Monday, October 2, 2023 11:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Business & Economy

ବଜେଟ୍ ରେ ନିମ୍ନ ମଧ୍ୟବିତ୍ତ ନିରାଶ

ସୀତାରମଣଙ୍କ ଆତ୍ମନିର୍ଭର ଭାରତ ମନ୍ତ୍ର

by Our Correspondent
01 Feb, 2021- 09:10 PM
in Business & Economy, Latest News, Money, National, News
1 min read
0
ବଜେଟ୍ ରେ ନିମ୍ନ ମଧ୍ୟବିତ୍ତ ନିରାଶ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ୍ ମହାମାରୀ ଯୋଗୁଁ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିରେ ସୁଧାର ଆଣିବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବଜେଟ୍ ରେ ଅନେକ ପଦକ୍ଷେପ ନେଇଛନ୍ତି । କୃଷି, ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ବ୍ୟୟବରାଦ ସହ ଆତ୍ମନିର୍ଭର ଭାରତର ସଂକଳ୍ପ ଦୋହରାଇଛନ୍ତି । ତେବେ ଆୟକର କ୍ଷେତ୍ର ଅପରିବର୍ତ୍ତି ରହିବା ସହ କରଦାତାଙ୍କ ପାଇଁ କୌଣସି ରିହାତି ନ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଦରଦାମ ନିୟନ୍ତ୍ରଣ ପାଇଁ ଅର୍ଥମନ୍ତ୍ରୀ ଠୋସ୍ ପଦକ୍ଷେପ ଘୋଷଣା କରିନାହାନ୍ତି । ମୋଟାମୋଟି ଦେଖିଲେ, ନିମ୍ନ ମଧ୍ୟବିତ୍ତଙ୍କୁ ବଜେଟ୍ ବିଶେଷ ଖୁସି ଦେଇପାରିନାହିଁ ।

କରୋନା ମାଡ଼ରେ ବିଶେଷ କ୍ଷତିଗ୍ରସ୍ତ ମଧ୍ୟବିତ୍ତ/ନିମ୍ନ ମଧ୍ୟବିତ୍ତଙ୍କ ପକେଟରେ ଅଧିକ ଅର୍ଥ ଦେବାକୁ ଅର୍ଥମନ୍ତ୍ରୀ ଆୟକର ସୀମା ବୃଦ୍ଧି କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ଆୟକର ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବଭଳି ୭ଟି ସ୍ଲାବ୍ ରେ ଆୟକର ପୈଠ ହେବ । ଏକମାତ୍ର, ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନେ ପେନସନ ପାଉଛନ୍ତି ଏବଂ ସୁଧରୁ ଆୟ ଅଛି ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ । ଅର୍ଥାତ ଆୟକର ଭାରରୁ ସେମାନେ ମୁକ୍ତ ରହିବେ ।

ପେଟ୍ରୋଲ୍ ଉପରେ ୨ ଟଙ୍କା ୫୦ ଏବଂ ଡିଜେଲ୍ ଉପରେ ୪ ଟଙ୍କା କୃଷି ସେସ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଏହା ପେଟ୍ରୋଲ୍ ଓ ଡିଜେଲ୍ ର ଦର ବୃଦ୍ଧି ଘଟାଇବ ନାହିଁ ବୋଲି ସୀତାରମଣ ଭରସା ଦେଇଛନ୍ତି ।

ବଜେଟ୍ ରେ ଆତ୍ମନିର୍ଭର ଭାରତକୁ ଧ୍ୟାନରେ ରଖି କୃଷି, ସ୍ୱାସ୍ଥ୍ୟସେବା ଏବଂ ଭିତ୍ତିଭୂମି ବିକାଶକୁ ସର୍ବାଗ୍ରରେ ଗୁରୁତ୍ୱ ଦିଆଯାଇଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ପରିମାଣ ୧୩୭% ବୃଦ୍ଧି କରାଯାଇଛି । ଯାହାର ଆକାର ରହିଛି ୨.୨୩ ଲକ୍ଷ କୋଟି ଟଙ୍କା । ସେଥିମଧ୍ୟରୁ ୬୪ ହଜାର କୋଟି ପିଏମ୍ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନାରେ ଖର୍ଚ୍ଚ ହେବ । କୋଭିଡ୍ ଟିକା ପାଇଁ ୩୫,୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମିଶନ ପୋଷଣ ୨.୦ରୁ ଶୁଭାରମ୍ଭ କରାଯାଇଥିବା ବେଳେ ୧୭ ହଜାର ଗ୍ରାମ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ୧୧ ହଜାର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ୱେଲନେସ୍ ସେଣ୍ଟର ଏବଂ ସବୁ ଜିଲ୍ଲାରେ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲଥ ଲାବ୍ ପ୍ରତିଷ୍ଠା ହେବ ।

କୃଷି କ୍ଷେତ୍ରରେ ଚାଷୀ ଋଣ ବାବଦରେ ୧୬.୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳ ଜଳଜୀବନ ମିଶନରେ ୨.୮୭ ଲକ୍ଷ କୋଟି ଖର୍ଚ୍ଚ କରାଯାଇ ୨.୮୬ କୋଟି ଘରକୁ ସାମିଲ କରାଯିବ ।

ଭିତ୍ତିଭୂମି ଓ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ବ୍ୟାପକ ବ୍ୟୟବରାଦ କରାଯାଇଛି । ସଡ଼କ ମନ୍ତ୍ରଣାଳୟକୁ ୧.୧୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ବେଳେ ରେଳ ମନ୍ତ୍ରଣାଳୟ ପାଇଁ ୧.୭ ଲକ୍ଷ କୋଟି ଏବଂ ସହରାଞ୍ଚଳ ପବ୍ଲିକ ବସ ଟ୍ରାନସପୋର୍ଟ ପାଇଁ ୧୮ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ନିର୍ବାଚନ ହେବାକୁ ଥିବା ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଓ କେରଳକୁ ବଜେଟ୍ ରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ସେହିସବୁ ରାଜ୍ୟରେ ଜାତୀୟ ରାଜପଥ ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ବିପୁଳ ଅର୍ଥ ବରାଦ କରାଯାଇଛି । ତାମିଲନାଡୁ ପାଇଁ ୧.୦୩ ଲକ୍ଷ କୋଟି, ପଶ୍ଚିମବଙ୍ଗ ପାଇଁ ୨୫ ହଜାର କୋଟି, କେରଳ ପାଇଁ ୬୫ ହଜାର କୋଟି ଏବଂ ଆସାମ ପାଇଁ ୩୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ବଜେଟ୍ ରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ସ୍ୱେଚ୍ଛାକୃତ ଗାଡି ସ୍କ୍ରାପିଂ ପଲିସିର ଶୁଭାରମ୍ଭ । ୨୦ ବର୍ଷର ପୁରୁଣା ବ୍ୟକ୍ତିଗତ ଗାଡି ଏବଂ ୧୫ ବର୍ଷର ପୁରୁଣା ବ୍ୟବସାୟିକ ଗାଡିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ଆଗାମୀ ୩ ବର୍ଷରେ ଦେଶରେ ୭ଟି ଇନଭେଷ୍ଟମେଣ୍ଟ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ହେବ । ସେହିଭଳି ଉଜ୍ଜଳା ଯୋଜନାରେ ଅତିରିକ୍ତ ୧ କୋଟି ପରିବାର ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୨୦ ହଜାର କୋଟି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ମୋବାଇଲ ଓ ଚାର୍ଜର ଉପରେ କଷ୍ଟମ୍ ଡ୍ୟୁଟି ୨.୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ମୋବାଇଲ୍ ଓ ଚାର୍ଜର ଦାମ୍ ବଢ଼ିବ । ତେବେ ସୁନା, ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ୍ କରାଯାଇଥିବାରୁ ଏହାର ଦାମ୍ କମିବ ।

ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ୯.୫ ପ୍ରତିଶତ ହେବାକୁ ଥିବା ବେଳେ ଆଗାମୀ ଆର୍ଥିକ ବର୍ଷରେ ଏହା ୬.୮% ଆକଳନ କରାଯାଇଛି ।

ଆଜି ପ୍ରଥମ ଥର ପାଇଁ ସଂସଦରେ ପେପରଲେସ୍ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ । ୠତବର୍ଷ ୨ ଘଣ୍ଟା ୪୨ ମିନିଟ୍ ଭାଷଣ ପଢ଼ି କ୍ଲାନ୍ତ ହୋଇଯାଇଥିବା ସୀତାରମଣ ଏଥର ତାଙ୍କର ବଜେଟ୍ ଭାଷଣକୁ ୧ ଘଣ୍ଟା ୪୯ ମିନିଟ୍ ରେ ସାରିଥିଲେ । ଅର୍ଥମନ୍ତ୍ରୀଙ୍କ ଭାଷଣ ଶେଷ ବେଳକୁ ସେନସେକ୍ସ ୧୧୬୫.୮୫ ପଏଣ୍ଟ ବଢ଼ି ୪୭୪୫୧.୬୨ ରେ ପହଞ୍ଚିଥିଲା ।

Previous Post

ଭୟାନକ ଦୁର୍ଘଟଣା: ପିକଅପ୍ ଭ୍ୟାନ୍ ଓଲଟି ୯ ମୃତ୍ୟୁ, ୧୩ ଆହତ

Next Post

କେନ୍ଦ୍ର ବଜେଟ୍: ମିଶନ ଶକ୍ତି ଆବିର୍ଭାବରେ ମୁଖ୍ୟମନ୍ତ୍ରୀ ଖୁସି

Next Post
କେନ୍ଦ୍ର ବଜେଟ୍: ମିଶନ ଶକ୍ତି ଆବିର୍ଭାବରେ ମୁଖ୍ୟମନ୍ତ୍ରୀ ଖୁସି

କେନ୍ଦ୍ର ବଜେଟ୍: ମିଶନ ଶକ୍ତି ଆବିର୍ଭାବରେ ମୁଖ୍ୟମନ୍ତ୍ରୀ ଖୁସି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3386 shares
    Share 1354 Tweet 847
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2194 shares
    Share 878 Tweet 549
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2085 shares
    Share 834 Tweet 521
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2059 shares
    Share 824 Tweet 515
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1938 shares
    Share 775 Tweet 485

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA