ଭୁୁବନେଶ୍ୱର: କଂଗ୍ରେସରୁ ଆଜି ଇସ୍ତଫା ଦେଇଛନ୍ତି ସତ୍ୟ ପ୍ରକାଶ ନାୟକ । ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳର କାର୍ଯ୍ୟଶୈଳୀକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହିତ ପିସିସି ସଭାପତିଙ୍କ ୨୦୨୪ରେ ‘୯ରୁ ୯୦’ ଆହ୍ୱାନ ଏକ ସ୍ଲୋଗାନ୍ ମାତ୍ର ବୋଲି ଉଲ୍ଲେଖ କରିଛନ୍ତି ।
ପୂର୍ବରୁ ପିସିସି ମିଡିଆ ସେଲ୍ ଆବାହକ ପଦରୁ ସତ୍ୟ ପ୍ରକାଶ ଇସ୍ତଫା ଦେଇଥିଲେ । ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ପିସିସି ସଦସ୍ୟ ତାଲିକାରୁ ତାଙ୍କୁ ବାଦ୍ ଦିଆଯାଇଥିବାରୁ ପ୍ରତିବାଦରେ ସେ ପଦ ଛାଡ଼ି ପିସିସି ସଭାପତି ଓ ଏଆଇସିସି ପ୍ରଭାରୀଙ୍କଠାରୁ ଉତ୍ତର ଆଶା କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ କୌଣସି ଉତ୍ତର ନ ପାଇ ଆଜି କ୍ଷୋଭର ସହ କଂଗ୍ରେସ ଛାଡ଼ିଛନ୍ତି । ତାଙ୍କର ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ କିଛି ଜଣାଇନାହାନ୍ତି ।