Thursday, May 21, 2026 10:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କର୍ଣ୍ଣାଟକ ହଟଚମଟ: ରାଜ୍ୟପାଳଙ୍କ ଉପରେ ସମସ୍ତଙ୍କ ନଜର

by Our Correspondent
15 May, 2018- 08:41 PM
in Latest News, Politics
1 min read
0
କର୍ଣ୍ଣାଟକ ହଟଚମଟ: ରାଜ୍ୟପାଳଙ୍କ ଉପରେ ସମସ୍ତଙ୍କ ନଜର
ବେଙ୍ଗାଲୁରୁ: କଂଗ୍ରେସ ଓ ଜେଡ଼ିଏସ୍ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଜଣାଇଛନ୍ତି । ଆଜି ଅପରାହ୍ନ ସାଢ଼େ ୫ଟାରେ ଦୁଇ ଦଳର ନେତା ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଏଥିସହ ଜେଡ଼ିଏସ ଓ କଂଗ୍ରେସ ମେଣ୍ଟ ବିଜେପିକୁ ଜଳକା କରିଦେଇଛି । ସରକାର ଗଠନ କରିବାକୁ ପାଗ ଭିଡ଼ି ସାରିଥିବା ବିଜେପି ଏବେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାହିଁ ବସିଛି । ୧୦୪ ଆସନ ସହ ଏକକ ସଂଖ୍ୟା ଗରିଷ୍ଠତାର ଯୁକ୍ତିରେ ବିଜେପି ସରକାର ଗଢ଼ିବାର ଆଶା ହରାଇନି । ଇତିମଧ୍ୟରେ ବିଜେପିର ପୋଚିଂ ଆଶଙ୍କାକୁ ନେଇ ଜେଡ଼ିୟୁ ଓ କଂଗ୍ରେସ ଶିବିରରେ ଛନକା ପଶିଛି । ଉଭୟ ଦଳର ହାଇକମାଣ୍ଡ ନିଜର ନବନିର୍ବାଚିତ ବିଧାୟକଙ୍କୁ ଏକାଠି କରିବାକୁ ଲାଗିଛନ୍ତି । ବିଜେପି ଶିବିର ପକ୍ଷରୁ କୌଣସି ଯୋଗାଯୋଗ ସମ୍ଭାବନାରେ ଚେକ୍ ଲଗାଯାଇଛି ।
କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ୨୨୨ ଟି ବିଧାନସଭା ଆସନରୁ ୧୦୪ ଆସନ ବିଜେପି ସପକ୍ଷରେ ଯାଇଥିବା ବେଳେ ୭୮ କଂଗ୍ରେସ ଓ ୩୮ ଆସନ ଜେଡ଼ିୟୁ ସପକ୍ଷରେ ଯାଇଛି । ଦୁଇଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ମ୍ୟାଜିକ୍ ନମ୍ବର ୧୧୨ କେହି ଛୁଇଁ ନ ଥିବାରୁ ଝୁଲା ବିଧାନସଭା ହୋଇଛି । ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିବାକୁ ଅନାଇ ବସିଥିବା ବେଳେ କଂଗ୍ରେସ ଜେଡ଼ିୟୁକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରି ଖେଳ ବୁଲାଇଛି । ସଂଖ୍ୟା ଖେଳରେ କଂଗ୍ରେସ ଓ ଜେଡ଼ିଏସ୍ ମେଣ୍ଟ୧୧୬ ଆସନ ପାଉଥିବାରୁ ସରକାର ଗଠନ ପାଇଁ ଦାବିଦାର ହୋଇଛନ୍ତି । ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କରିବେ ବୋଲି ଦୁଇ ଦଳର ନେତା ନିଶ୍ଚିତ ରହିଛନ୍ତି ।
ବିଜେପି ଉପରେ ବଦଲା ନେଲା କଂଗ୍ରେସ
ଦିନ ୨ ଟା ଯାଏଁ କର୍ଣ୍ଣାଟକରେ ବିଜେପି ଏକାକୀ ସରକାର ଗଠନ କରୁଛି ନିର୍ବାଚନ ଫଳାଫଳ ଟ୍ରେଣ୍ଡରୁ ବାତ୍ସ୍ନା ଆସୁଥିଲା । ସମଗ୍ର କର୍ଣ୍ଣାଟକ, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ବିଜୟ ଉତ୍ସବ ମନାଉଥିଲେ । ମାତ୍ର ବିଜେପି ମ୍ୟାଜିକ୍ ନମ୍ବର ନ ଛୁଇଁବା ଓ ଅଚାନକ କଂଗ୍ରେସ ଜେଡ଼ିଏସ୍ କୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିବା ବିଜେପି ଅଙ୍କକୁ ଗଡ଼ବଡ଼ କରିଦେଇଥିଲା । ଖବର ଅନୁଯାୟୀ ଏଭଳି ଏକ ସ୍ଥିତି ଉପୁଜିବ ବୋଲି କଂଗ୍ରେସ ପୂର୍ବରୁ ଅନୁମାନ କରି ନିଜକୁ ପ୍ରସ୍ତୁତ କରିଥିଲା । ସୋନିଆ ଓ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ୍ ଓ ଅଶୋକ ଗେହେଲଟ୍ ଦୁଇ ଦିନ ପୂର୍ବରୁ ବେଙ୍ଗାଲୁରୁରେ ଡେରା ପକାଇଥିଲେ । ଗୋଆ, ମଣିପୁର ଓ ମେଘାଳୟ ଅବସ୍ଥା କର୍ଣ୍ଣାଟକରେ ନଭୋଗିବାକୁ ରଣନୀତି ସ୍ଥିର କରିଥିଲା ।
ସେହି ଅନୁଯାୟୀ, ଆଜି ନିର୍ବାଚନ ଫଳାଫଳ ଆସିବା କ୍ଷଣି ପ୍ରଥମେ ସୋନିଆ ଗାନ୍ଧୀ ଜେଡିଏସ୍ ମୁଖ୍ୟ ଏଚ.ଡ଼ି.ଦେବେଗୌଡ଼ାଙ୍କ ସହ କଥା ହୋଇଥିଲେ । ପରେ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପରମ ଶତ୍ରୁ ଏଚଡ଼ି କୁମାରସ୍ୱାମୀଙ୍କ ସହ ଟେଲିଫୋନ୍ ରେ ଆଲୋଚନା ହୋଇଥିଲା । କୌଣସି ସର୍ତ୍ତ ନ ରଖି ଜେଡିଏସ୍ କୁ କଂଗ୍ରେସ ସମର୍ଥନ ଘୋଷଣା କରିବା ସହ କୁମାରସ୍ୱାମୀଙ୍କ ନେତୃତ୍ୱରେ ସରକାର ଗଠନ ହେଉ ବୋଲି ଇଚ୍ଛା ଜଣାଇଥିଲା । କ୍ଷମତା ସ୍ୱପ୍ନର ବହୁ ଦୂରରେ ଥିବା ଜେଡ଼ିଏସ୍ କଂଗ୍ରେସଠାରୁ ଏଭଳି ପ୍ରସ୍ତାବ ପାଇଲା ପରେ ଉତ୍ସାହିତ ହୋଇପଡ଼ିଥିଲା । ବିଜେପିକୁ ଶାସନଗାଦିରୁ ଦୂରେଇ ରଖିବା ପାଇଁ କଂଗ୍ରେସ ରଣନୀତି କାମରେ ଲାଗିଲା ।
ଆଇନର ଖେଳରେ ବିଜେପି ଓ କଂଗ୍ରେସ
ଏବେ ସମସ୍ତଙ୍କ ନଜର ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଥିଲା ବେଳେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ(ପୋଷ୍ଟ୍ ପୋଲ୍ ଆଲାଏନ୍ସ) ର ବୈଧତାକୁ ନେଇ ବିଜେପି-କଂଗ୍ରେସ ଖେଳ ଆରମ୍ଭ ହୋଇଛି । ବୋମାଇ ମାମଲା ଆଧାରରେ ସଂଖ୍ୟା ଗରିଷ୍ଠ ଦଳକୁ ସରକାର ଗଠନର ସୁଯୋଗ ଦେବାକୁ ବିଜେପି ଯୁକ୍ତି ରଖୁଥିବା ବେଳେ କଂଗ୍ରେସ ବି ସେହି ରାୟର ଅଧିକ ତର୍ଜମା କରି ବିଜେପିକୁ କାଉଣ୍ଟର କରିଛି । ଖାସ୍ କରି ମୋଦି ସରକାର ଅମଳରେ ଅନ୍ୟ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ସ୍ଥିତିକୁ ଦେଶବାସୀଙ୍କ ଆଗରେ ରଖିଛି ।
(୧) ଗତ ଗୋଆ ନିର୍ବାଚନରେ କଂଗ୍ରେସ ୧୮ଟି ଆସନ ପାଇଥିଲା ବେଳେ ବିଜେପି ହାତରେ ୧୨ ଟି ଏବଂ ଅନ୍ୟ ଜଣେ ବିଧାୟକଙ୍କ ସମର୍ଥନ ସହ ୧୩ଟି ଆସନ ଥିଲା । ମାତ୍ର ନିର୍ବାଚନ ପରବର୍ତ୍ତୀ ମେଣ୍ଟ କରି ବିଜେପି ଶାସନକ୍ଷମତାକୁ ଆସିଲା ।
(୨) ୬୦ ଆସନ ବିଶିଷ୍ଠ ମଣିପୁରରେ କଂଗ୍ରେସ ୨୮ ଟି ଆସନ ପାଇଥିଲା ବେଳେ ବିଜେପିକୁ ୨୧ଟି ଆସନ ମିଳିଥିଲା । ମାତ୍ର ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ।
(୩) ମେଘାଳୟରେ କଂଗ୍ରେସ ୨୧ ଟି ଆସନ ପାଇଥିଲା ବେଳେ ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲା । ହେଲେ ପୋଷ୍ଟ ପୋଲ୍ ଆଲାଏନ୍ସରେ ବିଜେପି ସରକାର ଗଠନ କଲା ।
ଯଦି ଗୋଆ, ମଣିପୁର, ମେଘାଳୟରେ ସଂଖ୍ୟା ନ ଥାଇ ବିଜେପି ସଂଖ୍ୟାଗରିଷ୍ଠ ଦଳର ଉପରକୁ ଯାଇ ସରକାର ଗଠନ କରୁଛି, କର୍ଣ୍ଣାଟକରେ ଅସୁବିଧା କେଉଁଠି ବୋଲି କଂଗ୍ରେସ ଯୁକ୍ତି ରଖିଛି । ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଏହା ରାଜ୍ୟପାଳଙ୍କ ଇଚ୍ଛାଧୀନ ବ୍ୟାପାର । ରାଜ୍ୟପାଳ ଚାହିଁଲେ କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ିୟୁ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ । ନିକଟ ଅତୀତରେ ଗୋଆ, ମଣିପୁର ଓ ମେଘାଳୟ ତାହାର ଜ୍ୱଳନ୍ତ ଉଦାହରଣ ବୋଲି ସେମାନେ କହିଛନ୍ତି ।
Previous Post

ଖେଳ ବୁଲିଲା; କୁମାରସ୍ୱାମୀ ହେବେ ମୁଖ୍ୟମନ୍ତ୍ରୀ !

Next Post

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ; ଘୋଡ଼ା ମୂଲେଇବ ବିଜେପି

Next Post
ୟେଦୁରପ୍ପା ମୁଖ୍ୟମନ୍ତ୍ରୀ; ଘୋଡ଼ା ମୂଲେଇବ ବିଜେପି

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ; ଘୋଡ଼ା ମୂଲେଇବ ବିଜେପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA