Wednesday, April 29, 2026 09:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରମିଳା ମଲ୍ଲିକଙ୍କୁ ପ୍ରଚାର ମନା

ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ

by Our Correspondent
13 Feb, 2022- 10:24 PM
in Latest News, News
1 min read
0
ପ୍ରମିଳା ମଲ୍ଲିକଙ୍କୁ ପ୍ରଚାର ମନା

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତ୍ରୀ ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଉପରେ ବାଜିଛି ନିର୍ବାଚନ କମିସନଙ୍କ ଛାଟ । ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନରୁ ତାଙ୍କୁ ୪୮ ଘଣ୍ଟା ପାଇଁ ବାରଣ କରାଯାଇଛି । ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୧୪ ତାରିଖ ଦିନ ୧୦ଟାରୁ ତାଙ୍କ ପାଇଁ ଏହି କଟକଣା ଲାଗୁ ହୋଇଛି । ନିର୍ବାଚନ କମିସନ ସଚିବ ରବୀନ୍ଦ୍ର ନାଥ ସାହୁ କମିସନଙ୍କ ନିଦେ୍ର୍ଦଶ ସମ୍ପର୍କରେ ଯାଜପୁର ଜିଲ୍ଲାପାଳଙ୍କୁ ଏହା ଜଣାଇ ଦିଆଯାଇଛି ।

ଶ୍ରୀମତୀ ମଲ୍ଲିକଙ୍କ ଆଚରଣକୁ ନିର୍ବାଚନ କମିସନର ନାପସନ୍ଦ କରିବା ସହ ନିର୍ବାଚନ ପ୍ରଚାର ମୈଦାନରୁ ୪୮ ଘଣ୍ଟା ପାଇଁ ନିବୃତ୍ତ ରଖିଛନ୍ତି । ଏହି ସମୟରେ ସେ କୌଣସି ଗଣମାଧ୍ୟମରେ ବିବୃତି ଦେଇପାରିବେନି କି ସୋସିଆଲ୍ ମିଡ଼ିଆରେ ପ୍ରଚାର କରିପାରିବେ ନାହିଁ । କେବଳ ନିଜ ନିର୍ବାଚନମଣ୍ଡଳୀ ବିଝାଂରପୁର ନୁହେଁ, ରାଜ୍ୟର କୌଣସି ଜାଗାରେ ବି ସେ ପ୍ରଚାର କରିପାରିବେ ନାହିଁ । ଏହା ଉପରେ ନଜର ରଖିବାକୁ ଯାଜପୁର ଜିଲ୍ଲାପାଳଙ୍କୁ କମିଶନର ନିଦେ୍ର୍ଦଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ପରିଷଦ ଜୋନ୍-୨୭ ରେ ପ୍ରଚାର କଲା ବେଳେ ଶ୍ରୀମତୀ ମଲ୍ଲିକ ଗତ ଗୁରୁବାର ଦିନ ବିବାଦୀୟ କଥା କହିଥିଲେ । ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ମାସିକ ଭତ୍ତା, କଣ୍ଟ୍ରୋଲ୍ ଚାଉଳ ଦିଆଯିବ ନାହିଁ କି ସରକାରୀ ଯୋଜନାରେ ପକ୍କା ଘର ମିଳିବ ନାହିଁ ବୋଲି ଧମକ ଦେଇଥିଲେ । ସୋସିଆଲ୍ ମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମରେ ଏହା ବହୁଳ ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଦର୍ଶ ଆଚରଣ ବିଧିର ଏହା ଖୋଲା ଉଲ୍ଲଂଘନ ବୋଲି କୁହାଯାଇଥିଲା ।

ରାଜ୍ୟ ନିର୍ବାଚନ କମିସନ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ପରେ କମିସନରଙ୍କ ନିଦେ୍ର୍ଦଶରେ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ମଲ୍ଲିକଙ୍କୁ ସୋ କଜ୍ ବା କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ତେବେ ତାଙ୍କ ଉତ୍ତର ସନ୍ତୋଷଜନକ ନ ଥିବାରୁ କମିସନଙ୍କ ପକ୍ଷରୁ ଏହି କାର୍ଯ୍ୟାନଷ୍ଠାନ ନିଆଯାଇଛି ।

Previous Post

ବନ୍ଧା ହେଲେ ଏଡ଼ିଏମ୍ ବିଶ୍ୱଜିତ୍ ମହାପାତ୍ର

Next Post

୨୧ରୁ ବିନା ସାର୍ଟିଫିକେଟ୍ ରେ ଶ୍ରୀମନ୍ଦିର ଦର୍ଶନ

Next Post
୨୧ରୁ ବିନା ସାର୍ଟିଫିକେଟ୍ ରେ ଶ୍ରୀମନ୍ଦିର ଦର୍ଶନ

୨୧ରୁ ବିନା ସାର୍ଟିଫିକେଟ୍ ରେ ଶ୍ରୀମନ୍ଦିର ଦର୍ଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA