Tuesday, May 26, 2026 12:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ କାହାର?

ବେଦାନ୍ତ ସ୍ୱାର୍ଥରେ ପୂରା ପୃଷ୍ଠାର ଖବରକାଗଜ ବିଜ୍ଞାପନ

by Our Correspondent
28 Mar, 2025- 07:06 PM
in Latest News, News
1 min read
0
ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ କାହାର?

ଭୁୁବନେଶ୍ୱର: କଳାହାଣ୍ଡିର ଉନ୍ନତି ଦରକାର । ଲାଞ୍ଜିଗଡ଼- ଯେଉଁଠି ବିଶ୍ୱର ସର୍ବୋତ୍ତମ ରିଫାଇନାରୀ ଅଛି-ସେଇଠି ନିଜସ୍ୱ ବକ୍ସାଇଟ୍ ମହଜୁଦ ଥିବା ସତ୍ତ୍ୱେ, ଆମେ କାହିଁକି ବକ୍ସାଇଟ୍ ଆମଦାନି କରିବା? ଓଡ଼ିଶାର ପ୍ରାକୃତିକ ସମ୍ପଦର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବାକୁ ଆମର ନିବେଦନ ।

ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ନାଁରେ ଆଜି ଏହି ନିବେଦନ ସବୁ ଖବରକାଗଜରେ ଫୁଲ୍ ପେଜ୍ ବିଜ୍ଞାପନ ଆକାରରେ ଆସିଛି । ସେଥିରେ କୁହାଯାଇଛି ଯେ ବିଶ୍ୱର ସବୁଠାରୁ ବଡ଼ ବକ୍ସାଇଟ୍ ଭଣ୍ଡାର ଓଡ଼ିଶାରେ ରହିଛି । ଏହାଦ୍ୱାରା ଓଡ଼ିଶାର ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜସ୍ୱ ବୃଦ୍ଧି ଏବଂ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ । ଲାଞ୍ଜିଗଡ଼-ଯେଉଁଠି ବିଶ୍ୱର ସର୍ବୋତ୍ତମ ରିଫାଇନାରୀ ଅଛି, ସେଇଠି ନିଜସ୍ୱ ବକ୍ସାଇଟ୍ ମହଜୁଦ ଥିବା ସତ୍ତ୍ୱେ, ଆମେ କାହିଁକି ବକ୍ସାଇଟ୍ ଆମଦାନି କରିବା?

ତଥାପି, ଆମେ ବକ୍ସାଇଟ୍ ଆମଦାନି ଜାରି ରଖିଛୁ, ଯାହା ଲକ୍ଷ ଲକ୍ଷ ଉତ୍ତମ ଭବିଷ୍ୟତରୁ ବଞ୍ଚିତ କରୁଛି । ଲାଞ୍ଜିଗଡ଼ରେ ବକ୍ସାଇଟ୍ ଖଣିକୁ କାର୍ଯ୍ୟକ୍ଷମ କରିବା ଏବଂ ଏହାର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ଆମେ ସରକାରଙ୍କୁ ନିବେଦନ କରୁଛୁ ।

ଲାଞ୍ଜିଗଡ଼ର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏକ ଅନୁଷ୍ଠାନ ବୋଲି ନିଜକୁ ଦାବି କରି ଏହି ବିଜ୍ଞାପନ ଦେଇଛି ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ । ଯାହା କହିଛି ତାହା ବେଦାନ୍ତ କମ୍ପାନୀର ଅବିକଳ ଭାଷା । ତେବେ ଏହି ଅନୁଷ୍ଠାନ କାହାର? ବେଦାନ୍ତ ସ୍ୱାର୍ଥରେ ପୂରା ପୃଷ୍ଠାର ରଙ୍ଗୀନ ବିଜ୍ଞାପନ ଦେଇ ସେ ବାବଦରେ ବିପୁଳ ଟଙ୍କା ଖର୍ଚ୍ଚ କରିବା ପଛର ରହସ୍ୟ କ’ଣ? ଏହି ଅନୁଷ୍ଠାନ ପାଖରେ ଏତେ ଅର୍ଥ ଆସିଲା କୁଆଡୁ?

ବେଦାନ୍ତର ଏହା ଛଦ୍ମବେଶୀ ଅନୁଷ୍ଠାନ ନା ପଛରେ ଆଉ କିଏ ତାହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠିଛି ।

ସୂଚନାଥାଉକି, ଲାଞ୍ଜିଗଡ଼ରେ ବେଦାନ୍ତ ରିଫାଇନାରି ୟୁନିଟ୍ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଯମଦୂତ ଭଳି ଛିଡ଼ା ହୋଇଛି । ସ୍ଥାନୀୟ ଡଙ୍ଗରିଆ ଆଦିବାସୀଙ୍କ ଧନଜୀବନକୁ ବିପଦରେ ପକାଇଛି । ରିଫାଇନାରି ୟୁନିଟ୍ ର ରେଡ୍ ମଡ୍ ପଣ୍ଡ ବାରମ୍ବାର ଭାଙ୍ଗୁଥିବାରୁ ଉଛୁଳା ବିଷାକ୍ତ ଜଳ ଜନବସତିକୁ ମାଡ଼ି ଆସୁଛି । ଗତ ସେପ୍ଟେମ୍ବର ମାସରେ ବିଶାଳ ରେଡ୍ ମଡ୍ ପଣ୍ଡ ଭାଙ୍ଗି ଘଳିଆ ହେବାରୁ ବିଷାକ୍ତ କାଦୁଅ ପାଣି ଆଖପାଖର ୧୮ ଗାଁ ଏବଂ ଚାଷ ଜମିକୁ ମାଡ଼ିଗଲା । ଜନବସତି ଅଞ୍ଚଳ ନାଲି କାଦୁଅରେ ପଚ ପଚ ହୋଇଥିବା ବେଳେ ଚାଷଜମି ସେହି କାଦୁଅରେ ପୂରିଗଲା ।

ସ୍ଥାନୀୟ ଗଣମାଧ୍ୟମ ଏହି ଖବରକୁ ଚାପି ଦେଲେ । କିଛି ଜାତୀୟ ଗଣମାଧ୍ୟମ ଏବଂ ରଏଟର ଭଳି ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏହାକୁ ଖବର କରିଥିଲେ ମଧ୍ୟ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଖାତିର ପଡ଼ିଲାନି । କାରଣ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମକୁ ସେମାନେ ବିଜ୍ଞାପନ ଦେଉଛନ୍ତି । ତେଣୁ ତାଙ୍କ ବିରୋଧରେ ଖବର ଯିବ ନାହିଁ ବୋଲି ନିଶ୍ଚିତ ଅଛନ୍ତି । ଏତିକିବେଳେ ବେଦାନ୍ତ ଭାଷା ଧରି ଏକ ଅନାମଧ୍ୟେୟ ଅନୁଷ୍ଠାନ ଓଡ଼ିଶାର ସବୁ ଖବରକାଗଜର ପ୍ରଥମ ପୃଷ୍ଠାରେ ଗୋଟେ ପୃଷ୍ଠାର ବିଜ୍ଞାପନ ଛାପିବା ସମସ୍ତଙ୍କୁ ଆନ୍ଦୋଳିତ କରିଛି ।

Previous Post

ପ୍ରଦୀପ ଜେନା ଓଇଆରସି ଅଧ୍ୟକ୍ଷ

Next Post

ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ୍ !

Next Post
ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ୍ !

ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA