୀ । ଶ୍ରୀମନ୍ଦିର ଭିତରକୁ ସେ କ୍ୟାମେରା ନେଇ ପଶିଥିଲେ । ଯାହା କି ବେଆଇନ ଏବଂ ଅଧର୍ମୀ କାମ ।

ଗତ ୩ ଦିନ ଧରି ଏହି ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଉପରେ ଭିଡିଓ ପ୍ରସ୍ତୁତ କରିଥିବା ବ୍ଲଗର କାମିଆ ଜାନି ଜଣେ ଗୋମାଂସ ଭକ୍ଷଣୀ । ତାଙ୍କୁ ଶ୍ରୀମନ୍ଦିରରେ ପୂରାଇବା ଏବଂ ତାଙ୍କୁ ମହାପ୍ରସାଦରେ ଆପ୍ୟାୟତ କରି ଜଗନ୍ନାଥ ସଂସ୍କୃତିର ପ୍ରସାର କରିବା ଏକ ଗର୍ହିତ କାର୍ଯର୍୍ୟ ବୋଲି ପ୍ରଥମେ ବିଜେପିର ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଏକ ପ୍ରେସ୍ ମିଟ୍ ରେ ଅଭିଯୋଗ ଅଣାଯାଇଥିଲା । ଶ୍ରୀମନ୍ଦିରକୁ କ୍ୟାମେରା ନେବାର ଅନୁମତି ନ ଥିବା ସତ୍ତ୍ୱେ ସେଠାକୁ କ୍ୟାମେରା କିଭଳି ଗଲା ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା ।

ତେବେ ଏହାକୁ ଡାହା ମିଛ ବୋଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପାଲଟା ଜବାବ ଦିଆଗଲା । ଭିଡିଓକୁ ନେଇ ମିଛ ତଥ୍ୟ ଦେଇ ରାଜ୍ୟ ବିଜେପି ନେତା ନାଟକ କରୁଛନ୍ତି । ମନ୍ଦିର ଭିତରକୁ କୌଣସି କ୍ୟାମେରା ଯାଇନାହିଁ ଏବଂ ମନ୍ଦିର ବାହାରେ ରାଧାବଲ୍ଲଭ ମଠରେ ମହାପ୍ରସାଦ ସେବନ କରାଯାଇଛି ବୋଲି କୁହାଗଲା ।

ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବିଜେପି ନେତାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କୁହାଗଲା । ପ୍ରମାଣ ଥିଲେ ତାହା ଦେଖାଇବାକୁ ଚାଲେଂଜ କରାଗଲା ।

ଏହାପରେ ବିଜେପିର ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଗତକାଲି ଏକ ଭିଡିଓ ଜାରି କରାଗଲା । ଯେଉଁଥିରେ କାମିଆ ଶ୍ରୀମନ୍ଦିରରୁ ବାହାରୁଥିବା ଦୃଶ୍ୟ ରହିଛି । ମାତ୍ର ଶ୍ରୀମନ୍ଦିର ଭିତରର କୌଣସି ଦୃଶ୍ୟ ନାହିଁ । ଅତଏବ କ୍ୟାମେରା ଭିତରକୁ ଯାଇଥିବାର ପ୍ରମାଣ ବିଜେପି ପାଖରେ ନାହିଁ ।

ବାକି ରହିଲା କାମିଆଙ୍କ ଗୋମାଂସ ଭକ୍ଷଣ କଥା । କେରଳର କୋଚିରେ ଏକ ରେଷ୍ଟୁରାଣ୍ଟର ପ୍ରମୋସନ ଭିଡ଼ିଓରେ ସେଭଳି କିଛି ଦୃଶ୍ୟ ନଥିଲେ ମଧ୍ୟ ସୋସିଆଲ୍ ମିଡିଆରେ ସେ ଗୋମାଂସ ଖାଉଥିବାର ଦୃଶ୍ୟ ଭାଇରାଲ୍ କରାଗଲା । ଏହା ଫେକ୍ ବୋଲି ଚର୍ଚ୍ଚା ହେଉଥିବା ବେଳେ ନିଜେ କାମିଆ ସ୍ପଷ୍ଟୀକରଣ ଦେଇ ସେ କେବେ ଗୋମାଂସ ଖାଇନାହାନ୍ତି ବୋଲି କହିଛନ୍ତି । ଜଣେ ଭାରତୀୟ ଭାବେ ଭାରତର ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତାଙ୍କର କାମ । ସେଥିପାଇଁ ଭାରତବର୍ଷର ସବୁ ଜ୍ୟୋର୍ତିଲିଙ୍ଗ ଏବଂ ଚାରଧାମ ବୁଲିଛନ୍ତି । ଏହା ତାଙ୍କର ସୌଭାଗ୍ୟ ବୋଲି ସେ ତାଙ୍କ ସୋସିଆଲ୍ ମିଡିଆ ହାଣ୍ଡଲ୍ ରେ ଉଲ୍ଲେଖ କରିଥିଲେ ।

ଏହା ସତ୍ତ୍ୱେ ବି ବିଜେପିର ଆକ୍ରମଣ ଜାରି ରହିଥିବାରୁ ବିଜେଡିର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଗତକାଲି ତାଙ୍କ ସୋସିଆଲ୍ ମିଡିଆ ‘ଏକ୍ସ’ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତଥ୍ୟ ସମ୍ବଳିତ କିଛି ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ, କାମିଆ ଜାନିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ହିନ୍ଦୁ ମନ୍ଦିର ଓ ଐତିହ୍ୟ ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ନିଯୁକ୍ତି କରିଛନ୍ତି । ଚାରଧାମ ଓ ଅଯୋଧ୍ୟା ରାମ ମନ୍ଦିର ଓ ରାମ ଲାଲଙ୍କୁ ଦେଖିବାକୁ କାମିଆ ଯାଇଥିଲେ । ଯାହାକୁ ଆପଣମାନେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏବେ ଶ୍ରୀମନ୍ଦିରକୁ ନେଇ ସମସ୍ୟା କାହିଁକି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏଭଳି ଅସହିଷ୍ଣୁତା ବାରି ହୋଇପଡୁଛି ବୋଲି କହିଥିଲେ । କ୍ରମାଗତ ଭାବେ ଏଭଳି ମିଥ୍ୟା ଖବର ଜରିଆରେ ଓଡ଼ିଶାକୁ ନୀଚ୍ଚା ଦେଖାଇବାର ଉଦ୍ଦେଶ୍ୟ କ’ଣ ବୋଲି ମଧ୍ୟ ପଚାରିଥିଲେ ।

ଦିଲ୍ଲୀ ଫେରନ୍ତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ ସାମ୍ବାଦିକମାନେ ଏହି ପ୍ରସଙ୍ଗରେ ପ୍ରଶ୍ନ କଲାରୁ ସେ କାମିଆଙ୍କ ଉପରେ କୌଣସି ଟିପ୍ପଣୀ ଦେଇ ନ ଥିଲେ । କେବଳ ଏତିକି କହିଥିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜାଣତରେ ହେଉ କିମ୍ବା ଅଜାଣତରେ ମହାପ୍ରଭୁଙ୍କ ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳା ନ ଯାଉ । ସେପଟେ କିନ୍ତୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ତାଙ୍କ ସୋସିଆଲ୍ ମିଡିଆ ଏକ୍ସରେ ଭି.କେ.ପାଣ୍ଡିଆନଙ୍କ ନାଁ ନେଇ ଜଣେ ଗୋମାଂସ ପ୍ରଚାରକକୁ ପ୍ରବେଶ ଅନୁମତି ଦେବା ଶ୍ରୀମନ୍ଦିରର ପବିତ୍ରତା ଉଲ୍ଲଂଘନ ବୋଲି କହି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସେପଟେ କଂଗ୍ରେସ ବି ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହିଁ । ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗକୁ ନେଇ ଜୋରଦାର ହମଲା କରିଛନ୍ତି ।

ଆଉ ଏହି ପ୍ରସଙ୍ଗରେ ପୁଣି ଥରେ ସାମନାକୁ ଆସିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଧର୍ମେନ୍ଦ୍ରଙ୍କୁ କହିଛନ୍ତି ଯେ ଆପଣ ଡେରିରେ ହେଉ ପଛେ ଠିକ୍ କଥା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ହେଲେ ଆପଣଙ୍କ ଦଳର କିଛି ନେତା ଓଡ଼ିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ତାକୁ ସଭିଏଁ ଦେଖିଛନ୍ତି ।

ଯେଉଁ ମହିଳା ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ, ସେ ଯେତେବେଳେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ ସଙ୍ଗେ ସଙ୍ଗେ ତାଙ୍କୁ ଫେକ୍ ନ୍ୟୁଜ୍ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବା ପାଇଁ ଆପଣଙ୍କ ଅନୁଗତ ଗୋଷ୍ଠୀ ଅପଚେଷ୍ଟା କଲେ । କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା । ଫେକ୍ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ରାଜ୍ୟ ବିଜେପିର ଏହି ନେତାଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି ।

ସୂଚନାଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆସନ୍ତା ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଆଇଏଏସ୍ ଚାକିରି ଛାଡି ବିଜେଡିରେ ଯୋଗଦେଇଥିବା ପାଣ୍ଡିଆନ୍ ଏବେ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ଚେହେରା ଭାବେ ଉଭା ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କାମିଆ ଜାନିଙ୍କୁ ବିବାଦକୁ ଟାଣି ବିରୋଧୀମାନେ ଅସଲରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି ।

Previous Post

ଯୋରନ୍ଦାରେ ମୁଖ୍ୟମନ୍ତ୍ରୀ: ମହିମା ପୀଠର ରୂପାନ୍ତର ପାଇଁ ଭୂମିପୂଜନ

Next Post

ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ପରଲୋକ

Next Post
ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ପରଲୋକ

ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA