Wednesday, May 20, 2026 04:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଇମ୍ଫା’କୁ ବଜ୍ରଚଡ଼କ; ତେଜିଲା ଥେରୁବାଲି ଆନ୍ଦୋଳନ

by Our Correspondent
25 Apr, 2018- 11:26 PM
in Latest News, News
1 min read
0
‘ଇମ୍ଫା’କୁ ବଜ୍ରଚଡ଼କ; ତେଜିଲା ଥେରୁବାଲି ଆନ୍ଦୋଳନ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଥେରୁବାଲିଠାରେ ଥିବା ଇମ୍ଫା କମ୍ପାନୀ ସମ୍ମୁଖରେ କମ୍ପାନୀର ଠିକା କର୍ମଚାରୀ ଓ ସ୍ଥାନୀୟ ଅଧିବାସୀଙ୍କ ତାଲାବନ୍ଦ ଆନ୍ଦୋଳନ ହିଂସା ମୋଡ଼ ନେଇଛି । ଆନ୍ଦୋଳନକାରୀମାନେ ଆଜି କମ୍ପାନୀରେ ଭଙ୍ଗାରୁଜା କରିଛନ୍ତି । ଦିନ ୨ଟା ସୁଦ୍ଧା ୯ ଦଫା ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ସେମାନେ ଡେଡଲାଇନ୍ ଦେଇଥିଲେ । ନଚେତ୍ ଆଇନଶୃଙ୍ଖଳାକୁ ନିଜ ହାତକୁ ନେବେ ବୋଲି ଚେତାବନୀ ଦେଇଥିଲେ । ନିର୍ଦ୍ଧାରିତ ସମୟ ପୂରି ଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା ନ କରିବାରୁ ଆନ୍ଦୋଳନକାରୀମାନେ ଉତ୍ତ୍ୟକ୍ତ ହୋଇ ଭଙ୍ଗାରୁଜା କରିଥିଲେ । ସେପଟେ ଠିକା କର୍ମଚାରୀ ଓ ସ୍ଥାନୀୟ ଅଧିବାସୀମାନେ ନିଜ ଅଧିକାର ପାଇଁ ଆନ୍ଦୋଳନ କରୁଥିବା ବେଳେ ଇମ୍ଫା କର୍ତ୍ତୃପକ୍ଷ ତାହାକୁ ରାଜନୈତିକ ଷଡ଼ଯନ୍ତ୍ରର ରଙ୍ଗ ଦେବାକୁ ଉଦ୍ୟମ କରୁଥିବାରୁ ଆନ୍ଦୋଳନ କାରୀମାନେ ଅଧିକ ତାତି ଯାଇଛନ୍ତି । ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ।
କମ୍ପାନୀର ଠିକା କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ଗତ ୨୩ ତାରିଖରୁ କମ୍ପାନୀ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ମହିଳା ଅଛନ୍ତି । କମ୍ପାନୀର ସବୁ ଗେଟ୍ ତାଲା ପକାଇ କାରଖାନା ଅଚଳ କରିଦେଇଛନ୍ତି । ସେମାନଙ୍କର ୯ଟି ଦାବି ମଧ୍ୟରେ ରହିଛି କମ୍ପାନୀରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକଙ୍କୁ ନିଯୁକ୍ତି, ସ୍ଥାନୀୟ ଅଶିକ୍ଷିତ ଅଧିବାସୀଙ୍କ ପାଇଁ ଶିକ୍ଷା, ସିଏସଆର୍ ଦାୟିତ୍ୱ ନିର୍ବାହ, ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରି, ଚାକିରି ନିରାପତ୍ତା, ସ୍ଥାନୀୟ ଅଞ୍ଚଳର ବିକାଶ ।
ଆନ୍ଦୋଳନକାରୀଙ୍କ ନେତା ହରପ୍ରସାଦ ଆପ୍ରକା କହିଛନ୍ତି, ଇମ୍ଫା କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି ସ୍ଥାନୀୟବାସୀଙ୍କୁ ଶୋଷଣ କରୁଛନ୍ତି । ବାହାର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବା ବେଳେ ସ୍ଥାନୀୟ ନିରୀହ ଆଦିବାସୀମାନଙ୍କୁ ବହୁତ କମ୍ ପଇସାରେ ଠିକା ଶ୍ରମିକ ନିଯୁକ୍ତି ଦେଇ ଗୋତି ଖଟାଉଛନ୍ତି । ସିଏସଆର କାର୍ଯ୍ୟକ୍ରମ ଆଦୌ ନାହିଁ । ଅଞ୍ଚଳରେ ରାସ୍ତାଘାଟ, ଗମାନଗମନ, ଶିକ୍ଷା,ସ୍ୱାସ୍ଥ୍ୟ ସେବାର ସୁବିଧା କରୁନାହାନ୍ତି । ବର୍ଷ ବର୍ଷ ଧରି ଏଭଳି ଶୋଷଣ ପଛରେ ପ୍ରଶାସନର ସହଯୋଗ ରହିଥିବା ସେ ଅଭିଯୋଗ କରିଛନ୍ତି । ଇମ୍ଫାର ଅନ୍ୟତମ ମାଲିକ ବୈଜୟନ୍ତ ପଣ୍ଡା ବିଜେଡ଼ି ସାଂସଦ ଥିବାରୁ ଶାସନକଳକୁ ହାତରେ ରଖି ଲୋକଙ୍କୁ ଶୋଷଣ କରୁଥିଲେ । ଅନ୍ୟାୟ ଅସହ୍ୟ ହେବାରୁ ରାୟଗଡ଼ା ଜିଲ୍ଲାର ତିନିଟି ବ୍ଲକ୍ ର ଆଦିବାସୀମାନେ ସ୍ୱତଃପ୍ରବୃତ୍ତ ହୋଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଦିବାସୀଙ୍କୁ ନ୍ୟାୟ ଏବଂ ସେମାନଙ୍କର ନ୍ୟାଯ୍ୟ ଅଧିକାର ମିଳିଲା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଆଉ ଜଣେ ଆନ୍ଦୋଳନକାରୀ ନେତା ଜିତୁ ଜାକାସିକା କହିଛନ୍ତି, ନ୍ୟାୟ ପାଇଁ ସଂଗ୍ରାମରତ ଠିକା କର୍ମଚାରୀଙ୍କୁ ୨୦ ବର୍ଷ ହେଲା ଡିଏ ବନ୍ଦ କରିଦିଆଯାଇଛି । ଯେଉଁମାନେ ଆଇନର ଆଶ୍ରୟ ନେଇଛନ୍ତି ସେମାନଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଧମକ ଦିଆଯାଉଛି । କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୀର୍ଘ ବର୍ଷର ଅସନ୍ତୋଷ ଏବେ ବିସ୍ଫୋରକ ମୋଡ଼ ନେଇଛି । ଆନ୍ଦୋଳନ ପାଇଁ ନୋଟିସ୍ ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାହାକୁ ହେୟଜ୍ଞାନ କରିଛନ୍ତି । ଆଲୋଚନା ପାଇଁ କେହି ଆସୁନାହାନ୍ତି । ଏଭଳିସ୍ଥିତିରେ ପରିଣାମ ଯାହା ହେବ ସେଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିତୁ ଚେତାବନୀ ଦେଇଛନ୍ତି ।
ସେପଟେ ଇମ୍ଫାର ଅନ୍ୟତମ ଅଂଶୀଦାର ବୈଜୟନ୍ତ ପଣ୍ଡା ନିକଟରେ ବିଜେଡ଼ିରୁ ନିଲମ୍ବିତ ହୋଇଥିବାରୁ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ଷଡ଼ଯନ୍ତ୍ରର ରୂପ ଦେବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ଚାନେଲ ପ୍ରତିନିଧି ଆନ୍ଦୋଳନସ୍ଥଳକୁ ଆସି ନିଜ ସପକ୍ଷରେ ଲୋକଙ୍କଠାରୁ ବାଇଟ୍ ନେବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ନିରୀହ ଆଦିବାସୀଙ୍କୁ ରାଜନୀତିର ପଶାପାଲିରେ କଣ୍ଢେଇ କରିବା ଉଦ୍ୟମରୁ ଇମ୍ଫା କର୍ତ୍ତୃପକ୍ଷ ନିବୃତ୍ତ ରହନ୍ତୁ ନଚେତ୍ ରାୟଗଡ଼ା ଅଞ୍ଚଳବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି ସେମାନେ କହିଛନ୍ତି ।
ପରିସ୍ଥିତି ଅଣାୟତ୍ତ ହେଉଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ବି ନିଜ ଜିଦ୍ ରୁ ହଟୁନାହାନ୍ତି । ପ୍ରଶାସନ ଉପସ୍ଥିତିରେ ଆମେ ଆଲୋଚନା କରିବୁ ବୋଲି କହି ସମୟ ଟାଳି ଚାଲିଛନ୍ତି ।
Previous Post

ବାଉଳା ହେଲେଣି ବାବୁଲା

Next Post

‘ଇମ୍ଫା’ ବିରୋଧୀ ଆନ୍ଦୋଳନକୁ ପାଙ୍ଗୀଙ୍କ ବିଦ୍ରୁପ! ପାଣ୍ଡିଆନ୍ ଙ୍କ ନାଁ ନେଲେ

Next Post
‘ଇମ୍ଫା’ ବିରୋଧୀ ଆନ୍ଦୋଳନକୁ ପାଙ୍ଗୀଙ୍କ ବିଦ୍ରୁପ! ପାଣ୍ଡିଆନ୍ ଙ୍କ ନାଁ ନେଲେ

‘ଇମ୍ଫା’ ବିରୋଧୀ ଆନ୍ଦୋଳନକୁ ପାଙ୍ଗୀଙ୍କ ବିଦ୍ରୁପ! ପାଣ୍ଡିଆନ୍ ଙ୍କ ନାଁ ନେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA