Tuesday, February 10, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଉପାସନାଙ୍କୁ ସାଂଘାତିକ ଟ୍ରୋଲ୍

by Samar Pradhan
10 Feb, 2026- 12:18 AM
in Latest News, News, Politics
1 min read
0
ଉପାସନାଙ୍କୁ ସାଂଘାତିକ ଟ୍ରୋଲ୍

ଭୁବନେଶ୍ୱର: ବ୍ରହ୍ମଗିରିରୁ ପ୍ରଥମ ଥର ବିଧାୟିକା ଉପାସନା ମହାପାତ୍ରଙ୍କୁ ପ୍ରଥମ ଥର ପାଇଁ ସୋସିଆଲ୍ ମିଡିଆରେ ସାଂଘାତିକ ଟ୍ରୋଲ୍ କରାଯାଉଛି । ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ୍ ଏବଂ ସଞ୍ଜୟ ଦାସବର୍ମାଙ୍କୁ ଲକ୍ଷ୍ୟ କରି ବିଜେଡିରେ ତିନି ମାଙ୍କଡ଼ ରହିବେ ବୋଲି ତାଙ୍କର କଟୁ ଆକ୍ଷେପ ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ପସନ୍ଦ ହୋଇନି । ଏହା ତାଙ୍କର ଅହଙ୍କାରର ପ୍ରତିଫଳନ ବୋଲି ବହୁତ କମେଣ୍ଟ ଆସିଛି । ନିଜର ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କର ଏଭଳି କହିବା ଠିକ୍ ହୋଇନି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଜେଡିରୁ ନିଲମ୍ବିତ କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ତରାଇ ବିଜେପିରେ ମିଶିବା ପରେ ଉପାସନା ସୋମବାର ଦିନ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ ଆମେ ବାତ୍ୟା ଭଳିଆ ଆଗେଇ ଯାଉଛୁ । ଆଉ ଅଟକିବୁ ନାହିଁ । ବିଜେଡିରେ ନିଲମ୍ବନ, ବହିଷ୍କାର କରି କରି ମୁଖିଆକୁ ମିଶାଇ ମାତ୍ର ୩ ରହିବେ । ଜଣେ ତାମିଲନାଡୁରୁ ଆସିଛନ୍ତି, ଆଉ ଜଣେ ଆମ ପରି ଉପକୂଳିଆ, ଆଉ ନିଜେ ମୁଖିଆ । ଗାନ୍ଧୀଙ୍କର ତିନି ମାଙ୍କଡ ଯେଭଳି ଖରାପ କଥା କହୁ ନଥିଲେ, ଶୁଣୁ ନଥିଲେ ଓ ଦେଖୁ ନଥିଲେ ୟାଙ୍କର ସେମିତି କାମ ହେଲା ରାଜ୍ୟର କିଛି ଭଲ ଦେଖିପାରିବେନି, ସରକାରଙ୍କ ବିଷୟରେ କିଛି ଭଲ ଶୁଣିପାରିବେନି ଏବଂ କିଛି ଭଲ କହପାରିିବେନି । ସେମାନଙ୍କ ବିଷୟରେ ଆଉ ଅଧିକ କିଛି କହିବାନି । ବିଜେପିରେ ଯେମିତି ମିଶ୍ରଣ ପର୍ବ ଚାଲୁଛି, ବିଜେଡିର ସେମିତି ନିଲମ୍ବନ ପର୍ବ ଚାଲିଥିବ ବୋଲି ଉପାସନା କଟାକ୍ଷ କରିଥିଲେ ।

ଉପାସନାଙ୍କ ଏହି ପ୍ରତିକ୍ରିୟା ଉପରେ କିଛି ୟୁଜର୍ସଙ୍କ କମେଣ୍ଟ(ଟିପ୍ପଣୀ) ଏମିତି..

– ତମ ବାପାଙ୍କର ଆଦର୍ଶ ତମ ପାଖରେ କାଣିଚାଏ ନାହିଁ । ତୁମ ନିଜ ଅବସ୍ଥା କ’ଣ ଚିନ୍ତା କର, ପରେ ବିଜେଡି କଥା କହିବ ।
– ଛୋଟ ପିଲା, ତୁମକୁ ବୟସ ଯେତିକି ଯାହା ବିଷୟରେ କହୁଚ ସିଏ ତା ଠୁ ବେଶୀ ସମୟ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ।
– ମାଡାମ ଆପଣଙ୍କୁ ଅନୁଭବ ହେଉନି ଅଭିଜ୍ଞତାଠାରୁ ଆପଣ କିଛି ଅଧିକା କହୁଛନ୍ତି ବୋଲି?
– ଯେତିକି ଗପୁଛ.. ସେତିକି କାମ କରିକି ଦେଖାଅ..ଲୋକେ ଭଲ କହିବେ କିନ୍ତୁ ଏମିତି ବେକାର ମନ୍ତବ୍ୟ ଦେଇ ନିଜ ଇଜ୍ଜତ ପକାଅନି । ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ଲୋକଙ୍କ ପ୍ରିୟନେତ୍ରୀ ହୁଅ । ଯେମିତି ବିରୋଧୀ ଭଲ କହିବେ ।

ଅନ୍ୟପକ୍ଷରେ ଉପାସନାଙ୍କ ତିନି ମାଙ୍କଡ଼ ଉପାଖ୍ୟାନ ଉପରେ ସଞ୍ଜୟ ଦାସବର୍ମାଙ୍କଠାରୁ ସାମ୍ବାଦିକମାନେ ଜବାବ ଲୋଡ଼ିଥିଲେ । ସଞ୍ଜୟଙ୍କ ଜବାବ ଏମିତି ଥିଲା-

ବିଜେଡି କିଣାବିକାରେ ବିଶ୍ୱାସ କରେନି । ମୁଁ ନିର୍ବାଚନ ପ୍ରତିନିଧିଙ୍କୁ ପରାମର୍ଶ ଦେବି ଯେ ବ୍ରହ୍ମଗିରିବାସୀ ଯେଉଁ ଆଶା ଆକାଂକ୍ଷା ନେଇ ତାଙ୍କୁ ଭୋଟ ଦେଇଛନ୍ତି ତାହା ସେ ପୂରଣ କରନ୍ତୁ । ଚିଲିକା ଉପରେ ସେତୁ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ପୂରଣ କରନ୍ତୁ । ରାଜନୈତିକ ଚର୍ଚ୍ଚା, ଆଲୋଚନା ଆଗକୁ ବହୁତ ହେବ । ମୁଁ ଅତ୍ୟନ୍ତ ଦାୟିତ୍ୱ ସହକାରେ କହୁଛି ଯେ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇକି ଆସିଛି ତାକୁ ପ୍ରଥମେ ଅନୁପାଳନ କର ।

ସୂଚନାଯୋଗ୍ୟ, ୨୮ ବର୍ଷୀୟା ଉପାସନା ହେଉଛନ୍ତି କଂଗ୍ରେସର ନାମଜାଦା ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ । ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ଉପାସନାଙ୍କର ବିଧାନସଭାରେ ଭଲ ପ୍ରଦର୍ଶନ ଥିଲେ ମଧ୍ୟ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ତାଙ୍କର କାର୍ଯ୍ୟ ଏ ପର୍ଯ୍ୟନ୍ତ ସାଧାରଣରେ ଦୃଷ୍ଟି ଆକର୍ଷଣ କରିପାରିନାହିଁ । ରୋଚକ କଥା ହେଉଛି, ଗତ ନିର୍ବାଚନରେ ସେ ବ୍ରହ୍ମଗିରିରୁ ବିଜେଡି ଟିକେଟରେ ଲଢ଼ିବେ ବୋଲି ଗୋଟିଏ ସମୟରେ ଶୁଣିବାକୁ ମିଳିଥିଲା । ପାଣ୍ଡିଆନଙ୍କ ସହ ତାଙ୍କର କଥାବାର୍ତ୍ତା ବି କୁଆଡ଼େ ସରିଥିଲା । ଯେଉଁଥିପାଇଁ ସଞ୍ଜୟ ଦାସବର୍ମାଙ୍କୁ ସେତେବେଳେ ବିଦ୍ରୋହୀ ଭୂମିକାରେ ଦେଖିବାକୁ ମିଳିଥିଲା । ପୂର୍ବଯୋଜନା ମୁତାବକ ବ୍ରହ୍ମଗିରି ପରିବର୍ତ୍ତେ ସତ୍ୟବାଦୀରୁ ନିର୍ବାଚନ ଲଢ଼ିଥିଲେ ସଞ୍ଜୟ ।

Continue Reading
Previous Post

କିଟ୍‍ ରେ ଓଡ଼ିଶା ଅର୍ଥନୈତିକ ସଂଘର ୫୮ତମ ବାର୍ଷିକ ସମ୍ମିଳନୀ ଉଦ୍‍ଯାପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19157 shares
    Share 7663 Tweet 4789
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA