Tuesday, May 19, 2026 06:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ଦୌଡ଼ିବାକୁ ପଡ଼ିବନି ଥାନା

by Our Correspondent
28 Jan, 2020- 09:21 PM
in Latest News, News
1 min read
0
ଆଉ ଦୌଡ଼ିବାକୁ ପଡ଼ିବନି ଥାନା
ଭୁୁବନେଶ୍ୱର: ଅନ୍ ଲାଇନ୍ ରେ ଏଥର ହାତ ପାଆନ୍ତାରେ ଥାନା । ଯେପରିକି(୧) ମଟରସାଇକେଲ ଚୋରି ହୋଇଗଲେ ଏତଲା ପାଇଁ ଥାନା ଦୌଡ଼ାର ହୀନସ୍ତା ଭୋଗିବାକୁ ପଡ଼ିବନି । (୨) ରାସ୍ତା ଦୁର୍ଘଟଣା ହେଲେ ଇନସୁରାନ୍ସ ସହାୟତା ପାଇଁ ପୁଲିସ, ଡାକ୍ତରଖାନା, ଆରଟିଓ କିମ୍ବା ଇନସୁରାନ୍ସ ଅଫିସ୍ ଦୌଡ଼ିବାକୁ ପଡ଼ିବନି । (୩) ରାସ୍ତା ଦୁର୍ଘଟଣାର ଶିକାର ହେଲେ ଡାକ୍ତରୀ ପରୀକ୍ଷା ରିପୋର୍ଟ ପାଇଁ ପୁଲିସ କି ଡାକ୍ତରଖାନାର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବନି ।
ରାଜ୍ୟ ସରକାରଙ୍କ ୫-ଟି ଚାର୍ଟରରେ ଏଭଳି ତିନୋଟି ବଡ଼ ଚାପ୍ଟର ଯୋଡ଼ି ହୋଇଛି । ଆଜି ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏହିସବୁ ସେବା ଭେଟି ଦେଇଛନ୍ତି । ଜନସାଧାରଣଙ୍କ ଥାନାକୁ ଯିବାର ଆବଶ୍ୟକତାକୁ କମାଇ ଦେଇଛନ୍ତି ।
ଭର୍ଚୁଆଲ୍/ଇ-ପୁଲିସ ଷ୍ଟେସନ୍: ଇ-ପୁଲିସ ଷ୍ଟେସନ୍ କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏଣିକି କାହାର ଗାଡ଼ି ଚୋରି ହୋଇଗଲେ ସେ ଥାନା ଯାଇ ଏତଲା ଦେବାକୁ ପଡ଼ିବନି । ନିଜ ମୋବାଇଲ୍ ଯୋଗେ ଅନଲାଇନ୍ ରେ ପୁଲିସକୁ ଅଭିଯୋଗ ପଠାଇପାରିବେ । ପୁଲିସ ଅନଲାଇନ୍ ରେ ହିଁ ଏତଲାକୁ ପଂଜିକରଣ କରି ତଦନ୍ତ କରିବ । ଚୋରିର ସନ୍ଧାନ ନ ମିଳିଲେ ୨୧ ଦିନ ପରେ ଚୂଡ଼ାନ୍ତ ଫର୍ମ ସିସିଟିଏନଏସ୍ ରେ ଅଟୋ ଜେନେରେଟେଡ଼୍ ହେବ । ମୋଟର ସାଇକେଲ ଚୋରି କ୍ଷେତ୍ରରେ ଇନସୁରାନ୍ସ ଦାବି ପାଇଁ ଏହା ସହାୟକ ହେବ ।
ଜଣେ ନାଗରିକ ଚାହିଁଲେ ସିଟିଜେନସ୍ ପୋର୍ଟାଲ୍ କିମ୍ବା ସହାୟତା ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ଏତଲା ଦର୍ଜ କରିପାରିବେ ।
ରୋଡ୍ ଆକ୍ସିଡେଣ୍ଟ କେସ୍ ଡକ୍ୟୁମେଣ୍ଟସ୍ ମୋଡ୍ୟୁଲ୍: ରାସ୍ତା ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ କାଗଜପତ୍ର ଠିକ୍ କରିବା ପାଇଁ ଏକ ମୋଡ୍ୟୁଲ୍ ପ୍ରସ୍ତୁତ କରାଯାଇଛି । ୱେବ୍ ସାଇଟ୍ www.imsop.odisha.gov.in କୁ ଯାଇ ଏହାର ସୁବିଧା ପାଇହେବ । ଇନସୁରାନ୍ସ କମ୍ପାନୀ କିମ୍ବା ରାସ୍ତା ଦୁର୍ଘଟଣାର ଶିକାର ବ୍ୟକ୍ତି ଏହି ୱେବସାଇଟ୍ ରୁ ଆବଶ୍ୟକ ଏତଲା କପି, ଫାଇନାଲ୍ ଫର୍ମ, ସ୍ପଟ୍ ମ୍ୟାପ୍, ଏମଭିଆଇ ରିପୋର୍ଟ, ଇନକ୍ୱେଷ୍ଟ୍, ପୋଷ୍ଟମର୍ଟମ୍ ରିପୋର୍ଟ, ଡ୍ରାଇଭିଂ ଲାଇସେନସ୍, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଆଦି ଡାଉନଲୋଡ଼୍ କରିପାରିବେ । ଇନସୁରାନ୍ସ କମ୍ପାନୀ କ୍ରାଇମ ରେକର୍ଡସ୍ ବ୍ୟୁରୋରୁ ୟୁଜର୍ ଆଇଡି ଏବଂ ପାସୱାର୍ଡ ଆଣି ୱେବସାଇଟ୍ ର ଉପଯୋଗ କରିବେ । ସେହିପରି ଅଭିଯୋଗକାରୀ ସାଇଟ୍ କୁ ଯାଇ ଆବଶ୍ୟକ ତଥ୍ୟ ଦେଲା ପରେ ୱେବସାଇଟ୍ ର ଉପଯୋଗ କରିପାରିବେ ।
ମେଡ଼ିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍: ଏହି ୱେବ୍ ସିଷ୍ଟମ୍ ଉଭୟ ପୁଲିସ ଏବଂ ଡାକ୍ତରଙ୍କୁ ସହାୟତା ଦେବ । ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପୁଲିସ ଅନଲାଇନ୍ ରେ ରିକୁ୍ୟଜିସନ୍ କରିପାରିବ । ପରୀକ୍ଷା ରିପୋର୍ଟକୁ ଡାକ୍ତର ଅନଲାଇନ୍ ରେ ଅପଲୋଡ କରିବେ ଏବଂ ପୁଲିସ ଏହାକୁ ଡାଉନଲୋଡ଼ କରି ପରବର୍ତ୍ତୀ ପଦକ୍ଷେପ ନେବ । ଏହାଦ୍ୱାରା ଡାକ୍ତରୀ ରିପୋର୍ଟ ପାଇବାରେ ଅଯଥା ବିଳମ୍ବ ହେବନି କି ହାତସଫେଇ କାମ ହୋଇପାରିବନି । ସମୟୋଚିତ ପଦକ୍ଷେପ ଦ୍ୱାରା ପୀଡ଼ିତ ବ୍ୟକ୍ତି ଠିକ୍ ସମୟରେ ସହାୟତା ପାଇପାରିବେ ।
ଏହି ତିନୋଟି ପ୍ରକଳ୍ପକୁ(ଟ୍ରାନସଫରମେସନାଲ୍ ପ୍ରୋଜେକ୍ଟସ୍) ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମୋ ସରକାର ୫-ଟି ଅଧୀନରେ ରାଜ୍ୟବାସୀଙ୍କୁ ନାଗରିକ କେନ୍ଦ୍ରିକ ଶାସନ ଦେବା ପାଇଁ ସଂକଳ୍ପବଦ୍ଧ । ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକମାନେ ଥାନାକୁ ଅଯଥା ଦୌଡ଼ିବେ ନାହିଁ ।

୫-ଟି ସଚିବ ଭି.କେ.ପାଣ୍ଡିଆନ୍, ପୁଲିସ ବିଭାଗରେ ଆସୁଥିବା ପରିବର୍ତ୍ତନକୁ ପ୍ରଶଂସା କରିଥିଲେ । ପୁଲିସ କାର୍ଯ୍ୟକଳାପ ଉପରେ ସରକାର ଭଲ ଫିଡବ୍ୟାକ୍ ପାଉଛନ୍ତି । ଡାକ୍ତରଖାନା ଏବଂ ଆରଟିଓ ଅଫିସଗୁଡ଼ିକରୁ ଦଲାଲମାନେ ହଟିଥିବାରୁ ଶ୍ରୀ ପାଣ୍ଡିଆନ୍ ଖୁସି ପ୍ରକଟ କରିଥିଲେ । ଶିଳ୍ପାନୁଷ୍ଠାନକୁ ନେଇ ରହିଥିବା ବିବାଦଗୁଡ଼ିକର ସମାଧାନ କ୍ଷେତ୍ରରେ ପୁଲିସର ବଡ଼ ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଭିଡ଼ିଓ କନଫରେନ୍ସିଂ ଯୋଗେ କିଛି ଜିଲ୍ଲାର ଏସପିଙ୍କ ସହ କଥା ହୋଇ ସରକାର ଆଜି ନେଇଥିବା ତିନୋଟିଯାକ ପ୍ରକଳ୍ପ ଉପରେ ଅଫିସରମାନଙ୍କ ମତାମତ ନେଇଥିଲେ ପାଣ୍ଡିଆନ୍ ।
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ପୁଲିସର କାର୍ଯ୍ୟକୁ ତାରିଫ୍ କରିଥିଲେ । ପୁଲିସ ଡିଜି ଶ୍ରୀ ଅଭୟ ଶୁଭାରମ୍ଭ ତିନି ପ୍ରକଳ୍ପର କାର୍ଯ୍ୟକାରିତାକୁ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Previous Post

ଏକାମ୍ର ଥଇଥାନ ପ୍ୟାକେଜ୍ ଘୋଷଣା

Next Post

ଡେରିରେ ହେଉ ପଛେ ମନେପଡ଼ିଲେ..

Next Post
ଡେରିରେ ହେଉ ପଛେ ମନେପଡ଼ିଲେ..

ଡେରିରେ ହେଉ ପଛେ ମନେପଡ଼ିଲେ..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA