Thursday, May 21, 2026 07:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇନ ଶାଖା ମୁଖ୍ୟଙ୍କୁ ବେଆଇନ ସରକାରୀ ନିଯୁକ୍ତି

by Our Correspondent
25 Apr, 2017- 08:14 AM
in Latest News
0
ଆଇନ ଶାଖା ମୁଖ୍ୟଙ୍କୁ ବେଆଇନ ସରକାରୀ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମିଲନ୍ କାନୁନଗୋ କିଛି ମାସ ତଳେ ଏକ ସରକାରୀ ନିଯୁକ୍ତି ପାଇଛନ୍ତି । ବିଶ୍ୱବ୍ୟାଙ୍କ ସହାୟତାରେ ଚାଲିଥିବା ରାସ୍ତା ପ୍ରକଳ୍ପର ଡିସପ୍ୟୁଟ୍ ବୋର୍ଡ ଆଣ୍ଡ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ ରେ ପଡ଼ିଥିବା ମାମଲାଗୁଡ଼ିକର ପରିଚାଳନା ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଇତିମଧ୍ୟରେ ଶ୍ରୀ କାନୁନଗୋଙ୍କ ପାଇଁ ଉଦ୍ଦିଷ୍ଟ ପାଉଣା(ଫି ଷ୍ଟ୍ରକଚର) ବୃଦ୍ଧି ପାଇଁ ନିଯୁକ୍ତିଦାତା ଡିପିଆଇ ଆଣ୍ଡ ରୋଡସ୍ ତାର ମୁରବୀ ପୂର୍ତ୍ତ ବିଭାଗକୁ ଚିଠି ଲେଖିଥିଲେ । ପୂର୍ତ୍ତ ବିଭାଗ ତାହାର ତର୍ଜମା ପାଇଁ ଆଇନ ବିଭାଗକୁ ପଠାଇବା ପରେ ସାଂଘାତିକ ତଥ୍ୟ ପଦାକୁ ଆସିଛି ।

ସିଧା ସିଧା ତଥ୍ୟଟି ହେଉଛି, ସରକାରଙ୍କ ବିନା ଅନୁମୋଦନରେ ଶ୍ରୀ କାନୁନଗୋ ନିଯୁକ୍ତି ପାଇଛନ୍ତି । ନା ମୁରବୀ ବିଭାଗ ଜାଣିଛନ୍ତି ନା ଆଇନ ବିଭାଗ । ଏହା ହୁଏ ତ ଧରାପଡ଼ି ନ ଥାଆନ୍ତା ଯଦି ଶ୍ରୀ କାନୁନଗୋଙ୍କର ପାଉଣା ବୃଦ୍ଧି ପ୍ରସଙ୍ଗ ଉଠି ନ ଥାଆନ୍ତା । ମାତ୍ର ତାଙ୍କୁ ନିଯୁକ୍ତି ଦେଇଥିବା ବିଭାଗ ତାଙ୍କର ପାଉଣା ବୃଦ୍ଧି ପାଇଁ ଲେଖିଲା ପରେ ମାମଲା ପଦାକୁ ଚାଲିଆସିଛି । ଖୋଦ୍ ଆଇନ ବିଭାଗ ଏହାର ସ୍ପଷ୍ଟୀକରଣ ମାଗିବା ସହ ସରକାରଙ୍କ ବିନା ଅନୁମୋଦନରେ ତାଙ୍କୁ କିଭଳି ନିଯୁକ୍ତି ଦିଆଯାଇଛି ତାହା ଜାଣିବାକୁ ଚାହିଁଛନ୍ତି । ଏଥିପାଇଁ ପର୍ଯ୍ୟାପ୍ତ ଯୁକ୍ତି ଓ କାଗଜପତ୍ର ମାଗିଛି ବିଭାଗ । ଆଇନ ବିଭାଗର ଚିଠି ଖୋଦ୍ ପୂର୍ତ୍ତ ବିଭାଗର ଆଖି ଖୋଲିଦେଇଛି । ଅନ୍ଧାରରେ ଥିବା ପୂର୍ତ୍ତ ବିଭାଗ ଏ ନେଇ ଡିପିଆଇ ଆଣ୍ଡ ରୋଡସ୍ କୁ ଚିଠି କରିଛି । ଆଇନ ବିଭାଗ ଚାହୁଁଥିବା ଆନୁସଙ୍ଗିକ କାଗଜପତ୍ର ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି ।

ମାମଲାଟି ଏଇଥିପାଇଁ ଅଧିକ ସ୍ପର୍ଶକାତ୍ତର କି ବେଆଇନ ନିଯୁକ୍ତି ପାଇଥିବା ଆଡଭୋକେଟ ମିଲନ୍ କାନୁନଗୋ ଜଣେ ଯାହିତାହି ବ୍ୟକ୍ତି ନୁହଁନ୍ତି । ଖୋଦ୍ ଶାସକଦଳ(ବିଜେଡ଼ି)ର ଆଇନ ସାମ୍ମୁଖ୍ୟ ଦାୟିତ୍ୱରେ ସେ ଅଛନ୍ତି । ସାମ୍ମୁଖ୍ୟର ସେ ହେଉଛନ୍ତି ରାଜ୍ୟ ଆବାହକ । ଦଳୀୟ ଫୋରମରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାଙ୍କର ନିଯୁକ୍ତିଦାତା । ପ୍ରଶ୍ନ ଉଠୁଛି, ଶାସକଦଳର ଏତେବଡ଼ ମୋହର ବାଜିଥିବା ଶ୍ରୀ କାନୁନଗୋଙ୍କୁ ବିନା ସରକାରୀ ଅନୁମୋଦନରେ କିଏ ଓ କେମିତି କିଭଳି ସରକାରୀ ନିଯୁକ୍ତି ଦେଲା? ଏଥିପାଇଁ କାହାର ସୁପାରିଶ ଥିଲା ? ମୂଳ ପୂର୍ତ୍ତ ବିଭାଗ ଏବଂ ଆଇନ ବିଭାଗର ବିନା ଅନୁମତିରେ ତାଙ୍କୁ ନିଯୁକ୍ତିପତ୍ର ଦିଆଗଲା କେମିତି ? ଖୋଦ୍ ରାଜ୍ୟ ସରକାର ଏହାର ଅନୁସନ୍ଧାନ କରି ଦୋଷୀଙ୍କୁ ଦଣ୍ଡ ଦେଇପାରିବେ ତ ?

Previous Post

ଆଗେ ଦିଲ୍ଲୀପ, ପଛେ ବିଜୟ !

Next Post

୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ

Next Post
୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ

୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA