ଭୁବନେଶ୍ୱର: ଗଙ୍ଗାଧର ବାବୁ ତାଙ୍କ ସଫେଇରେ ସେଦିନ ହୋଟେଲରେ ମଦ ପିଇ ମାତାଲ ହୋଇଥିବା ବ୍ୟକ୍ତି ତାଙ୍କର ବନ୍ଧୁ କି ନୁହେଁ ସ୍ପଷ୍ଟ କରିନାହାନ୍ତି । ମାତ୍ର ଏତିକି କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ପ୍ରକୋଷ୍ଠକୁ ଆସିନାହାନ୍ତି । ହୋଇପାରେ, ହୋଟେଲ ଲବିରେ ଦୁଇବନ୍ଧୁ ଏକାଠି ବସି ମଉଜ କରିଥାଇପାରନ୍ତି । ତାଙ୍କର ଦ୍ୱିତୀୟ ସଫେଇଟି ହେଉଛି, ହୋଟେଲ ଲବିରେ କେତେବେଳେ ପାଟିତୁଣ୍ଡ ହେଲା ତାହା ସେ ଜାଣିନାହାନ୍ତି । ହୋଇପାରେ, ଓଏଏସ୍ ବାବୁ ତଥାକଥିତ ବନ୍ଧୁଙ୍କୁ ବିଦାୟ ଦେଇ ତାଙ୍କ ପ୍ରକୋଷ୍ଠକୁ ଆସିବା ପରେ ଘଟଣା ଘଟିଛି । ନିଶା ଅଧିକ ଚଢ଼ିଯିବାରୁ ସେ କାଣ୍ଡ ଜ୍ଞାନ ହରାଇଛନ୍ତି । ନିଜ ଉପରୁ ନିୟନ୍ତ୍ରଣ ହରାଇ ନିର୍ଲ୍ଲଜ ହୋଇଯାଇଛନ୍ତି ।
ଦିଲ୍ଲୀର ଅଶୋକା ହୋଟେଲରେ ଓଏଏସ୍ ବାବୁଙ୍କ ଗମାତ କାହାଣୀ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ହୋଟେଲ କର୍ତ୍ତୃପକ୍ଷ ଏବଂ ଆବାସିକ କମିସନରଙ୍କ ପକ୍ଷରୁ ମିଳିତ ଭାବେ ଘଟଣାର ଛାନଭିନ୍ ଚାଲିଥିବା ବେଳେ ସଂପୃକ୍ତ ବାବୁ ତଥା ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ନାୟକ ଏକ ଖବରକାଗଜକୁ ତାଙ୍କର ସଫେଇ ଦେଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ମିଥ୍ୟା ବୋଲି କହିଛନ୍ତି । ଯେଉଁ ବ୍ୟକ୍ତି ଗଣ୍ଡଗୋଳ କରିଥିବା କୁହାଯାଉଛି ସେ ତାଙ୍କ ପ୍ରକୋଷ୍ଠକୁ ଆସିନାହାନ୍ତି । ସେ ହୋଟେଲ ଲବିରେ କେତେବେଳେ ପାଟିତୁଣ୍ଡ କଲେ, ତାହା ସେ ଜାଣିନାହାନ୍ତି । ତାଙ୍କୁ ବଦନାମ କରିବାକୁ ଘଟଣାରେ ତାଙ୍କ ନାଁ ଯୋଡ଼ାଯାଉଛି ବୋଲି ସେ କହିଛନ୍ତି ।
ଗଙ୍ଗାଧର ବାବୁ ତାଙ୍କ ସଫେଇରେ ସେଦିନ ହୋଟେଲରେ ମଦ ପିଇ ମାତାଲ ହୋଇଥିବା ବ୍ୟକ୍ତି ତାଙ୍କର ବନ୍ଧୁ କି ନୁହେଁ ସ୍ପଷ୍ଟ କରିନାହାନ୍ତି । ମାତ୍ର ଏତିକି କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ପ୍ରକୋଷ୍ଠକୁ ଆସିନାହାନ୍ତି । ହୋଇପାରେ, ହୋଟେଲ ଲବିରେ ଦୁଇବନ୍ଧୁ ଏକାଠି ବସି ମଉଜ କରିଥାଇପାରନ୍ତି । ତାଙ୍କର ଦ୍ୱିତୀୟ ସଫେଇଟି ହେଉଛି, ହୋଟେଲ ଲବିରେ କେତେବେଳେ ପାଟିତୁଣ୍ଡ ହେଲା ତାହା ସେ ଜାଣିନାହାନ୍ତି । ହୋଇପାରେ, ଓଏଏସ୍ ବାବୁ ତଥାକଥିତ ବନ୍ଧୁଙ୍କୁ ବିଦାୟ ଦେଇ ତାଙ୍କ ପ୍ରକୋଷ୍ଠକୁ ଆସିବା ପରେ ଘଟଣା ଘଟିଛି । ନିଶା ଅଧିକ ଚଢ଼ିଯିବାରୁ ସେ କାଣ୍ଡ ଜ୍ଞାନ ହରାଇଛନ୍ତି । ନିଜ ଉପରୁ ନିୟନ୍ତ୍ରଣ ହରାଇ ନିର୍ଲ୍ଲଜ ହୋଇଯାଇଛନ୍ତି ।
ମୁଖ୍ୟ କଥା ହେଉଛି, ସେଦିନ ଅଶୋକା ହୋଟେଲରେ ମଦ ପିଇ ଉତ୍ପାତ କରିଥିବା ବ୍ୟକ୍ତିଜଣଙ୍କ ବରିଷ୍ଠ ଓଏଏସ୍ ଅଧିକାରୀ ଗଙ୍ଗାଧର ନାୟକଙ୍କର ବନ୍ଧୁ କି ନୁହେଁ ତାହା ସେ ସ୍ପଷ୍ଟ କରିଦେବା ଉଚିତ୍ । ଏତିକି ହୋଇଗଲେ ଗଙ୍ଗାଧର ବାବୁ ବଦନାମ ହେବାର ନାହିଁ । ତାଙ୍କ ଉପରକୁ କେହି ଅଙ୍ଗୁଳି ଉଠାଇବାର ନାହିଁ । ଜଲଦି ସେ ଏହାର ସ୍ପଷ୍ଟୀକରଣ ଦେବା ଉଚିତ ।
ଏହି ଘଟଣାଟି କେବଳ ଆଉ ଚର୍ଚ୍ଚାରେ ସୀମିତ ନାହିଁ । ଗୃହ ବିଭାଗ ପକ୍ଷରୁ ଆବାସିକ କମିସନର ବିଶାଳ ଗଗନଙ୍କୁ ରିପୋର୍ଟ ତଲବ କରାଯାଇଛି । ତଦନୁଯାୟୀ, ଅଶୋକା ହୋଟେଲ କର୍ମଚାରୀଙ୍କୁ ଧରି ଆବାସିକ କମିସନର ସିସିଟିଭି ଯାଞ୍ଚ କରୁଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଗୃହ ବିଭାଗକୁ ରିପୋର୍ଟ ଆସିଯିବ ବୋଲି ଜଣାପଡ଼ିଛି ।
ସୋସିଆଲ୍ ମିଡିଆ ଚର୍ଚ୍ଚା ଅନୁଯାୟୀ, ଏକ ସରକାରୀ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ନାୟକ ଅଶୋକା ହୋଟେଲର ୬୩୮ ନଂ ରୁମ୍ (ଏକଜ୍ୟୁଟିଭ୍ ସୁଇଟ୍)ରେ ଜଣେ ବନ୍ଧୁଙ୍କ ସହ ଅବସ୍ଥାନ କରୁଥିଲେ । ଗୁରୁବାର ରାତି(୧୨ ତାରିଖ)ରେ ହୋଟେଲ ଲବିରେ ମଦ ମାଂସ ଆସର ଜମିଥିଲା । ନିଶାରେ ଚୂର ଓଏଏସ୍ ବାବୁଙ୍କ ବନ୍ଧୁ ମାତାଲ ଅବସ୍ଥାରେ ପାଟିତୁଣ୍ଡ କରିବା ସହ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ସେଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଅସମ୍ଭାଳ ହେବାରୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।
ରାତି ପ୍ରାୟ ସାଢ଼େ ୧୧ଟା ବେଳର ଏହି ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ପିସିସି ମୁଖପାତ୍ର ବିଭୂତି ଭୂଷଣ ମହାପାତ୍ର ତାଙ୍କ ‘ଏକ୍ସ’ ହାଣ୍ଡଲରେ ପ୍ରଥମେ ଏହି ଘଟଣା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏବଂ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଟ୍ୟାଗ୍ କରିଥିଲେ । ‘ମିଡ ଡେ ଓଡ଼ିଶା’ ପ୍ରଥମେ ଏହାକୁ ଖବର ଆକାରରେ ଲୋକଲୋଚନକୁ ଆଣିଥିଲା ।
ଘଟଣାର ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା ବେଳେ ଏହାର ମୂଳ ଦିଗଟି କିନ୍ତୁ ସାମନାକୁ ଆସିଯାଇଛି । ଦିଲ୍ଲୀର ସମ୍ବ୍ରାନ୍ତୀୟ ଅଶୋକା ହୋଟେଲରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ରହଣି ବ୍ୟବସ୍ଥା ଏବଂ ମଉଜ ମଜଲିସ୍ ସାଧାରଣରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଛି । ଦିଲ୍ଲୀରେ ନୂତନ ଓଡ଼ିଶା ଭବନ ନିର୍ମାଣ ପାଇଁ ପୁରୁଣା ଅଟ୍ଟାଳିକାକୁ ଭାଙ୍ଗି ଦିଆଯିବା ପରେ ଚାଣକ୍ୟପୁରୀସ୍ଥିତ ପଞ୍ଚତାରକା ଅଶୋକା ହୋଟେଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭିଭିଆଇପିଙ୍କ ରହଣି ବ୍ୟବସ୍ଥା କରାଯାଇଛି । ସେହି ଭିଭିଆଇପି ବର୍ଗରେ ବରିଷ୍ଠ ଓଏଏସ୍ ଅଧିକାରୀ ମାନେ ରହିଛନ୍ତି । ଅଫିସ ଟୁର୍ ରେ ଦିଲ୍ଲୀ ଯାଉଥିବା ଏମାନଙ୍କ ପାଇଁ ଅଶୋକା ହୋଟେଲ୍ ର ଏକଜ୍ୟୁଟିଭ୍ ସୁଇଟ୍ ବୁକ୍ ହେଉଛି । ଯାହାର ଦିନକୁ ଭଡ଼ା ୧୩ ହଜାରରୁ ୧୫ ହଜାର ଟଙ୍କା । ବାବୁ ନିଜ ପକେଟରୁ ୧୨୦ ଟଙ୍କା ଦେଉଥିବା ବେଳେ ବାକି ଟଙ୍କା ରାଜ୍ୟ ସରକାର ବହନ କରୁଛନ୍ତି । ଯେପରି, ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ଗଙ୍ଗାଧର ନାୟକଙ୍କ ନାଁରେ ଅଶୋକା ହୋଟେଲର ୬୩୮ ନଂ ରୁମ୍ (ଏକଜ୍ୟୁଟିଭ୍ ସୁଇଟ୍) ୧୨.୦୨.୨୦୨୬ରୁ ୧୬.୦୨ ୨୦୨୬ ଯାଏ ବୁକ୍ ହୋଇଥିଲା । ନାୟକ ବାବୁଙ୍କ ପାଇଁ ଏହାର ଦୈନିକ ଭଡ଼ା ଥିଲା ୧୨୦ ଟଙ୍କା ।
ଦିଲ୍ଲୀରେ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କ ରହଣି ପାଇଁ ସେହି ଚାଣକ୍ୟପୁରୀ ଅଞ୍ଚଳରେ ଓଡ଼ିଶା ନିବାସ ଏବଂ ଦ୍ୱାରିକା ଅଞ୍ଚଳରେ ଓଡ଼ିଶା ସଦନ ରହିଛି । ମାତ୍ର ସେଠାରେ ରହିବାକୁ ବାବୁଙ୍କର ପସନ୍ଦ ହେଉନି । ବାପ ସମ୍ପତ୍ତି ଭଳି ସରକାରୀ ରାଜକୋଷରୁ ଅଜସ୍ର ଟଙ୍କା ଉଡ଼ୋଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଅଶୋକା ହୋଟେଲ ମଉଜ ଟ୍ରିପ୍ କୁ ନେଇ ସାଧାରଣରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି ।
Continue Reading







