Tuesday, August 11, 2026 02:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଦୀପ ପାଣିଗ୍ରାହୀଙ୍କ ୫.୫ କୋଟି ବେଆଇନ ସମ୍ପତ୍ତିର ଖିଅ ଖୋଜିଲା ଭିଜିଲାନସ୍

ବିଧାୟକ ଓ ସହଯୋଗୀଙ୍କ ୧୫ ଟି ଜାଗାରେ ଚାଲିଛି ରେଡ୍

by Our Correspondent
17 Oct, 2021- 08:29 PM
in Latest News, News
1 min read
0
ପ୍ରଦୀପ ପାଣିଗ୍ରାହୀଙ୍କ ୫.୫ କୋଟି ବେଆଇନ ସମ୍ପତ୍ତିର ଖିଅ ଖୋଜିଲା ଭିଜିଲାନସ୍

ଭୁୁବନେଶ୍ୱର: ଠକେଇ ଓ ଜାଲିଆତି ମାମଲାରେ ଝାରପଡ଼ା ଜେଲ୍ ଯାଇ ୭ ମାସ ପରେ ମୁକୁଳିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ପୁଣି ବଢ଼ିଛି । ଭିଜିଲାନସ୍ ନଜରକୁ ଆସିଥିବା ତାଙ୍କର ୫ କୋଟିରୁ ଅଧିକ ବେଆଇନ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ ହୋଇଛି । ଆଜି ସକାଳୁ ଭିଜିଲାନସ୍ ର ପୃଥକ୍ ଟିମ୍ ବିଧାୟକ ଓ ତାଙ୍କର ଖାସ୍ ଲୋକଙ୍କ ଭୁବନେଶ୍ୱର, ଗୋପାଳପୁର ଏବଂ ବ୍ରହ୍ମପୁରରେ ଥିବା ୧୫ ଟି ଜାଗାରେ ଏକକାଳୀନ ଚଢ଼ଉ କରିଛନ୍ତି ।

ସକାଳ ୬ଟାରେ ଭିଜିଲାନସ୍ ଟିମ୍ ରେଡ୍ ଆରମ୍ଭ କରିଥିଲେ । ବିଧାୟକଙ୍କ ଭୁବନେଶ୍ୱରର ୟୁନିଟ୍-୬ସ୍ଥିତ ସରକାରୀ ବାସଭବନ, ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ପ୍ରମୁଖ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀ, ସୂର୍ଯ୍ୟ ସାହୁ, ତିନି ଡ୍ରାଇଭର ଏବଂ ତିନି ଜଣ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଏହି ରେଡ୍ ହୋଇଥିଲା । ଏଥିରେ ସାମିଲ ଥିଲେ ଜଣେ ଏସପି, ଦୁଇଜଣ ଅତିରିକ୍ତ ଏସପି, ୧୭ ଡିଏସପି । ଦିନ ତମାମ ଚଢ଼ଉ ଚାଲିଥିଲା । ବିଧାୟକଙ୍କ ଘରୁ ମିଳିଥିବା ସୁନା ଓଜନ କରିବାକୁ ବଣିଆ ସହାୟତା ନିଆଯାଇଥିଲା ।

ଭିଜିଲାନସ୍ ସୂଚନା ଅନୁଯାୟୀ, ସଂଧ୍ୟା ସୁଦ୍ଧା ବିଧାୟକଙ୍କ ଘରୁ ଜମିବାଡ଼ି କିଣା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଦଲିଲ, ସୁନା ଅଳଙ୍କାର, ଏକାଧିକ ବ୍ୟାଙ୍କ ପାସବୁକ୍, କ୍ରେଡିଟ୍/ଡେବିଟ୍ କାର୍ଡ, ଲାପଟପ, ମୋବାଇଲ୍, ଗାଡ଼ି ଆଦି ଜବତ ହୋଇଛି । ବିଧାୟକଙ୍କ ଜଣେ ସହଯୋଗୀଙ୍କ ପାଖରୁ ନଗଦ ୨୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଚଢ଼ଉ ଜାରି ଥିବାରୁ ତାଙ୍କ ବେଆଇନ ସମ୍ପତ୍ତି ପରିମାଣ ପରେ ଜଣାପଡ଼ିବ ।

ବିଜେଡ଼ିରୁ ବହିଷ୍କୃତ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଦେହରେ ପୂର୍ବରୁ କଳଙ୍କ ଲାଗିସାରିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ତାଙ୍କର ଗୋଟିଏ ପରେ ଗୋଟେ କଳା କାରନାମା ପଦାକୁ ଆସିଥିଲା । ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନସ୍ ରେଡ୍ କରି ବିପୁଳ କଳା ସମ୍ପତ୍ତି ଠାବ କରିବା ଏବଂ ପୁଅ ଆକାଶ ପାଠକର କଳା ସାମ୍ରାଜ୍ୟ ସନ୍ଧାନ ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ ଜଣାପଡ଼ିଥିଲା । ଆକାଶଙ୍କ ସହ ତାଙ୍କ ଝିଅର ନିର୍ବନ୍ଧ ସରିଥିଲା ଏବଂ ପାଠକ ପରିବାର ସହ ବହୁ ପୂର୍ବରୁ ସମ୍ପର୍କରେ ଯୋଡି ହୋଇସାରିଥିଲେ ବିଧାୟକ ।

ଆକାଶ ଟାଟା କମ୍ପାନୀର ଏମଡି ପରିଚୟ ଦେଇ ଲୋକଙ୍କୁ ଚିତା କାଟୁଥିଲେ ଏବଂ ଆକାଶଙ୍କ ଏହି କାରବାରର ପୁରୋଧା ସାଜିଥିଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ନିର୍ବାଚନମଣ୍ଡଳୀର ବେକାର ଯୁବକମାନଙ୍କୁ ଟାଟାରେ ଚାକିରି କରାଇଦେବାର ପ୍ରଲୋଭନ ଦେଇ ଭାବୀ ଶ୍ୱଶୁର-ଜ୍ୱାଇଁ ଯୋଡି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

ଏହି ଅଭିଯୋଗକ୍ରମେ ବିଧାୟକଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଗତ ଡିସେମ୍ବର ମାସରେ ଗିରଫ କରିଥିଲା । ତାଙ୍କ ପୂର୍ବରୁ ପାଠକ ବାପ-ପୁଅଙ୍କୁ ଗିରଫ କରିଥିଲା ଭିଜିଲାନସ୍ । ଇତିମଧ୍ୟରେ ଅଭୟ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ଜେଲ୍ ରୁ ଖଲାସ ହୋଇଥିଲା ବେଳେ ଆକାଶ ଜେଲ୍ ରେ ଅଛନ୍ତି ।

ବିଧାୟକଙ୍କ ଘରକୁ ଭିଜିଲାନସ୍ ଆସିଲା କେମିତି

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ବେଆଇନ ସମ୍ପତ୍ତି ଥିବାର ଅଭିଯୋଗ ପୂର୍ବରୁ ଭିଜିଲାନସ୍ ପାଖକୁ ଆସିଥିଲା । ଭିଜିଲାନସ୍ ପୁଲିସ ଏହାର ଗୋପନ ତଦନ୍ତ କରି କିଛି ତଥ୍ୟ ହାସଲ କଲା ପରେ ୯.୧୨.୨୦୨୦ ରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ଦାଖଲ କରିଥିଲା । ଲୋକାୟୁକ୍ତ ଏହାର ତଦନ୍ତ ପାଇଁ ଭିଜିଲାନସ୍ କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ବିଧାୟକଙ୍କ ପାଖରୁ ୫ କୋଟି ୫ ଲକ୍ଷ ୫ ହଜାର ୬୫୬ ଟଙ୍କାର ବେଆଇନ ସମ୍ପତ୍ତି ଠାବ କରାଯାଇଥିଲା । ବିଧାୟକ ଥାଇ ୨୪.୫.୨୦୦୯ ରୁ ୩୦.୧୧.୨୦୨୦ ଭିତରେ ସେ ଅସଦ ଉପାୟରେ ଏହି ସମ୍ପତ୍ତି ଠୁଳ କରିଥିଲେ ।

୨୮.୫.୨୦୨୧ ରେ ଭିଜିଲାନସ୍ ଏହି ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରିଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ବିଧାୟକ ମଧ୍ୟ ଏହାର ଉତ୍ତର ଦେଇଥିଲେ । ଲୋକାୟୁକ୍ତ ଏହାର ଟିକନିକ୍ ଅନୁଧ୍ୟାନ କରିବା ବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନରେ ପୂର୍ବରୁ ଏକ ମାମଲା ଥିବା ଜାଣିବାକୁ ପାଇଥିଲେ । ଏହାର ତଦନ୍ତ ପାଇଁ ଲୋକାୟୁକ୍ତ ତୁରନ୍ତ ଭିଜିଲାନସ୍ କୁ ନିର୍ଦ୍ଦେଶ ଦେଇଥିଲେ । ୪.୧୦.୨୦୨୧ ରେ ଭିଜିଲାନସ୍ ଏଥିପାଇଁ ଏକ ମାମଲା( ଭିଜିଲାନସ୍ ସେଲ୍ ପିଏସ୍ କେସ୍ ନଂ ୬) ରୁଜୁ କରିଥିଲା । ବିଧାୟକଙ୍କ ଘରେ ରେଡ୍ ପାଇଁ ଲୋକାୟୁକ୍ତଙ୍କ ପାଖରୁ ଅନୁମତି ବି ଆଣିଥିଲା ଭିଜିଲାନସ୍ ପୁଲିସ ।

Previous Post

ସ୍ୱାସ୍ଥ୍ୟ ବିଭାଗରୁ ହଟିଲେ ପ୍ରଦୀପ୍ତ ମହାପାତ୍ର

Next Post

ପାଣିଗ୍ରାହୀଙ୍କ ଘରୁ ଦେଢ଼ କିଲୋ ସୁନା, ୨୪ ଲକ୍ଷିଆ ନେକଲେସ୍ ଜବତ

Next Post
ପାଣିଗ୍ରାହୀଙ୍କ ଘରୁ ଦେଢ଼ କିଲୋ ସୁନା, ୨୪ ଲକ୍ଷିଆ ନେକଲେସ୍ ଜବତ

ପାଣିଗ୍ରାହୀଙ୍କ ଘରୁ ଦେଢ଼ କିଲୋ ସୁନା, ୨୪ ଲକ୍ଷିଆ ନେକଲେସ୍ ଜବତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA