Sunday, May 31, 2026 10:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହିଳା ମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

ନାରୀ ଶକ୍ତି ବନ୍ଦନ ପାଇଁ ଟାଉନ୍‌ହଲ ମିଟିଂ

by Our Correspondent
15 Apr, 2026- 11:32 PM
in Latest News, News
1 min read
0
ମହିଳା ମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ
Spread the love

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଜଣାଇ ଗତ ୧୨ ବର୍ଷ ମଧ୍ୟରେ ମହିଳାଙ୍କ ବିକାଶ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଛନ୍ତି। କିନ୍ତୁ, ସବୁଠାରୁ ବୈପ୍ଲବିକ ନିଷ୍ପତି ହେଉଛି ୨୦୨୩ ମସିହାର ନାରୀ ଶକ୍ତି ବନ୍ଦନ ଅଧିନିୟମ। ଯାହା ସ୍ୱାଧୀନତ୍ତୋର ଭାରତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଆୟୋଜିତ ନାରୀଶକ୍ତି ବନ୍ଦନ ଟାଉନ ହଲ୍ ମିଟିଂ ଅବସରରେ କହିଛନ୍ତି।

ଭୁବନେଶ୍ବର ରେଳ ଅଡିଟୋରିଅମ୍‌ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ କେବଳ ଏକ ଆଇନ୍ ନୁହେଁ, ବରଂ କୋଟି କୋଟି ମହିଳାଙ୍କ ସ୍ବପ୍ନର ଉଡାଣ। ଏହି ଅଧିନିୟମ ଦ୍ବାରା ଲୋକସଭା ଓ ବିଧାନସଭା ଗୁଡିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ସୁନିଶ୍ଚିତ ହୋଇଛି। ଇତିହାସ ଜାଣିଛି, ଯେତେବେଳେ ଜଣେ ନେତୃତ୍ବ ନିଅନ୍ତି, ସେତେବେଳେ ସେ ନିଜେ ସଶକ୍ତ ହେବା ସହିତ ସମଗ୍ର ସମାଜ ଓ ରାଷ୍ଟ୍ର ଉପକୃତ ହୋଇଥାଏ। ଭାରତୀୟ ଗଣତନ୍ତ୍ରରେ ଆଜି ମହିଳାମାନେ କେବଳ ଭୋଟର ନୁହନ୍ତି ବରଂ ସକ୍ରିୟ ଭାଗିଦାର ହୋଇଛନ୍ତି। ଆମ ଓଡିଶାରେ ତୃଣମୂଳସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଞ୍ଚାୟତରାଜ ଅନୁଷ୍ଠାନ ମାନଙ୍କରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟକରି ଦକ୍ଷତା ପ୍ରମାଣିତ କରିଛନ୍ତି। ତେଣୁ, ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ମହିଳାମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ ହେବାକୁ ସହାୟକ ହେବ। ଆଗାମୀ ଦିନରେ ଏହି ଅଧିନିୟମ ମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ବ ଆହୁରି ବ୍ୟାପକ ହେବ। ଏହି ଅଧିନିୟମ ମହିଳା ବିକାଶ କ୍ଷେତ୍ରରେ ମୋଦୀଜୀଙ୍କ ପ୍ରତିବଦ୍ଧତାର ଉଦାହରଣ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ, ବିକଶିତ ଭାରତ ପାଇଁ ସମୃଦ୍ଧ ଓଡିଶା ଗଠନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଏହି ଯାତ୍ରାରେ ଓଡିଶାର ମା ଓ ଭଉଣୀମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ସହିତ ଆତ୍ମ ନିର୍ଭର କରିବା ପାଇଁ ଆମେ ଆରମ୍ଭ କରିଛୁ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା। ସୁଭଦ୍ରା ଠାରୁ ଆରମ୍ଭ କରି ଲକ୍ଷପତି ଦିଦି ପର୍ଯ୍ୟନ୍ତ ଏହି ଯାତ୍ରା ଓଡିଶାର ପ୍ରତିଟି ଘରେ ସମୃଦ୍ଧି ଆଣିବ।

ଉପସ୍ଥିତ ମାତୃଶକ୍ତିଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମ ସମାଜ, ରାଜ୍ୟ ତଥା ଦେଶରେ ମହିଳା ମାନେ ସବୁ କ୍ଷେତ୍ରରେ ଆଗକୁ ବଢିଲେଣି। ଉଦ୍ୟମ ଓ ଇଛାଶକ୍ତି ଥିଲେ ମହିଳା ମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ ବୋଲି ସେ କହିଥିଲେ। ସେ କହିଥିଲେ, ଗାଁର ସାଧାରଣ ମହିଳା ଯେତେବେଳେ ଡିଜିଟାଲ ବ୍ୟାଙ୍କିଙ୍ଗ ଓ ଆଧୁନିକ କୃଷି କରନ୍ତି, ସେତେବେଳେ ହିଁ ପ୍ରକୃତ ବିକାଶ ହୋଇଥାଏ। ସେଥିପାଇଁ ଆମର ଲକ୍ଷ୍ୟ ରହିଛି ଓଡିଶାର ପ୍ରତିଟି ମାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ତୋଳିବା।

କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଶିଷ୍ଟ ସାହିତ୍ୟିକା ତଥା ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଶିଷ୍ଟ କ୍ରୀଡାବିତ୍ ଶ୍ରୀମତୀ ଅନୁରାଧା ବିଶ୍ବାଳ, ଖ୍ୟାତନାମା ଓଡିଶୀ ନୃତ୍ବଶିଳ୍ପୀ ତଥା ଗୁରୁ ଡକ୍ଟର ଅରୁଣା ମହାନ୍ତି ପ୍ରମୁଖ ନାରୀ ସଶକ୍ତିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ଏହି ମହତ୍ତ୍ବକାଂକ୍ଷୀ ଅଧିନିୟମକୁ ଯୁଗୋପଯୋଗୀ ବୋଲି ଦର୍ଶାଇଥିଲେ। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମୃଳାଳିନୀ ଦର୍ସ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ବିଜେଡି-କଂଗ୍ରେସ ମେଣ୍ଟ !

Next Post

ମୋକିମଙ୍କ ନୂଆ ଦଳ ଲଞ୍ଚ୍

Next Post
ମୋକିମଙ୍କ ନୂଆ ଦଳ ଲଞ୍ଚ୍

ମୋକିମଙ୍କ ନୂଆ ଦଳ ଲଞ୍ଚ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA