ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ନାୟକଙ୍କ ମା’ ଶ୍ରୀମତୀ ସତ୍ୟଭାମା ନାୟକ ଆଉ ନାହାନ୍ତି । ଭୁବନେଶ୍ୱରସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ଆଖି ବୁଜି ଦେଇଛନ୍ତି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଫୁଲପାଟଣା(ବଲୁରିଆ) ଗ୍ରାମର ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତଃ ଦୈତାରୀ ନାୟକଙ୍କ ପତ୍ନୀ ହେଉଛନ୍ତି ସତ୍ୟଭାମା । ତାଙ୍କର ୬ ପୁଅ ଓ ୩ ଝିଅ ଅଛନ୍ତି । ପ୍ରଫେସର ନାୟକ ତାଙ୍କର ଦ୍ୱିତୀୟ ପୁତ୍ର । ଅନ୍ୟ ପୁଅଝିଅମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ । ମୃତ୍ୟୁଶଯ୍ୟା ନିକଟରେ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।
ସତ୍ୟଭାମା ନାୟକଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକପ୍ରକାଶ ପାଇଛି ।