Wednesday, April 22, 2026 07:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯାର ମୁଖେ ଲଜ୍ଜା ନାହିଁ…

by Our Correspondent
18 Aug, 2023- 04:34 PM
in Latest News, News
1 min read
0
ଯାର ମୁଖେ ଲଜ୍ଜା ନାହିଁ…

?????????????????????????????????????????????????????????

ଭୁବନେଶ୍ୱର: ଯାର ମୁଖେ ଲଜ୍ଜା ନାହିଁ ତାକି ଆମେ ଡରି । ବଙ୍ଗଳାରେ ଥିବା ଏହି ପ୍ରବାଦର ଓଡ଼ିଆ ଅର୍ଥ ହେଉଛି- ଯାହା ମୁହଁରେ ଲଜା ନାହିଁ ତାଙ୍କୁ ସମସ୍ତେ ଡରନ୍ତି । ଏଭଳି ବ୍ୟକ୍ତିତ୍ୱର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ‘ସମ୍ବାଦ’ ଖବରକାଗଜର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଆଜି ତାଙ୍କର ୭୨ତମ ଜନ୍ମିଦନ ଆଲେଖ୍ୟରୁ ଏହି ପ୍ରବାଦ ମନେପଡ଼ିଛି । ଦଳବଦଳରେ ରେକର୍ଡ ସୃଷ୍ଟି କରିଥିବା ସୌମ୍ୟ ପାର୍ଟି ନୁହେଁ, ମାଟି ବଡ଼ ବୋଲି ଆହ୍ୱାନ ଦେଇଛନ୍ତି । ଚୂନ ମାରିବା କୌଶଳରେ ସେ ନିଜର ବିଚାର ବୁଦ୍ଧିକୁ ବି ଲେଖାରେ ବାଟବଣା କରିଛନ୍ତି । ବିଜୁ ଜନତା ଦଳର ଶକ୍ତି ଓ ସାମର୍ଥ୍ୟ ବଢ଼ାଇବା ଆମ ସମସ୍ତଙ୍କର କାମ୍ୟ ହେବା ଉଚିତ ବୋଲି ନିଜ ଖବରକାଗଜର ପାଠକମାନଙ୍କୁ କଟାକ୍ଷ କରି ଜନ୍ମଦିନର ବଦଳ ଉପହାର ଦେଇଛନ୍ତି ।

ସୌମ୍ୟବାବୁ ତାଙ୍କ ଆଲେଖ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କୁ ମୁଖ୍ୟତଃ ଟାର୍ଗେଟ୍ କରିଛନ୍ତି । ଏଇ ବର୍ଷେ ଭିତରେ ସେ ତାଙ୍କ ଖବରକାଗଜରେ ବାରମ୍ବାର ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । ଏବେ କିଛି ଦିନ ହେଲା ନିଜେ ସ୍ତମ୍ଭ ନ ଲେଖି ଅନ୍ୟ ହାତରେ କଲମ ଧରାଇଥିଲେ । ମାତ୍ର ଆଜି ଜନ୍ମିଦନରେ ଲୋକଙ୍କ ଶୁଭେଚ୍ଛା ଓ ସହାନୁଭୂତିକୁ ଆଖିରେ ରଖି ସେ ଆମ ଘରର ହାଲଚାଲରେ ପୁଣି ପାଣ୍ଡିଆନଙ୍କ ପ୍ରସଙ୍ଗ ଉଠାଇଛନ୍ତି । ସରକାର ଓ ଦଳରେ ଯାହା ଚାଲିଛି ତାଙ୍କୁ ବିଲକୁଲ ଭଲ ଲାଗୁନି ଏବଂ ମାଟି ପାଇଁ ତାଙ୍କ ଛାତି ଫାଟି ଯାଉଛି ବୋଲି ସେ ଜଣାଇବାକୁ ଚାହିଁଛନ୍ତି ।

ଏଭଳି ଲେଖିବାରେ ସୌମ୍ୟ ବାବୁଙ୍କୁ ଲଜା ଲାଗିବା କଥା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏଥିପାଇଁ ଯେ ତାଙ୍କର ନୀତି, ଆଦର୍ଶ, ସ୍ୱାଭିମାନ କିଛି ନାହିଁ । ସେତକ ଥିଲେ ଗୋଟିଏ ନିର୍ଦ୍ଦିଷ୍ଟ ଆଦର୍ଶରେ ରାଜନୀତି କରୁଥାନ୍ତେ । କେତେବେଳେ ବିଜେପି, କେତେବେଳେ କଂଗ୍ରେସ, କେତେବେଳେ ଏନସିପି, କେତେବେଳେ ଆମ ଓଡ଼ିଶା ତ କେତେବେଳେ ବିଜେଡି ହୋଇ ନ ଥାନ୍ତେ । ଏହି ଦଳବଦଳ ନୀତି, ଭଗ୍ନ ଆଦର୍ଶକୁ ନେଇ ସୌମ୍ୟ ବାବୁ ଲଜା କି ଅନୁତପ୍ତ ନ ହେବା ଅନେକଙ୍କୁ ବିସ୍ମିତ କରିଛି । ବିଜେଡି ଏବେ ଯଦି ତାଙ୍କୁ ପୁନର୍ବାର ଟିକେଟ ଦେବା କଥା କୁହେ, ସେ କାଲିଠାରୁ ନବୀନ ଓ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିବେ ବୋଲି ସେମାନେ ବେଟ୍ ମାରିଛନ୍ତି ।

ସୂଚନାଥାଉକି, ୨୦୧୯ ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ସୌମ୍ୟ ବାବୁ ଲୁଚି ଲୁଚି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ଓ ତାଙ୍କର ସଚିବ ପାଣ୍ଡିଆନଙ୍କୁ ଭେଟିଥିଲେ । ସେତେବେଳକୁ ସେ ବିଜେଡି ସରକାର ବିରୋଧରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଏହାର କିଛି ଦିନ ପରେ ବିଜେଡିରେ ମିଶିଲେ ଏବଂ କେଇ ଘଣ୍ଟାରେ ରାଜ୍ୟସଭା ଟିକେଟ ନେଲେ । ପରବର୍ତ୍ତୀ ସମୟରେ ବିଧାୟକ ହେବାକୁ ମନ ବଳାଇଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମନାଇବାକୁ ପାଣ୍ଡିଆନଙ୍କ ଶରଣ ପଶିଲେ ।

ଖଣ୍ଡପଡ଼ାରୁ ଟିକେଟ ପାଇଁ ନବୀନ ନିବାସରେ ସେ ସମସ୍ତଙ୍କ ସାମନାରେ ହାତଯୋଡି କେମିତି ନେହୁରା ହେଉଥିଲେ ତାହା ଆଜି ଟୁଇଟ୍ କରି ମନେ ପକାଇଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ସେ ନିଜେ ଏହାର ସାକ୍ଷୀ ବୋଲି ଅନୁଭବ ଲେଖିଛନ୍ତି ।

ସୁତରାଂ, ବିଜେଡିକୁ ଆସିବା ପୂର୍ବରୁ ପାଣ୍ଡିଆନଙ୍କର କ୍ଷମତା ସମ୍ପର୍କରେ ବୁଦ୍ଧିମାନ ସୌମ୍ୟ ଭଲ ଭାବେ ଅବଗତ ଥିଲେ । ତାଙ୍କ ସହଯୋଗ ପାଇଁ ସେ ରାଜ୍ୟସଭା ଏବଂ ଖଣ୍ଡପଡ଼ାରୁ ବିଧାନସଭା ଟିକେଟ ନେଇଥିଲେ । ଚର୍ଚ୍ଚା ଅନୁଯାୟୀ, ବିଧାୟକ ହେବା ପରେ ମନ୍ତ୍ରୀ ହେବା ନିଶା ତାଙ୍କୁ ପୁଣି ଅସ୍ତବ୍ୟସ୍ତ କଲା । ମନ୍ତ୍ରୀ ହେବା ପାଇଁ ପୁଣି ଧାଇଁଥିଲେ ପାଣ୍ଡିଆନଙ୍କ ପାଖକୁ । ମୁଖ୍ୟମନ୍ତ୍ରୀଙ୍କୁ ମନାଇବା ପାଇଁ ନେହୁରା ହୋଇଥିଲେ । ମାତ୍ର ଏହି ଅତୃପ୍ତ ବ୍ୟକ୍ତିଙ୍କୁ ମନ୍ତ୍ରୀ ପଦ ଦେବାକୁ ମୁଖ୍ୟମନ୍ତ୍ରୀ ଚାହିଁଲେ ନାହିଁ । ଏହାପରେ ନିରାଶ ସୌମ୍ୟଙ୍କର ନୀତି, ଆଦର୍ଶ କଥା ମନେ ପଡ଼ିଛି । ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରଶ୍ନ ମନକୁ ଆସିଛି । ପାର୍ଟି ବଡ଼ ନା ମାଟି ବଡ ପ୍ରଶ୍ନ ମନକୁ ଆସିଛି ।

ରାଜନୈତିକ ସମୀକ୍ଷକଙ୍କ ମତରେ, ସୌମ୍ୟ ବାବୁଙ୍କର ଦୃଢ଼ ଧାରଣା ଯେ ଲୋକେ ଆଜିର କଥା କାଲିକି ମନେ ରଖନ୍ତିନି । ତେଣୁ ସେ ହଜାରେ ଦଳ ବଦଳ କଲେ କି କାହାର ଗୋଡ଼ ହାତ ଧରି ଟିକେଟ ନେଲେ ଲୋକେ ସେହି କଥାକୁ ଭୁଲି ଯିବେ । ନିଜ ସ୍ୱାର୍ଥ ହାସଲ ପାଇଁ ଖବରକାଗଜ ଓ ଟିଭିକୁ ଅସ୍ତ୍ର କରି ଏମିତି ବ୍ଲାକ୍ ମେଲ୍ କରୁଥିବେ ଏବଂ ବିଫଳ ହେଲେ ଆମ ଘରର ହାଲଚାଲ ଲେଖି ରାଗ ସୁଝାଇବେ ।

ମାତ୍ର ସୌମ୍ୟଙ୍କର ଏହି ଧାରଣା ଭୁଲ୍ । ଆଜିକାଲି ସୋସିଆଲ୍ ମିଡିଆ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ଲୋକେ ଭୁଲିବାର ପ୍ରଶ୍ନ ଉଠୁନି । ତେଣୁ ସୌମ୍ୟଙ୍କର ବିଜେଡି ପୃଷ୍ଠଭୂମି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସଚିବଙ୍କୁ ସମାଲୋଚନା କରିବାର ନୈତିକ ଅଧିକାର ନାହିଁ ବୋଲି ସେମାନେ କହିଛନ୍ତି ।

ଉଲ୍ଲେଖଥାଉକି ନିଜ ଖବରକାଗଜରେ ଦାୟିତ୍ୱ, କର୍ତ୍ତବ୍ୟ, ନୀତି ଓ ଆଦର୍ଶର କଥା କହୁଥିବା ସୌମ୍ୟବାବୁ କିଭଳି ଦାୟିତ୍ୱବାନ ଲୋକପ୍ରତିନିଧି ତାହା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ବିଜେଡି ଟିକେଟ ପାଇ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ମଧ୍ୟ ଖଣ୍ଡପଡ଼ା ସହ ତାଙ୍କର ସମ୍ପର୍କ ନାହିଁ କହିଲେ ଚଳେ । କେବେ କେମିତି ଇଚ୍ଛା ହେଲେ ସେଠାକୁ ଯାଉଛନ୍ତି ।

ଖଣ୍ଡପଡ଼ାବାସୀ ସେମାନଙ୍କ ବିଧାୟକଙ୍କୁ ଦେଖିବା ସ୍ୱପ୍ନ ହୋଇଯାଇଛି । ଏମିତିକି ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବାକୁ ବି ବିଧାୟକ ଖଣ୍ଡପଡ଼ା ଯାଉନାହାନ୍ତି । ଖଣ୍ଡପଡ଼ାର ଶକ୍ତିଶାଳୀ ବିଜେଡି ସଂଗଠନକୁ ସେ ଫାଳ ଫାଳ କରିଦେଇଥିବା ଅଭିଯୋଗ ହେଉଛି ।

ଶେଷକଥା ହେଉଛି, ବିଜେଡିରେ ତାଙ୍କର ନୀତି ଆଦର୍ଶ ଖାପ ଖାଉନି ବୋଲି ସୌମ୍ୟ ବାବୁ ଅନୁଭବ କରିଛନ୍ତି । ଦଳର ଶକ୍ତି ଓ ସାମର୍ଥ୍ୟ ହ୍ରାସ ପାଇଛି ବୋଲି ତାଙ୍କର ଅନୁଭବ ହେଉଛି । ନିଜର ପବିତ୍ର ଜନ୍ମଦିନରେ ମନର କ୍ଷୋଭକୁ ପ୍ରକାଶ ନ କରି ସେ ବିଜେଡି ତ୍ୟାଗ କରିଥିଲେ ଶୁଭେଚ୍ଛୁମାନଙ୍କ ପାଇଁ ବଡ଼ ବଦଳ ଉପହାର ହୋଇଥାନ୍ତା । ତାଙ୍କର ଜନ୍ମଦିନର ଶୁଭେଚ୍ଛା ଜଣାଇବା ବେଳେ ଅନେକଙ୍କର ଏହି ଆବେଦନ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ।

ମାତ୍ର ସୌମ୍ୟ ବାବୁ ସେଭଳି ପଦକ୍ଷେପ ନ ନେଇ ଓଲଟି ବିଜୁ ଜନତା ଦଳର ଶକ୍ତି ଏବଂ ସାମର୍ଥ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି । ଏହା ଆମ ସମସ୍ତଙ୍କର କାମ୍ୟ ହେବା ଉଚିତ ବୋଲି କଟାକ୍ଷ କରିଛନ୍ତି । ତେବେ ତାଙ୍କ ଖବରକାଗଜର ପାଠକଙ୍କ ଉଦ୍ଦେଶ୍ୟରେ ଏଭଳି ଭାବନାକୁ ଅନେକ ନାପସନ୍ଦ କରିଛନ୍ତି । କ’ଣ ତାଙ୍କ ଖବରକାଗଜର ସବୁ ପାଠକ ବିଜେଡିକୁ ଶକ୍ତିଶାଳୀ କରିବା କାମରେ ଲାଗିବେ? ମୋଟାମୋଟି ଭାବେ ଏଥିରେ ସମ୍ପାଦକୀୟ କମ ରାଜନୈତିକ ଅଭିସନ୍ଧିର ପରିପ୍ରକାଶ ଅଧିକ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

ସୌମ୍ୟଙ୍କ ଆଜିର ଆଲେଖ୍ୟ ଉପରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସୌମ୍ୟଙ୍କ ମାଟି ମନ୍ତବ୍ୟକୁ ସେ ସୈତାନର ବେଦପାଠ ବୋଲି କହିଛନ୍ତି । ଦଳ ବଦଳରେ ରେକର୍ଡ କରିଥିବା ଲୋକ ଏବେ ମାଟି କଥା କହୁଛନ୍ତି । ଇତିହାସ ଦୋମୁହାଁ, କ୍ଷମତା ଲୋଭୀଙ୍କ ନାଁ ଖୋଜିଲେ ପ୍ରଥମେ ୟାଙ୍କ ନାଁ ଆସିବ ବୋଲି ଅନୁଭବ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ସୌମ୍ୟ ବାବୁଙ୍କ ବିଶୃଙ୍ଖଳିତ ଆଚରଣ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅନେକଙ୍କୁ ବିସ୍ମିତ କରିଛି । ଦଳର ଏହି ବିଭୀଷଣଙ୍କୁ ହଟାଇବା ପାଇଁ ଖଣ୍ଡପଡା ବିଜେଡି ମହଲରୁ ଦାବି ହୋଇଛି । ଅନ୍ୟପକ୍ଷରେ ସେ କଂଗ୍ରେସକୁ ଫେରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Previous Post

ଶରତ ନାୟକ ବିଜେଡିରୁ ସସପେଣ୍ଡ୍

Next Post

ସତ୍ୟବାଦୀରେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

Next Post
ସତ୍ୟବାଦୀରେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

ସତ୍ୟବାଦୀରେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA