Saturday, April 25, 2026 03:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି!

ରାଜ୍ୟ ବିଜେପିରେ ଦ୍ୱନ୍ଦ

by Our Correspondent
17 Jan, 2023- 07:20 PM
in Latest News, News, Politics
1 min read
0
ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି!

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ତାଙ୍କ ନେତୃତ୍ୱରେ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବାକୁ ଦଳର କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ଏପଟେ ଦଳର ଓଡ଼ିଶା ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମୀର ମହାନ୍ତିଙ୍କ ନେତୃତ୍ୱରେ ୨୪ ନିର୍ବାଚନ ଲଢ଼ିବ ବିଜେପି । ତେବେ ଦିଲ୍ଲୀରୁ ଏଭଳି ନିଷ୍ପତ୍ତି ସଂକ୍ରାନ୍ତରେ କୌଣସି ସୂଚନା ଆସି ନ ଥିବାରୁ ଦ୍ୱନ୍ଦ ସୃଷ୍ଟି ହୋଇଛି ।

ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳରେ ରାଜ୍ୟର ସଭାପତି ଚୟନ କିମ୍ବା ତାଙ୍କ କାର୍ଯ୍ୟକାଳ ବୃଦ୍ଧି ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ରୀୟସ୍ତରରେ ହୋଇଥାଏ । ଦିଲ୍ଲୀରୁ ଏହି ନିଷ୍ପତ୍ତି ଆସିଥାଏ । ସୁତରାଂ ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବଢ଼ିବ ନା ନାହିଁ ତାହାର ନିଷ୍ପତ୍ତି ଦିଲ୍ଲୀରୁ ଆସିବା କଥା । ମାତ୍ର ଏ ପର୍ଯ୍ୟନ୍ତ ସେଭଳି କୌଣସି ନିଷ୍ପତ୍ତି ଦିଲ୍ଲୀରୁ ଆସି ନ ଥିଲା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କେଉଁ ଆଧାରରେ ଗଣମାଧ୍ୟମକୁ ଏହି ସୂଚନା ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ଏହା ପଛର ରହସ୍ୟ ଜାଣି ନ ପାରି ଦଳୀୟ ନେତା ଓ କର୍ମୀ ଦ୍ୱନ୍ଦରେ ପଡ଼ିଛନ୍ତି ।

ଶ୍ରୀ ହରିଚନ୍ଦନ ଗଣମାଧ୍ୟକୁ କହିଛନ୍ତି, ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଠିକଣା ଢ଼ଙ୍ଗରେ ଚାଲିଛି । ଦଳ ଆହୁରି ସଶକ୍ତ ହୋଇଛି । ତେଣୁ ରାଜ୍ୟରେ ଏବେ ନେତୃତ୍ୱ ପରିବର୍ତ୍ତନ ହେବାର ନାହିଁ । ତାଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ ।

ରୋଚକ କଥା ହେଉଛି, ଶ୍ରୀ ହରିଚନ୍ଦନଙ୍କର ସୂଚନାକୁ ଦଳର ଅନେକ ନେତା ଓ କର୍ମୀ ଗ୍ରହଣ କରିନାହାନ୍ତି । ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନ ଲଢ଼ିବା କଥାକୁ ସେମାନେ ସ୍ୱୀକାର କରୁନାହାନ୍ତି । ଏହାଦ୍ୱାରା ବିଜେଡି ପାଇଁ ରାସ୍ତା ପୂର୍ବଭଳି ସହଜ ରହିଯିବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ଗଣମାଧ୍ୟମକୁ ଶ୍ରୀ ହରିଚନ୍ଦନଙ୍କ ଏହି ସୂଚନା ପ୍ରାୟୋଜିତ ଏବଂ ଏହା ପଛରେ ବଡ଼ ଖେଳ ରହିଥିବା ସେ ଇସାରା କରିଛନ୍ତି ।

ସୂଚନାଥାଉକି, ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ୨୦୨୦ ଜାନୁଆରୀ ୧୬ ତାରିଖରେ ତାଙ୍କୁ ସଭାପତି ନିର୍ବାଚିତ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସେ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ।

Previous Post

ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଲା

Next Post

କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ

Next Post
କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ

କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA