Thursday, June 25, 2026 12:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରୀମୟୀଙ୍କ ଜଳାପୋଡ଼ା !

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା

by Our Correspondent
24 Jun, 2026- 03:31 PM
in Latest News, News, Politics
1 min read
0
ଶ୍ରୀମୟୀଙ୍କ ଜଳାପୋଡ଼ା !

ଭୁବନେଶ୍ୱର: ସୁଜାତା ରାଉତ କାର୍ତ୍ତିକେୟନ୍ ଆସନ୍ତାକାଲି ବିଜେଡିରେ ମିଶୁଥିବା ନେଇ ଏବେ ଖବର ଆସୁଛି । ଶଙ୍ଖଭବନଠାରେ ମୁଖିଆ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ବିଧିବଦ୍ଧ ଭାବେ ବିଜେଡିର ସଦସ୍ୟତା ଗ୍ରହଣ କରିବେ ବୋଲି କୁହାଯାଉଛି । କାଲି ଦିନ ସାଢ଼େ ୧୨ ଟା ବେଳେ ଦଳର ସମସ୍ତ ବିଧାୟକ, କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାମାନେ ଶଙ୍ଖ ଭବନରେ ଉପସ୍ଥିତ ରହିବା ପାଇଁ ନବୀନ ନିବାସରୁ କୁଆଡ଼େ ଡାକରା ଦିଆଯାଇଛି ।

ସବୁ ଟିଭିରେ ଏହି ଖବର ଆସିବା କ୍ଷଣି ବିଜେଡିର ପ୍ରତ୍ୟାଖ୍ୟାତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କର ଜଳାପୋଡ଼ା ଆରମ୍ଭ ହୋଇଛି । ଏହି ଜଳାପୋଡ଼ା ତାଙ୍କୁ ଭୀଷଣ ପ୍ରତିକ୍ରିୟାଶୀଳ କରିଦେଇଛି । ନିଜକୁ ବଡ଼ ଜ୍ୟୋତିଷ ମନେ କରି ବିଜେଡି ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଛନ୍ତି । ତାମିଲ୍ ବୋହୁକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡଙ୍କର ଏହା ମାଷ୍ଟରପ୍ଲାନ୍ ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି । ଶ୍ରୀମୟୀଙ୍କର ଏହି ଟୁଇଟ୍ କୁ ତାଙ୍କର ନାଗୁଆ ଟିଭି ବ୍ରେକିଂ ଖବରରେ ପକାଇଛି ।

ତେବେ ଶ୍ରୀମୟୀଙ୍କର ଏହି ଜଳାପୋଡ଼ା ପାଇଁ କାରଣ ବି ରହିଛି । ଦିନେ ଶ୍ରୀମୟୀଙ୍କ ପାଇଁ ପାଣ୍ଡିଆନ ଥିଲେ ଭାଗ୍ୟ ବିଧାତା । ପାଣ୍ଡିଆନଙ୍କ ବଳରେ ସେ ହୋଇଥିଲେ ବିଜେଡିରେ ବଳୀୟାନ୍ । ଜଣେ ଅନାମଧ୍ୟେୟ ନେତ୍ରୀରୁ ଦିନ କେଇଟାରେ ନାମଧ୍ୟେୟ ନେତ୍ରୀ ପାଲଟିଥିଲେ । ନବୀନଙ୍କ ପଞ୍ଚମ ପାଳି ସରକାରରେ ସେ ଯାହା ଚାହୁଁଥିଲେ ସେୟା କରୁଥିଲେ । ପାଣ୍ଡିଆନଙ୍କ ଛତ୍ରଛାୟାରେ ଏତେ କ୍ଷମତାଶାଳୀ ହୋଇଥିଲେ ଯେ ଧରାକୁ ସରା ମଣୁ ନ ଥିଲେ । ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ନଚାଇ ଦେଉଥିଲେ ।

ଅରୂପ ପଟ୍ଟନାୟକଙ୍କ ଭଳି ବଳିଷ୍ଠ ବ୍ୟକ୍ତିତ୍ୱଙ୍କୁ ଆଡ଼େଇ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ କାମ ବଢ଼ାଇ ଦେଇଥିଲେ । ମାତ୍ର ତାଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିବା ପଛରେ ସୁଜାତାଙ୍କର ଭୂମିକା ସେତେବେଳେ ଗୁଞ୍ଜରଣ ଖେଳାଇଥିଲା । ଏହାପରଠୁ ସେ ପାଣ୍ଡିଆନଙ୍କର ବିରୋଧୀ ହୋଇଯାଇଥିଲେ । ବିଜେଡିରେ ଚର୍ଚ୍ଚା ହୁଏ ଯେ ୨୫ ବର୍ଷ ଧରି କ୍ଷମତାରେ ଥିବା ନେତା/ନେତ୍ରୀମାନେ ଯାହା କରିପାରିନାହାନ୍ତି, ଶ୍ରୀମୟୀ ୫ ବର୍ଷରେ ତାଠୁଁ ଢ଼େର୍ ଅଧିକ କରିପାରିଛନ୍ତି ।

ବର୍ଷେ ତଳେ ବିଜେଡି ତାଙ୍କୁ ପ୍ରତ୍ୟାଖ୍ୟାତ କରିବା ପରେ ଶ୍ରୀମୟୀ ପ୍ରତିଶୋଧପରାୟଣ ହୋଇଛନ୍ତି । ପାଣ୍ଡିଆନ୍ ଏବଂ ପତ୍ନୀ ସୁଜାତାଙ୍କୁ ବଦନାମ କରିବା ପାଇଁ ସେ ତାଙ୍କର ସୋସିଆଲ୍ ମିଡିଆକୁ ଅସ୍ତ୍ର କରିଛନ୍ତି । ଏବେ କୌଣସି ରାଜନୈତିକ ପରିଚୟ ନ ଥିଲେ ମଧ୍ୟ ଶ୍ରୀମୟୀଙ୍କ ପୋଷ୍ଟକୁ ବେକ୍ରିଂ ଖବର କରି ପ୍ରଚାର କରିବାର ଦାୟିତ୍ୱ ନେଇଛି ଓଟିଭି । ଆଗାମୀ ଦିନରେ ସୁଜାତାଙ୍କ ସହ ଓଟିଭି ଜରିଆରେ ତାଙ୍କର ଲଢ଼େଇ କେମିତି ହେବ ତାହା ଦେଖିବାକୁ ସମସ୍ତଙ୍କର ଅପେକ୍ଷା ଅଛି ।

ସୂଚନାଥାଉକି, ଶ୍ରୀମୟୀ ବିଜେପିରେ ମିଶିବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି । ଚର୍ଚ୍ଚା ହେଉଛି ଯେ ଦଳର ଏକ ବଡ଼ ଗୋଷ୍ଠୀ ତାଙ୍କର ଏଣ୍ଟ୍ରିକୁ ବିରୋଧ କରୁଛନ୍ତି । ବିଶେଷ କରି ମହିଳା ନେତ୍ରୀମାନେ ତାଙ୍କର ବାଟ ଓଗାଳିଛନ୍ତି । ଏଭଳି ସ୍ୱାର୍ଥପର ଓ ଉଚ୍ଚାକାଂକ୍ଷୀ ମହିଳାଙ୍କୁ ଦଳରେ ମିଶାଇବା ବିପଦ ବୋଲି ନେତୃତ୍ୱଙ୍କୁ ସେମାନେ ଜଣାଇ ଦେଇଛନ୍ତି ।

Previous Post

ଓଡ଼ିଆ ପିଲାଙ୍କ ବହି ଛାପିଛନ୍ତି ଅଣଓଡ଼ିଆ ନେତାଙ୍କ ପୁଅ!

Next Post

କାଲି ବିଜେଡିରେ ଯୋଗଦେବେ ସୁଜାତା

Next Post
କାଲି ବିଜେଡିରେ ଯୋଗଦେବେ ସୁଜାତା

କାଲି ବିଜେଡିରେ ଯୋଗଦେବେ ସୁଜାତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA