Monday, May 11, 2026 11:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅପରାହ୍ନର ଚିଠି

by Jyoti prakash Mohapatra
15 Aug, 2020- 09:39 AM
in Guest Column, Latest News, Story Of The Week
1 min read
0
ଡ. ଜ୍ୟୋତି ପ୍ରକାଶ ମହାପାତ୍ର
ରେଭେନ୍ସାରେ ମୁଁ ପଢୁଥିଲି ସେତେବେଳେ । ପିଜି ଫିଫଥ ଇଅର ସରି ଯାଇଥାଏ । ପରୀକ୍ଷା ସରି ନଥାଏ । ଖରାଛୁଟି । ନିଉ ପିଜି ହଷ୍ଟେଲରେ ଭାତ, ଡାଲମା ରାନ୍ଧି ଖାଇ ସାରିବା ପରେ ଉପରବେଳା ଗୋଟେ ଚିଠି କିଏ ଆଣି ଦେଲା । ସବୁଜ ଇନଲାଣ୍ଡରେ ଆସିଥାଏ ସେ ଚିଠି । ଫ୍ରମ୍ (ଚିଠି କାହାଠୁ ଆସିଛି) ଜାଗାରେ ଲେଖା ହୋଇଥାଏ- ଫ୍ରମ୍ ଇଓର ଫ୍ରେଣ୍ଡ (ଜଣେ ବନ୍ଧୁଙ୍କଠାରୁ ଚିଠି) ।
ଅକ୍ଷର ଚିହ୍ନା ଲାଗୁଥିଲା । ପରିଚିତ ଜଣା ପଡ଼ୁଥିଲା । କିନ୍ତୁ ଆଖିରେ ନିଦ ଥିଲା ମୋର । ଚିଠିଟିକୁ ଟେବୁଲ ଉପରେ ରଖି ଶୋଇ ପଡ଼ିଲି । ସଂଜକୁ ନ୍ୟୁ ପିଜି ହଷ୍ଟେଲ ସାମ୍ନା ରେଭେନ୍ସା ପଡ଼ିଆରେ ଗପ ଜମେ । ଅନ୍ଧାର ଭିତରେ ବିଶାଳ ପଡ଼ିଆ । ତଳେ ଘାସ ଓ ବାଲି । ଉପରେ ଛପିଛପିକା ଜହ୍ନ ଆଲୁଅ ଓ ସଂଜର ମତୁଆଲା ପବନ ।
ଗପ ସାରି ରାତିରେ ରୁମରେ ପଖାଳ ଖାଇ ମୁଁ ରେଡ଼ିଓରୁ ଗୀତ ଶୁଣୁଛି, ମୋର ଚିଠି କଥା ମନେ ପଡ଼ିଲା । ଏତେ ସମୟ କୌଣସି ଚିଠି ନ ଖୋଲି ମୁଁ ରଖିନି କେବେ ବି । ପଢିଗଲି ଚିଠିଟା ଗୋଟେ ସୁଅରେ । ଚିଠିର ପ୍ରବାହ ବି ସେମିତି ଥିଲା । ଗୋଟେ ଗପ ରକମ ଥିଲା ସେ ଚିଠି । ଗପ ହିଁ ଥିଲା ବୋଧେ । ଥିଲା ତ ଗପ । ସେ ଚିଠିରେ- ଝଡ଼ର ବର୍ଣ୍ଣନା ସାଙ୍ଗକୁ କେମିତି ପବନମୁହାଁ ହୋଇ ଝଡ଼କୁ ସାମ୍ନା କରିବେ, ସେ ବିଷୟରେ ଲେଖା ହୋଇଥିଲା । ଆଉ ଅନେକ ସ୍ମୃତି କଲେଜ ଦିନର । କେତେ ବା କଥା ଜାଗା ଧରିବ ଯେ ଇନଲାଣ୍ଡ କାଗଜରେ !
ଚିଠି ପଢି ସାରି ମୁଁ ପୁଣି ପଡ଼ିଆ ଆଡ଼େ ଚାଲି ଆସିଲି । କେମିତି ଅନ୍ୟମନସ୍କ ଲାଗିଲା । ମୋର ଅନର୍ସ ବେଳର ସାଙ୍ଗ- ପ୍ରିୟଦର୍ଶିନୀ ଲେଖିଥିଲା ସେ ଚିଠି । ଅନର୍ସରେ ଆମେ ୧୬ ଜଣ ପିଲା ଥିଲୁ । ଚାରିଟା ପୁଅ । ଚାରିଟାଙ୍କ ଭିତରୁ ସଦା ଅନ୍ୟମନସ୍କ ଓ ବୀତସ୍ପୃହ ପିଲାଟି ଥିଲି ମୁଁ । ତେଣୁ ବାକି ରହିଲେ- ଆଉ ତିନି ଜଣ ଓ ବାର ଜଣ ଝିଅ । ସେମାନଙ୍କ ଭିତରେ ବେଶ ଭଲ ସଂପର୍କ ଓ ବନ୍ଧୁତା ବଢି ବଢି ଚାଲିଥିବା ବେଳେ ମୁଁ ଏକପାଖିଆ ଥିଲି । କିନ୍ତୁ ଅନର୍ସ ଦ୍ୱିତୀୟ ବର୍ଷ ଶେଷ ଆଡ଼କୁ ସେସବୁ ଆଉ ନଥିଲା । ତୃତୀୟ ବର୍ଷ ତ ସଂପର୍କ- ବୈତରଣୀ ସୁଅ ରକମ ଥିଲା ପ୍ରବହମାନ । ଓ ପବିତ୍ର ।
ଯେତେବେଳେ ଆମେ ଯାଜପୁରର ସେ ଗାଉଁଲି କଲେଜ ଛାଡ଼ିଥିଲୁ- ଲୁହ ଓ କୋହରେ ଭରି ଯାଇଥିଲା ସମୁଦାୟ ପରିବେଶ । କାରଣ- ସମସ୍ତେ ଜାଣିଥିଲେ ମୁଁ ଯାଜପୁରରେ ରହିବି । ଯେହେତୁ ବାପା ଓ ମା’ ସେଠି ଚାକିରି କରୁଥିଲେ । ସେମାନେ କେବେ ଆସିବେ କେହି ଜାଣି ନଥିଲେ । ପୁଣି ଦେଖା ହେବାର ପ୍ରତିଶ୍ରୁତି ଦେଇ ଓ ନ ଦେଖା ହେବାର ଆଶଙ୍କା ଭିତରେ ନେଇ ଆମେ ବିଦାୟ ନେଇଥିଲୁ । ନା ଫୋନ ଥିଲା, ନା ମୋବାଇଲ ବୋଲି ଅଜବ ଚିଜଟେ ପୃଥିବୀ ପୃଷ୍ଠକୁ ଆସିବ ବୋଲି ଆମେ କେବେ କଳ୍ପନା କରିଥିଲୁ । କେବଳ ଚିଠି ଥିଲା । ଟଙ୍କିକିଆ ଏନଭଲପ, ବାରଣାର ଇନଲାଣ୍ଡ ଓ ଚାରଣାର ପୋଷ୍ଟକାର୍ଡ ।
ମୁଁ ସଭିଙ୍କୁ କହିଥିଲି- ଚିଠି ଲେଖିବ । ଉତ୍ତର ଦେବି ମୁଁ । ଅବଶ୍ୟ ଚିଠି ପ୍ରଥମ ବର୍ଷ ନିୟମିତ ଆସିଥିଲା । ପରେ କିଏ କୁଆଡ଼େ ପଳେଇ ଥିଲେ । ହଜି ଯାଇଥିଲେ । ପୁଣି ସେତେବେଳେ ଏମିତି ଗାଡ଼ି, ମୋଟର ସୁବିଧା ନଥିଲା । କାହାରି ଗାଁକୁ ଯିବାକୁ ହେଲେ ଘଂଟା ଘଂଟା ଲାଗୁଥିଲା । ତିନି ଚାରିଟା ଗାଡ଼ି ବଦଳେଇ ଟ୍ରେକର ପଛରେ ଓହଳି ଯିବାକୁ ହେଉଥିଲା । ପୁଣି ଢେର ବାଟ ଚାଲିବାକୁ ପଡ଼ୁଥିଲା ।
କିନ୍ତୁ ପ୍ରିୟଦର୍ଶିନୀର ସେ ଚିଠିର ଉତ୍ତର ମୁଁ ଦେଇ ନଥିଲି । ଜାଣିଥିଲି- କେବଳ ଯେ ତାଙ୍କ ଗାଁ ଆମ ଗାଁ ପାଖରେ । ଦଶ କିଲୋମିଟର ଦୂର ହେବ । ଭାବିଥିଲି ଥରେ ଅଚାନକ ଯାଇ ପହଁଚି ଯିବି । ବାସ ।
ଖରାଛୁଟିରେ ଗାଁକୁ ଆସିଲି । କ୍ରିକେଟ ଖେଳି ସାରିବା ପରେ ସଂଜକୁ ପଡ଼ିଆରେ ଗାମୁଛା ପକେଇ ସବୁଦିନେ ବ’ଢିଅ ପାହାଡ଼ ଆଡେ ମୁଁ ଦେଖେ । ଆମ ଗାଆଁରୁ ସେ ପାହାଡ଼ ଦିଶେ । ନଈକୂଳିଆ ଗାଁ ଆମର । ପାହାଡ଼ ସବୁଦିନେ ମୋ ପାଇଁ ବଡ଼ ଆକର୍ଷଣ । ସେଦିନ ସଂଜରେ ସେମିତି ତାରାଭର୍ତ୍ତି ଆକାଶ ସହ ବ’ଢିଅ ପାହାଡ଼ ଆଡ଼େ ଅନେଇ କୁବୁଲି ( ମୋ ସାଙ୍ଗ)କୁ କହିଲି-
– କାଲି ଚାଲ ଗୋଟେ ଗାଁକୁ ଯିବା?
– କୁଆଡେ କହୁନୁ? ଉତ୍ତର ଦେଲା ସେ ।
– ପାଞ୍ଚଣପଡ଼ା ।
– ପ୍ରିୟଦର୍ଶିନୀର ଗାଁ ତ ?
– ହଁ । ସେଇ ଗାଁ । ସକାଳୁ ଯିବା ଆମେ । ମୁଁ କହିଲି । ଆଉ କଥା ସାରିଲି ।
ସକାଳୁ ଆମ ଘରେ ଥିବା ଭଙ୍ଗା ସ୍କୁଟର ନେଇ ବାହାରି ଗଲୁ ଆମେ । ନଈ ପାର କରିବାକୁ ହେବ ସ୍କୁଟରକୁ ଡଙ୍ଗାରେ ଟେକି । ସେ ନଈ ପୁଣି ଜୁଆରିଆ । ଦି ଜଣଙ୍କ ପାଖରେ ମିଶିମାଶି ବୋଧେ କୋଡ଼ିଏ ଟଙ୍କା ଥିଲା । ଅଠର ଟଙ୍କାରେ ଗୋଟେ ଲିଟର ପେଟ୍ରୋଲ ଅମୃତମଣୋହୀ ଛକରେ ପକେଇଲା ପରେ ଆମେ ତାଙ୍କ ଗାଁକୁ ବାହାରିଲୁ । ଅଲଗା ରାସ୍ତାରେ ଚାଲି ଯାଇଥିଲୁ । ତାଙ୍କ ଘର ପଚାରି ପଚାରି ଆସି ପହଞ୍ଚିିଲା ବେଳକୁ ଦିନ ବାରଟା ଟପି ଯାଇଥାଏ ।
ଆମେ ଜାଣିନୁ କି ଆମ ଅନର୍ସ ସାଙ୍ଗ ତାଙ୍କ ଘରେ ଅଛି କି ନାହିଁ । ଖବର ନେବାର ଉପାୟ ବି ନାହିଁ । ଦୁଇ ଟଙ୍କା ପକେଟରେ ପୁରେଇ ଆମେ ଯାଇ ଉଭା ।
ଅଚାନକ ଆମକୁ ତାଙ୍କ ଘର ଆଗରେ ଦେଖି ପ୍ରିୟଦର୍ଶିନୀ ମୁହଁର ପରିଭାଷା ଏବେ ବି ମୋର ମନେ ଅଛି । ଯେମିତି- ସେ ଯୋଡ଼େ ଅଲଗା ଗ୍ରହଣ ମଣିଷଙ୍କୁ ତାଙ୍କ ଘର ସାମ୍ନାରେ ପାଇଗଲା । ଯେମିତି- ଯେଉଁ ଲୋକମାନଙ୍କୁ ସେ ଆଉ ନଦେଖି ପାରିବ ବୋଲି ଭାବିଥିଲା, ସେମାନେ ଆସି ତାଙ୍କ ଦାଣ୍ଡ ପିଣ୍ଡାରେ ଛିଡ଼ା ହୋଇ ଯାଇଛନ୍ତି । ଛିଡ଼ା ହୋଇ ହସୁଛନ୍ତି । ସେମିତି ଅନେଇ ଥିଲା ସେ ।
ଘର ଭିତରେ ବସିଲୁ ବହୁତ ବେଳ ଯାକେ । ଉଚ୍ଚା ମାଟି ବନ୍ଧ ତଳକୁ ତାଙ୍କ ଘର । ସାମ୍ନାରେ ନଈ । ଏକା ନଈ । ଯୋଉ ନଈଟି ଆମ ଗାଁରେ, ସେଇ ନଈ ।
ତା’ପରେ ଆମେ ଖାଇବାକୁ ବସିଲୁ । ସେ ଖାଇବା ଓ ସ୍ନେହ ଆଜିଯାକେ ମନେ ଅଛି ସ୍ପଷ୍ଟ । ତା ବୋଉ ଆଣି ଦେଇ ଯାଉ ଥାଆନ୍ତି ଗୋଟେ ପରେ ଗୋଟେ । ସେ ବାଢି ଦେଉଥାଏ ।
ଆଶ୍ଚର୍ଯ୍ୟ ଲାଗିଲା ମତେ- ଏତେ ପ୍ରକାର କଣ ଯେ?
– ଖାଇଲେ ଜାଣିବ ସିନା । ଖାଉନ । ବୋଲି ସେ କହିଲା ।
ଖରାରେ ବୁଲି ବୁଲି ପହଞ୍ଚି ଥାଉ ଆମେ । ପରେ ମଗେଇକି ଆଉ ଥରେ ମୁଁ ଖାଇଲି । ଗାଁ ମୁଗ ଡାଲିର କି ଅପୂର୍ବ ବାସ୍ନା ଥିଲା ସେଦିନ ।
ପୁଣି କଥାର ସୁଅ ଲମ୍ବିଲା । ପ୍ରିୟଦର୍ଶିନୀ ପଚାରିଲା-
-ଗୋଟେ ଚିଠି ସିନା ଦେଇ ଥାଆନ୍ତ, ତମେମାନେ ଆସୁଛ ବୋଲି ।
– ତ…! ଆଉ ଟିକେ ଅଧିକ ରନ୍ଧା ହୋଇ ଥାଆନ୍ତା ବୋଲି ବୋଧେ ! କହି ହସିଲି ମୁଁ ।
– ନାଇଁ ନାଇଁ ।
ଏଥର ମୁଁ ପଚାରିଲି- ତୁମ ବାପା ତ ଦୁର୍ଗାପୁରରେ ଚାକିରି କରନ୍ତି । ତମେ ସେଠି ରହୁନ । ଏଠି କାହିଁକି ଅଛ ଯେ ?
ଆଉ ଯାହା ଉତ୍ତର ଆସିଥିଲା, ତାହା ସାରା ଜୀବନ ମନେ ରହିବ ।
– ସବୁ ସାଙ୍ଗଙ୍କୁ ପରା ମୋ ଗାଁ ଠିକଣା ଦେଇଥିଲି । ସେମାନେ ଏଇ ଠିକଣାରେ ଚିଠି ଲେଖୁଛନ୍ତି ନା । ମୁଁ ଯଦି ପଳେଇବି, ଚିଠିଟା କିଏ ପଢିବ, କିଏ ଉତ୍ତର ଲେଖିବ?
ଅବାକ ହୋଇଗଲି ମୁଁ ।
– କଣ ଚିଠିକୁ ଅନେଇ ତମେ ଗାଁରେ ରହିଛ?
– କହିଲି ତ ସେଇଆ ।
– ଚିଠି ଆସୁଛି ନା ଆଉ ? ପୁଣି ପଚାରିଲି ମୁଁ ।
– ଆସୁଛି ଆସୁଛି ।
– କାଇଁ ମିଛ କହୁଛ ଯେ? ସପ୍ତାହକୁ ଗୋଟେ ବାଟ ଦେଇ ସେ ମାସକୁ ଗୋଟେ, ପରେ ଛଅ ମାସକୁ ଗୋଟେ । ଓ ଶେଷକୁ ବର୍ଷକୁ ଗୋଟେ । ପରେ ଆଉ ଆସିବନି । ସମସ୍ତେ ନିଜ ଜୀବନରେ ବ୍ୟସ୍ତ ହୋଇଯିବେ । ଆଉ ତମେ ସେ ଚିଠିକୁ ଅପେକ୍ଷା କରିଛ? କେହି କେବେ ଜାଣିବେନି ହୋ ତମେ ଏମିତି ଅପେକ୍ଷା କରିଥିଲ ବୋଲି ସାଙ୍ଗମାନଙ୍କ ଚିଠିକୁୂ ।
– ନ ଜାଣନ୍ତୁ । ମୋ ସାଙ୍ଗ ସେମାନେ । ମୁଁ ଏଇଠି ଅଛି ସେମାନଙ୍କ ଚିଠିକୁ ଅପେକ୍ଷା କରି ।
ଏଥର ଓଦା ଲାଗିଥିଲା ମୋ ଆଖିପତା । କିଏ ଏମିତି ନିଜ ସାଙ୍ଗମାନଙ୍କୁ ଅପେକ୍ଷା କରିବ ଯେ ! କିଏ ଏ ପ୍ରତୀକ୍ଷାକୁ ବୁଝିବ ଯେ ! ଅନ୍ୟମନସ୍କ ହୋଇ ତାଙ୍କ ଗାଁ ନଈକୂଳ ଆଡ଼େ ପଳେଇଲି ମୁଁ । ଆସିଲା ପରେ କହିଲି- ଆମେ ବାହାରୁଛୁ । ରାତି ହୋଇଯିବ ଗାଁରେ ପହଞ୍ଚିଲା ବେଳକୁ । ନଈ ପାରି ଅଛି ପୁଣି ।
ସ୍କୁଟର ଷ୍ଟାର୍ଟ କରି ମୁଁ ଚଲେଇଲି । ନଇ ବନ୍ଧ ମୋଡ଼ରେ ମୋଡ଼ି ହୋଇ ଅନେକ ବାଟ ଆଗେଇ ଆସିଲୁ ଆମେ । ଅଚାନକ ସ୍କୁଟର ଷ୍ଟାର୍ଟ ବନ୍ଦ ହୋଇଗଲା । ଷ୍ଟାଣ୍ଡ ମାରି ମୁଁ ପୁଣି ଷ୍ଟାର୍ଟ କଲା ବେଳକୁ ଦେଖିଲି- ପ୍ରିୟଦର୍ଶିନୀ ଦୂର ଅସ୍ପଷ୍ଟରେ ନଈ ବନ୍ଧରେ ସେମିତି ଛିଡ଼ା ହୋଇଛି । ଅନେଇଛି ତା ସାଙ୍ଗମାନଙ୍କ ବିଦାୟକୁ । ଢେର ବେଳ ଯାଏ ।
ଗାଁରେ ସେଦିନ ବହୁତ ଡେରିରେ ପହଞ୍ଚିଲୁ । ଗାଁର ସାଙ୍ଗମାନେ ଅପେକ୍ଷା କରି ଥାଆନ୍ତି- ଏତେ ବେଳ ହେଲା ଆମେ କୁଆଡେÿ ଗଲୁ ବୋଲି ।
ଯାଜପୁରରେ ଥାଇ ମୁଁ ସେ ଅପରାହଣର ଚିଠିର ଉତ୍ତର ଦେଇଥିଲି । ଆଉ ଲେଖିଥିଲି- ଫିଫ୍ଥ ଇଅର ପରୀକ୍ଷା ଆରମ୍ଭ ହେଉଛି । ମୁଁ ରେଭେନ୍ସାରେ ଥିବି । କିନ୍ତୁ ତୁମେ ଦୁର୍ଗାପୁର ପଳାଅ । ଏତେ ଅପେକ୍ଷା କରନି ସାଙ୍ଗମାନଙ୍କୁ ।
ବଦଳରେ ଚିଠି ପୁଣି ଆସିଥିଲା ରେଭେନ୍ସା ।
ତାର ଶେଷ କେଇ ଧାଡ଼ି ବୋଧେ ଏଇମିତି ଥିଲା ।
ଅପେକ୍ଷା କରେ ତ ! ଅସୁବିଧା କଣ ଯେ ! ପ୍ରତୀକ୍ଷାରେ ପ୍ରତିଶ୍ରୁତି ମିଳନର । ମହକର । ପ୍ରାପ୍ତିର । ପ୍ରତୀକ୍ଷାର ଅନେକ ଅର୍ଥ । ପ୍ରତୀକ୍ଷା ତ ମଣିଷ ଜୀବନର ଅଭିଧାନ । ଜୀବନର ଦୀର୍ଘ ପଥରେ ଯିଏ ଯେତେ ଅପେକ୍ଷାରେ ସିଦ୍ଧ ତାର ପ୍ରାପ୍ତି ସେତେ ମଧୁର, ମନଲୋଭା ।
ଏବେ ବି ସେ ଚିଠି ଅଛି । ମୋ ଭଙ୍ଗା ଆଟାଚିରେ ।
ଏ ଜୀବନରେ କେହି କେବେ ସେ ଚିଠି ଓ ତାର ମର୍ମକୁ ବୁଝି ପାରିବେନି । କେହି କେବେ ବି ନୁହେଁ । କେହି ସେ ଚିଠି ବୁଝିବେନି । ଚିଠି କଣ ତ ଏ ପିଢ଼ି ଜାଣିନି ।
କୁଆଡ଼େ ଗଲା ସେ ସମୟ । ସେ ନିଷ୍ପାପ ସମୟ । ସେମିତି ନିରୀହ ଓ ପବିତ୍ର ମଣିଷ କୁଆଡେ ଗଲେ ଯେ ! କୁଆଡ଼େ ଆସିଲେ- ଏଇ କୃତ୍ରିମ ମଣିଷମାନେ । ଏବେକାର ପିଢ଼ି !
କୁଆଡ଼େ ଗଲା ସେ ଅପରାହଣର ଚିଠି ! କୁଆଡ଼େ ଗଲା ସେ ସ୍ନେହ ଓ ବନ୍ଧୁତା !! କୁଆଡ଼େ ଗଲା ସେ ଅମୂଲ୍ୟ ମୁହୂର୍ତ୍ତ !!!
ଏବେ କିଏ ଆଉ କାହାକୁ ଏମିତି ଅପେକ୍ଷା କରୁଛି ଯେ !!!
(ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଢ଼େଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ jpm.iimc@gmail.com ରେ ଯୋଗାଯୋଗ କରିହେବ )
Previous Post

କେନ୍ଦ୍ରାପଡ଼ାର ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇଲା କିସ୍‌ ଫାଉଣ୍ଡେସନ୍‌

Next Post

ପୁଞ୍ଜି ନିବେଶରେ ଓଡ଼ିଶା ୧ ନମ୍ବର

Next Post

ପୁଞ୍ଜି ନିବେଶରେ ଓଡ଼ିଶା ୧ ନମ୍ବର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA