Tuesday, February 17, 2026 10:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କ’ଣ କରିବେ ଅରବିନ୍ଦଙ୍କ ସମର୍ଥକ?

ପାଟକୁରା ରାଜନୀତି

by Samar Pradhan
17 Feb, 2026- 10:52 PM
in Latest News, News, Politics
1 min read
0
କ’ଣ କରିବେ ଅରବିନ୍ଦଙ୍କ ସମର୍ଥକ?

ଭୁୁବନେଶ୍ୱର: ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବେ ନିଜକୁ ସ୍ୱାଧୀନ ଘୋଷଣା କରିଛନ୍ତି । ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ସମର୍ଥକମାନେ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପକାଇଥିଲେ ମଧ୍ୟ ସେ କିନ୍ତୁ ମନ ଛିଡ଼ାଇ ଦେଇଛନ୍ତି । ସେଥିପାଇଁ ରାଜ୍ୟସଭା ନିର୍ବାଚନରେ ତାଙ୍କର ଭୂମିକା ଆଗତୁରା ଘୋଷଣା କରିଛନ୍ତି । ଯେଉଁଠି ମନ ହେବ ସେଠି ଭୋଟ ଦେବେ ବୋଲି ଘୋଷଣା କରିଛନ୍ତି । ଆଜି ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରୁ ସେ ତାଙ୍କର ସ୍ୱାଧୀନ ନିଷ୍ପତ୍ତିକୁ କାମରେ ଦେଖାଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କଲାବେଳକୁ ସେ ଗୃହରେ ଶାସକ ଦଳ ସଭ୍ୟମାନଙ୍କ ସହିତ ବସି ରହିିଥିଲେ । ରାଜ୍ୟପାଳଙ୍କ ଭାଷଣ ତାଙ୍କୁ ଭଲ ଲାଗୁଥିଲା ବୋଲି କହିଛନ୍ତି । ବିଜେଡିରୁ ଅନ୍ୟତମ ନିଲମ୍ବିତ ବିଧାୟକ ସନା ମହାକୁଡ଼ଙ୍କ କ୍ଷେତ୍ରରେ ସମାନ ଅବସ୍ଥା ଦେଖାଦେଇଥିଲେ ମଧ୍ୟ ତାଙ୍କର ସେଭଳି ଗୁରୁତ୍ୱ ନାହିଁ କି ତାଙ୍କୁ ନେଇ ଆଲୋଚନା ନାହିଁ ।

ଅରବିନ୍ଦ ମହାପାତ୍ରଙ୍କର କ୍ଷେତ୍ରରେ ପାଟକୁରାରେ ତାଙ୍କର ସମର୍ଥକମାନଙ୍କର ଭବିଷ୍ୟତକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ସେମାନେ ବିଜେଡିରେ ରହିବେ ନା ଅରବିନ୍ଦଙ୍କ ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଦଳୀୟ ରହିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଆଗକୁ ପଞ୍ଚାୟତ ନିର୍ବାଚନ । ସେଠି ନିଜର ଶକ୍ତି ପରୀକ୍ଷାର ସୁଯୋଗ ରହିବ । ବିନା ଦଳରେ ଲଢ଼େଇ କରିବା କେତେ କଷ୍ଟକର ତାହା କର୍ମୀମାନଙ୍କ ଅପେକ୍ଷା ଅଧିକ କେହି ବୁଝି ନ ଥିବେ ।

ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ଅରବିନ୍ଦଙ୍କର ଭରସା ବାପା ବିଜୟ ମହାପାତ୍ର । ଆଜିର ଦିନରେ ବିଜୟଙ୍କ ସମର୍ଥକମାନେ ହିଁ ଅରବିନ୍ଦଙ୍କ ସମର୍ଥକ । ଅରବିନ୍ଦଙ୍କର ନିଜସ୍ୱ ବ୍ରାଣ୍ଡ ସୃଷ୍ଟି ହୋଇ ନ ଥିବାରୁ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ତାଙ୍କର ଶକ୍ତି ଓ ସାମର୍ଥ୍ୟ । ବାକି, ବିଜେଡିର ଯେଉଁ କର୍ମୀମାନେ ତାଙ୍କ ସାଥିରେ ଅଛନ୍ତି ଆଗକୁ ସେମାନେ ଯେ ଅରବିନ୍ଦଙ୍କ ପାଇଁ ବିଜେଡି ଛାଡ଼ିଦେବେ ସେହି ବିଶ୍ୱାସ ନାହିଁ । କାରଣ ବିଜେଡି ଛାଡ଼ିଲେ ସେମାନଙ୍କ ପାଇଁ ଅନ୍ୟ ଦଳରେ ଜାଗା ନାହିଁ ।

ସମୀକ୍ଷକଙ୍କ ମତରେ ବିଜେପି ବାଟରେ ଅରବିନ୍ଦ ସମର୍ଥକମାନଙ୍କର ବାଧକ ହେବେ ଖୋଦ୍ ବିଜୟ ମହାପାତ୍ର । କାରଣ ବିଜୟଙ୍କ ଉପରୁ ବିଜେପି ବିଶ୍ୱାସ ହରାଇ ସାରିଛି । ବିଜେପିର ସେ ଜଣେ ବହିଷ୍କୃତ ନେତା । ଏହାପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ବିଜୟ ମହାପାତ୍ର ନିଜର ବିଶ୍ୱସନୀୟତାକୁ ହରାଇ ଆସିଛନ୍ତି । ଏକଦା ଯେଉଁ ନବୀନ ପଟ୍ଟନାୟକ ଶେଷ ମୁହୂର୍ତ୍ତରେ ତାଙ୍କର ଟିକେଟ କାଟି ରାଜନୈତିକ କ୍ୟାରିୟରକୁ ବରବାଦ କରିଥିଲେ ୨୪ ବର୍ଷ ପରେ ସେଇ ନବୀନ ପଟ୍ଟନାୟକଙ୍କ ଶରଣରେ ନିଜର ପୁଅକୁ ଛାଡ଼ିବା ତାଙ୍କର ବ୍ୟକ୍ତିତ୍ୱକୁ ଆହୁରି ଦୁର୍ବଳ କରିଥିଲା । ଏବେ ତାଙ୍କ ପୁଅ ବିଧାୟକ ହୋଇଛନ୍ତି କେବଳ ବିଜେଡି ପାଇଁ । ବିଜେଡି ପରିଚୟ ହରାଇବା ପରେ ତାଙ୍କର ଭବିଷ୍ୟତ ଆଗାମୀ ଦିନରେ ଜଣାପଡ଼ିବ । ମାତ୍ର ତାଙ୍କ ପାଇଁ ସମର୍ଥକମାନେ ସେ ପର୍ଯ୍ୟନ୍ତ କାହିଁକି ହାତବାନ୍ଧି ବସିବେ?

ଖୋଦ୍ ଅରବିନ୍ଦଙ୍କ ପାଇଁ ଭବିଷ୍ୟତରେ ବିଜେପି ବାଟ ବନ୍ଦ ବୋଲି ଏହି ମହଲର ଯୁକ୍ତି । ଆଗାମୀ ଦିନରେ ବିଜେପିରେ ମିଶିବାକୁ ଚାହିଁଲେ ବି ତାହା ସମ୍ଭବ ହେବ ନାହିଁ । ଇତିମଧ୍ୟରେ ସେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି । ଆଗାମୀ ନିର୍ବାଚନ ବେଳକୁ ତାଙ୍କ ପାଇଁ ବିଜେପିରେ ସ୍ଥିତି ଅନୁକୂଳ ହେବ ବୋଲି ଏବେଠାରୁ ଅନୁମାନ କରିବା କଷ୍ଟ । ଏଭଳି ସ୍ଥିତିରେ କର୍ମୀମାନଙ୍କର ଭବିଷ୍ୟତ ନିଶ୍ଚିତ ଭାବେ ଚିନ୍ତାଜନକ ।

ଅନ୍ୟପକ୍ଷରେ ପାଟକୁରା ରାଜନୀତି ଦୃଷ୍ଟିରୁ ଅରବିନ୍ଦ ଏବଂ ତାଙ୍କର ସମର୍ଥକମାନଙ୍କୁ ଭବିଷ୍ୟତରେ କଂଗ୍ରେସ ଗ୍ରହଣ କରିବାର ସମ୍ଭାବନା କମ୍ । କଂଗ୍ରେସର ସ୍ଥିତି ମଧ୍ୟ ଏମାନଙ୍କ ପାଇଁ ଅନୁକୂଳ ନୁହେଁ ।

ଏଭଳି ସ୍ଥିତିରେ ଅରବିନ୍ଦ ସମର୍ଥକମାନଙ୍କ ପାଖରେ ଦୁଇଟି ରାସ୍ତା । ସେମାନେ ବିଜେଡିରେ ରହିବେ ନା ସ୍ୱାଧୀନ ରହିବାକୁ ପସନ୍ଦ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Continue Reading
Previous Post

ସୋଆରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କର୍ମଶାଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA