ଭୁବନେଶ୍ୱର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗ ଆଜି ଏହି ତାଲିକା ପ୍ରକାଶ କରିଛି । ୧୫ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଅନୁସୂଚିତ ଜନଜାତି(ଏସଟି)ଙ୍କ ପାଇଁ ୭ ଜିଲ୍ଲା ପରିଷଦ ଅଧ୍ୟକ୍ଷ( ୪ ମହିଳା) ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି(ଏସସି)ଙ୍କ ପାଇଁ ୫ ଅଧ୍ୟକ୍ଷ ପଦବୀ(୩ ମହିଳା) ସଂରକ୍ଷିତ ରହିଛି । ୧୦ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ଘୋଷଣା କରାଯାଇଛି ।
ଅଣ ସଂରକ୍ଷିତ: ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ୱର, ସୁବର୍ଣ୍ଣପୁର
ମହିଳା: ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡ଼ା, ଢ଼େଙ୍କାନାଳ, ନୂଆପଡ଼ା, ପୁରୀ, ବଲାଙ୍ଗୀର, ସମ୍ବଲପୁର
ଅନୁସୂଚିତ ଜନଜାତି: ନବରଙ୍ଗପୁର, ମୟୁରଭଞ୍ଜ, ସୁନ୍ଦରଗଡ଼
ଅନୁସୂଚିତ ଜନଜାତି(ମହିଳା): କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା
ଅନୁସୂଚିତ ଜାତି: ଜଗତସିଂହପୁର,ଭଦ୍ରକ
ଅନୁସୂଚିତ ଜାତି (ମହିଳା): କେନ୍ଦ୍ରାପଡ଼ା, ବୌଦ୍ଧ, ଯାଜପୁର