Monday, May 18, 2026 05:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇଟିଇଆର୍ ଠକେଇ: ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?

by Our Correspondent
28 May, 2017- 09:53 AM
in Latest News
0
ଆଇଟିଇଆର୍ ଠକେଇ: ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?

ଭୁବନେଶ୍ୱରଃ ଆଇଟିଇଆର୍ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ । କ୍ୟାମ୍ପସ୍ ଚୟନର ଲୋଭ ଦେଇ ଡକାଏତି କରୁଥିଲେ । ଡିନ୍ ରାଜକୁମାର ହୋତାଙ୍କୁ ଛତ୍ରଛାୟାରେ ରଖି ଦିନ ଦ୍ୱିପହରେ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଚିତା କାଟୁଥିଲେ । ବର୍ଷ ବର୍ଷ ଧରି ଏହି ଜାଲ୍ ରାକେଟ ପିଲାଙ୍କୁ ଶୋଷି ସେମାନଙ୍କ ଜୀବନ ବରବାଦ୍ କରୁଥିଲା । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଥିବା ସୋଆ କର୍ତ୍ତୃପକ୍ଷଙ୍କ ବିରୋଧରେ ଏହା ଆଉ ଅଭିଯୋଗ ହୋଇ ରହିନାହିଁ । ଅଭିଯୋଗର ସତ୍ୟାସତ୍ୟ ଏବେ ପଦାରେ ଗଡୁଛି ।

ଆଶ୍ଚର୍ଯ୍ୟର କଥା, ଏତେବଡ଼ ସଙ୍ଗୀନ ମାମଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ନାହିଁ । ଆଜିକାଲି କଥାକଥାକେ ଟ୍ୱିଟ୍ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ସେୟାଡକୁ ଯାଉନାହିଁ । କିଛି ଦିନ ତଳେ ରମାଦେବୀ କଲେଜ ଛାତ୍ରୀମାନଙ୍କୁ ବ୍ଲାକ୍ମେଲିଂ ଘଟଣାରେ ମୁଖ୍ୟମନ୍ତ୍ରୀ ଖାଲି ତତ୍ପରତା ଦେଖାଇଥିଲେ ତାହା ନୁହେଁ, ବରଂ ଘଟଣାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇ ଖୋଦ୍ ଡିଜିଙ୍କୁ ଉତ୍ତରଦାୟିତ୍ୱ ଦେଇଥିଲେ । ମିଡ଼ିଆରେ ବାହାବା ନେବା ପାଇଁ ନିଜେ ଚିନ୍ତାପ୍ରକଟ କରିଥିଲେ ଓ ଦଳର ଯୁବ ଓ ଛାତ୍ରବାହିନୀକୁ ଚିନ୍ତାପ୍ରକଟ କରାଇଥିଲେ । ହେଲେ ଆଇଟିଇଆର୍ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ସବୁମହଲକୁ ବିସ୍ମିତ କରିଛି । ସ୍ୱାଭାବିକ ଭାବେ କଲେଜ ମାଲିକ ମନୋଜ ନାୟକଙ୍କ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଧରାପଡ଼ିଯାଉଛି ।

ଗତବର୍ଷ ଅକ୍ଟୋବର ମାସରେ ମନୋଜ ନାୟକଙ୍କ ସଂସ୍ଥା ସମ୍ ହସ୍ପିଟାଲ୍ ରେ ନିଆଁ ଲାଗି ୩୧ ଜଣ ରୋଗୀଙ୍କର ପ୍ରାଣ ଯାଇଥିଲା । ସାରା ଦେଶରେ ଏହା ଚାଞ୍ଚଲ୍ୟ ଖେଳାଇବା ପରେ ମୁଖ୍ୟମନ୍ତ୍ରୀ ନିଜ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବଳି ପକାଇଦେଇଥିଲେ ମଧ୍ୟ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇ ପ୍ରଥମରୁ ମାମଲାକୁ ଥଣ୍ଡା କରିବାକୁ ଉଦ୍ୟମ କରିଥିଲେ । ଆରଡିସି ତଦନ୍ତ ରିପୋର୍ଟ ମାସେ ଭିତରେ ଆସିବାର ଥିଲେ ମଧ୍ୟ ପାଖାପାଖି ବର୍ଷେ ହେଲାନି ଆସିଲା ନାହିଁ । ଦାୟିତ୍ୱରେ ଖିଲାପ କରିଥିବା ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ କି ଅଗ୍ନିଶମ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି । ହସ୍ପିଟାଲ୍ ଏବେ ଯଥା ପୂର୍ବଂ ତଥା ପରଂ । ହସ୍ପିଟାଲ୍ ନିଆଁକୁ ଲୋକ ଭୁଲିଗଲା ପରେ ସରକାର ବି ଭୁଲିଗଲେ । ମନୋଜ ନାୟକଙ୍କ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ହାତଗଲାନି । ବରଂ ଅଗ୍ନିକାଣ୍ଡ ଘଟଣା ପାଇଁ ଯେଉଁ ସରକାରୀ ଅଧିକାରୀମାନେ ଦାୟୀ ସରକାର ସେମାନଙ୍କୁ କୋଳେଇ କାଖେଇ ଏବେ ପର୍ଯ୍ୟନ୍ତ ଗେଲୋଉଛନ୍ତି ।

ଏବେ ଆଇଟିଇଆର୍ ଠକେଇ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅସମ୍ଭବ ନିରବତା ମନୋଜ ନାୟକଙ୍କ ସହ ସରକାରଙ୍କ ସବୁ ପୀରତି ଖୋଲି ଦେଇଛି । ନିଜର ପୀରତି ଦେଖାଇବାକୁ ଯାଇ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରସଙ୍ଗକୁ ରାଜ୍ୟ ସରକାର ତୁଚ୍ଛ କରିଦେଇଛନ୍ତି । ପୁଲିସ ତଦନ୍ତର ଢ଼ାଲ ଦେଖାଇ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦଳୀୟ ମୁଖପାତ୍ରମାନେ ନିଜ ଦାୟିତ୍ୱରୁ ହଟିଯାଇଛନ୍ତି । ଏହା ଖାଲି ଲଜ୍ଜା ନୁହେଁ, ସଙ୍ଗୀନ ମଧ୍ୟ ।

ସେପଟେ ଠକେଇ ସାମନାକୁ ଆସିଲା ପରେ ସୋଆ କର୍ତ୍ତୃପକ୍ଷ ବାରକଥା ବୁଲାଉଛନ୍ତି । ନିଜକୁ ସତୀ ଦେଖାଇବାକୁ ପ୍ରୟାସ କରୁଛନ୍ତି । ଗୁଡ଼ୁଗାଁର ନକଲି ପ୍ଲେସମେଣ୍ଟ ସଂସ୍ଥା ବିଷୟରେ ନିଜର ଅଜ୍ଞତା ଦେଖାଇ ମୁହଁଫୁଟାଣି ଦେଖାଉଛନ୍ତି । ଏହା ଖାଲି ମାରାତ୍ମକ ନୁହେଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚଟକଣା ମାରିଲା ସଦୃଶ ହୋଇଛି । କମିସନରେଟ୍ ପୁଲିସ ରାଜକୁମାର ହୋତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିବା ପରେ ବହୁ ସାଂଘାତିକ ତଥ୍ୟ ପାଇଛି । ଜାଲ୍ ୱେବସାଇଟ୍ କରି ଗୁଡ଼ଗାଁର ସଂପୃକ୍ତ ସଂସ୍ଥା ଠକିଛି ବୋଲି ଅଭିଜ୍ଞ ହୋତା କହିଛନ୍ତି । ତେବେ ଏହି ରାକେଟ୍ ର ମୁଖ୍ୟ ଯେ ସ୍ୱଂୟ ହୋତା ତାହା ପୁଲିସକୁ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ସୋମବାର ସୁଦ୍ଧା ପୁଲିସ ସବୁ ଗୁମର ଫିଟାଇବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Previous Post

ଚାକିରି ଦେବା ନାଁରେ ବେପାର କରୁଥିଲେ ଡିନ୍ ହୋତା

Next Post

ବୈଜୟନ୍ତ: ଏବେ ନା ଘାଟ୍ କା ନା ଧୋବି କା

Next Post
ବୈଜୟନ୍ତ: ଏବେ ନା ଘାଟ୍ କା ନା ଧୋବି କା

ବୈଜୟନ୍ତ: ଏବେ ନା ଘାଟ୍ କା ନା ଧୋବି କା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA