Saturday, July 2, 2022 07:03 AM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏ କି ଶାଳୀନତା? ନବୀନଙ୍କୁ ମଲାଘୋଡ଼ା କହିଲେ ଲେଖାଶ୍ରୀ

by Our Correspondent
24 Nov, 2017- 01:21 PM
in Latest News, Politics
1 min read
0
ଏ କି ଶାଳୀନତା? ନବୀନଙ୍କୁ ମଲାଘୋଡ଼ା କହିଲେ ଲେଖାଶ୍ରୀ
ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ତାଙ୍କ ଫେସବୁକ୍ ପେଜ୍ ରେ ଏକ ପୋଷ୍ଟ ଛାଡ଼ିଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ମଲାଘୋଡ଼ା ବୋଲି ଟିପ୍ପଣୀ ଦେଇଛନ୍ତି । ‘ଅଟକିଲା ଜନନୀ ଏକ୍ସପ୍ରେସ୍’ ଶୀର୍ଷକରେ ଦୈନିକ ଖବରକାଗଜରେ ପ୍ରକାଶିତ ଏକ ଖବର କ୍ଲିପିଂକୁ ସେ ପୋଷ୍ଟ କରି ତାହା ଉପରେ ଏଭଳି ଅଶାଳୀନ ଟିପ୍ପଣୀ ରଖିଛନ୍ତି । ଲେଖିଛନ୍ତି, ଜନନୀ ଏକ୍ସପ୍ରେସ୍ କୁ ଲୋକେ ଯେମିତି ଠେଲି ଠେଲି ନେଉଛନ୍ତି ସେଥିରୁ ଓଡ଼ିଶାର ସରକାରୀ କଳ କବଜା ଯେ ଜଙ୍କ ଧରିଗଲାଣି ଆଉ ବୁଝିବାକୁ ବାକି ନାହିଁ । ନବୀନବାବୁଙ୍କୁ ଠେଲି ଠେଲି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି ହେଲେ ମଲା ଘୋଡ଼ାକୁ ଯେତେ ପିଟିଲେବି ଆଉ କେତେ ଆଗେଇବ ? ଓଡ଼ିଶାର ମା’ ମାନଙ୍କୁ ଜଗନ୍ନାଥ ଶାହା..
ଟିଭିରେ ହେଉ କି ସୋସିଆଲ୍ ମିଡ଼ିଆରେ ହେଉ, ଲେଖାଶ୍ରୀଙ୍କ ପାଇଁ ଅରୁଚିକର ମନ୍ତବ୍ୟ ନୂଆ ନ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ମନ୍ତବ୍ୟ ଶାଳୀନତାର ସୀମା ଲଂଘିଥିବା କୁହାଯାଉଛି । ଖୋଦ୍ ତାଙ୍କ ଦଳର ଅନେକ ନେତା ଏହାକୁ ପସନ୍ଦ କରିନାହାନ୍ତି । ସଂସ୍କାରଧର୍ମୀ ଜାତୀୟ ଦଳ ବୋଲି ଦାବି କରୁଥିବା ବିଜେପିର ଜଣେ ସମ୍ବ୍ରାନ୍ତ, ଉଚ୍ଚଶିକ୍ଷିତ(ରେଭେନ୍ସା କଲେଜର ପୂର୍ବତନ ଅଧ୍ୟାପିକା) ଓ ଦାୟିତ୍ୱସମ୍ପନ୍ନ( ବିଜେପି ରାଜ୍ୟ ସମ୍ପାଦିକା) ନେତ୍ରୀ ବିରୋଧ କରିବା ନାଁରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଟିପ୍ପଣୀ ଦେବାକୁ ଯାଇ ଶାଳୀନତା ବାହାରକୁ ଚାଲିଯିବା ସେମାନଙ୍କୁ ହଜମ ହୋଇନାହିଁ । ଏହାଦ୍ୱାରା ବିଜେପି ଲୋକଙ୍କ ସମ୍ମାନ ଓ ସହାନୁଭୂତିଠାରୁ ଦୂରେଇ ଯାଉଛି ବୋଲି ଦଳର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖି କହିଛନ୍ତି । ରାଜନୈତିକ ମୂଲ୍ୟବୋଧ ଓ ବିଚାରାଧାରାକୁ ଏଭଳି ହୀନ ମନ୍ତବ୍ୟ ଆଘାତ ଦେଉଥିବା ସେ କହିଛନ୍ତି ।
ପୂର୍ବରୁ ଲେଖାଶ୍ରୀଙ୍କ ଅଶାଳୀନ ଓ ଅରୁଚିକର ମନ୍ତବ୍ୟର ଲମ୍ବା ତାଲିକା ରହିଛି । ଓଡ଼ିଆ ମହିଳା ଗୁଜୁରାଟରେ ଦେହ ବେପାର କରୁଥିବା ଏକ ଟିଭି ବିତର୍କରେ କହି ସେ ଅତ୍ୟନ୍ତ ବିବାଦୀୟ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧ ଧ୍ରୃତରାଷ୍ଟ୍ର ବୋଲି କହିଥିଲେ । ବାପା ବୟସର ଦାମ ରାଉତଙ୍କୁ ଶିଖଣ୍ଡୀ କହି ଛିଗୁଲାଇଥିଲେ । ନିକଟରେ ଶିଶୁ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷଣକୁ ନେଇ ଫେସବୁକ୍ ରେ ଅତ୍ୟନ୍ତ ନିମ୍ନ ଓ ଅରୁଚିକର କଥା ଲେଖିଥିଲେ । ସେପଟେ କିଛି ଦିନ ତଳେ ମନ୍ତ୍ରୀ ଦାମୋଦର ରାଉତଙ୍କ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ମନ୍ତବ୍ୟକୁ ନେଇ ଲେଖାଶ୍ରୀ ଓ ତାଙ୍କ ଦଳର ନେତା, ନେତ୍ରୀମାନେ ଧୂମ୍ ଧଡ଼ାସ କରିଥିଲେ । ମହିଳାଙ୍କୁ ସମ୍ମାନର ନାରା ଦେଇ ରାଜରାସ୍ତା କମ୍ପାଇଥିଲେ । ମନ୍ତ୍ରୀ ଦାମ ରାଉତ ମହିଳାମାନଙ୍କ ପ୍ରତି ଶାଳୀନତାର ସୀମା ଟପିଥିବା ଗର୍ଜି ତାଙ୍କର କ୍ଷମା ଚାହିଁଥିଲେ । ପରେ ଦାମବାବୁ ସେଥିପାଇଁ ଦୁଃଖପ୍ରକାଶ କରିଥିଲେ ।
ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲେଖାଶ୍ରୀଙ୍କ ମଲା ଘୋଡ଼ା ଟିପ୍ପଣୀ ବିଜେଡ଼ି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପୁରୁଖା ନେତାମାନେ ଏଭଳି ମନ୍ତବ୍ୟକୁ ଔଦ୍ଧତ୍ୟର ଶେଷସୀମା ବୋଲି କହିଛନ୍ତି । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି, ଡ. ଲେଖାଶ୍ରୀ ସାମନ୍ତସିଂହାର ରାଜନୀତିର ନୂଆ ପାଠ ପଢ଼ୁଛନ୍ତି । ୪ ବର୍ଷ ହେଲା ରାଜନୀତିକୁ ଆସିଥିବା ଜଣେ ନେତ୍ରୀ ରାଜ୍ୟର ଚାରି ଚାରି ଥରର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା ତାଙ୍କ ଅଯୋଗ୍ୟତା ଓ ରାଜନୀତିରେ ଅପରିପକ୍ୱତାର ପ୍ରମାଣ ଦେଇଛି । ଅଳ୍ପ ବିଦ୍ୟା ଭୟଙ୍କରୀ । ରାଜନୀତିର ସେହି ଅଳ୍ପ ବିଦ୍ୟାଧାରୀଙ୍କଠାରୁ ରାଜନୈତିକ ଶାଳୀନତା ଆଶା କରିବା ବୃଥା ବୋଲି ସସ୍ମିତ୍ କହିଛନ୍ତି ।
Previous Post

ମନମୋହନ ସାମଲଙ୍କ ନାଁରେ ପୁଣି କେଳେଙ୍କାରୀ !

Next Post

ସ୍ୱର୍ଗରୁ ହାରିଗଲେ ଇତିଶ୍ରୀ, ସନ୍ଦେହରେ ସିବିଆଇ

Next Post
ସ୍ୱର୍ଗରୁ ହାରିଗଲେ ଇତିଶ୍ରୀ, ସନ୍ଦେହରେ ସିବିଆଇ

ସ୍ୱର୍ଗରୁ ହାରିଗଲେ ଇତିଶ୍ରୀ, ସନ୍ଦେହରେ ସିବିଆଇ

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ଓଡ଼ିଶାର ୨ ସହିଦ କମାଣ୍ଡୋଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

ଓଡ଼ିଶାର ୨ ସହିଦ କମାଣ୍ଡୋଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

11 months ago
ମାଡ଼ି ଆସୁଛି ବାତ୍ୟା; ୪ ଜିଲ୍ଲାକୁ ବେଶୀ ବିପଦ!

ମାଡ଼ି ଆସୁଛି ବାତ୍ୟା; ୪ ଜିଲ୍ଲାକୁ ବେଶୀ ବିପଦ!

2 years ago
କି ସଂଯୋଗ! ନବୀନ ନିବାସରେ ଦୁଇ କେନ୍ଦ୍ରମନ୍ତ୍ରୀ

କି ସଂଯୋଗ! ନବୀନ ନିବାସରେ ଦୁଇ କେନ୍ଦ୍ରମନ୍ତ୍ରୀ

8 months ago
ସ୍ୱର୍ଗରୁ ହାରିଗଲେ ଇତିଶ୍ରୀ, ସନ୍ଦେହରେ ସିବିଆଇ

ସ୍ୱର୍ଗରୁ ହାରିଗଲେ ଇତିଶ୍ରୀ, ସନ୍ଦେହରେ ସିବିଆଇ

5 years ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3173 shares
    Share 1269 Tweet 793
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2162 shares
    Share 865 Tweet 541
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2010 shares
    Share 804 Tweet 503
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1900 shares
    Share 760 Tweet 475
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1750 shares
    Share 700 Tweet 438
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA