Monday, May 25, 2026 04:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲି ଫଳ: ପରାଜୟ ଇସ୍ତାହାର ରେଡ୍ଡି

by Our Correspondent
27 Feb, 2018- 04:44 PM
in Latest News, Politics
1 min read
0
କାଲି ଫଳ: ପରାଜୟ ଇସ୍ତାହାର ରେଡ୍ଡି
ଭୁବନେଶ୍ୱର: ଆସନ୍ତାକାଲି ବିଜେପୁର ଉପନିର୍ବାଚନ ଫଳ । ୧୨ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ହାରଜିତ୍ ଖେଳ ସରିଯାଇଛି । ସବୁ ଦଳ ସେମାନଙ୍କ ସ୍ଥିତି ବି ଜାଣିସାରିଛନ୍ତି । ହେଲେ ଜିତିବାର ଦମ୍ଭ ଦେଖାଇ ଟିଭିରେ ମୁହଁତୋଡ଼ ଛାଡ଼ିନାହାନ୍ତି । ସବୁଠାରୁ ମଜ୍ଜାର କଥା, ଏକ ନିର୍ଦ୍ଦିଷ୍ଟ ଦଳ ଜିତିବାର ଢ଼େର୍ ଦମ୍ଭ ମାରୁଥିଲେ ବି ପରାଜୟର ଇସ୍ତାହାର ପ୍ରସ୍ତୁତ କରିସାରିଲାଣି । ଅର୍ଥାତ୍ ଫଳ ଘୋଷଣା ପରେ ନିଜର ପରାଜୟ ଉପରେ ଟିଭିରେ କି ପ୍ରତିକ୍ରିୟା ଦେବେ ରେଡ୍ଡି କରିସାରିଲେଣି । ଗତକାଲି ସଂଧ୍ୟାରେ ନେତାମାନେ ପାର୍ଟି ଅଫିସରେ ବସି ଏହାର ଡ୍ରାଫ୍ଟ୍ ପ୍ରସ୍ତୁତ କରିଥିଲେ । ଦଳୀୟ ଗଭୀର ଚାଷରେ ପଶି ନ ଥିବା ଜଣେ ତଳିଆ ନେତା ପଚାରିଥିଲେ ଆମେ ତ ଜିତିବା ପୁଣି ପରାଜୟ କଥା ଆସିଲା କେଉଁଠୁ ? ଉପରିସ୍ଥ ନେତା ତାଙ୍କୁ ନାଲି ଆଖି ଦେଖାଇ ତମର ଏଥିରେ ମୁଣ୍ଡ ପୂରାଇବାର ଆବଶ୍ୟକତା ନାହିଁ କହି ପାଟି ଚୁପ୍ କରାଇଥିଲେ । ଘଟଣାଟି ଦଳର ଅନ୍ଦର ମହଲରେ ଆଜି ଚର୍ଚ୍ଚାର ବିଷୟ ହୋଇଛି ।
ନିର୍ବାଚନରେ ଜିତିବା ଦାବିରେ କେହି କାହା ପଛରେ ନାହାନ୍ତି । ବିଜେଡ଼ି କହୁଛି ମାର୍ଜିନ୍ ୨୦ ହଜାର ପ୍ଲସ୍ । ୪୦ ହଜାର ବି ଛୁଇଁପାରେ । ଖୋଦ୍ ସୁପ୍ରିମୋ କହିଛନ୍ତି, ବିଜେପୁରରେ ବିଜେଡ଼ି ବହୁ ବ୍ୟବଧାନରେ ଜିତିବ । ସେପଟେ ବିଜେପି କହୁଛି ୨୦ ହଜାର ଭୋଟ ମାର୍ଜିନ୍ ରେ ଜିତିବା ଥୟ । ଦଳ ପକ୍ଷରୁ ଭିନ୍ନ ଭିନ୍ନ ବିଶେଷଜ୍ଞ ଭୋଟ ପ୍ରତିଶତର ହିସାବ ବି କରିଛନ୍ତି । ଗୋଟେ ସର୍ଭେରେ ବିଜେପିକୁ ୪୬ ପ୍ରତିଶତ, ବିଜେଡ଼ିକୁ ୩୩ ପ୍ରତିଶତ, କଂଗ୍ରେସକୁ ୧୮ ପ୍ରତିଶତ ଏବଂ ଅନ୍ୟାନ୍ୟ ଦଳକୁ ୩ ପ୍ରତିଶତ ଭୋଟ ଦର୍ଶାଯାଇଛି । ଅନ୍ୟ ଏକ ସର୍ଭେରେ ବିଜେପିକୁ ୪୩ ପ୍ରତିଶତ, ବିଜେଡ଼ି ୪୧ ପ୍ରତିଶତ, କଂଗ୍ରେସ ୧୨ ପ୍ରତିଶତ, ନୋଟା ୨ ପ୍ରତିଶତ ଏବଂ ଅନ୍ୟାନ୍ୟ ୩.୮ ପ୍ରତିଶତ ଏହିଭଳି ପୂରା ସୁତା ମାପ ଭଳି ହିସାବ କରାଯାଇଛି ।
କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନିଶ୍ଚିତ ଜିତିବେ ବୋଲି ଦମ୍ଭ ଦେଖାଇଛନ୍ତି । ତାଙ୍କର ଏକମାତ୍ର ସମର୍ଥକ ଭାବେ ପଛରେ ଛିଡ଼ା ହୋଇଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ତାଙ୍କର ଚୋଖା ହିସାବ ହେଉଛି କଂଗ୍ରେସ ୧୫୦୦ରୁ ୨୦୦୦ ଅଧିକ ଭୋଟରେ ଜିତିବ । ଅବଶ୍ୟ ପିସିସି ସଭାପତିଙ୍କ ସମେତ ଦଳର ଅନ୍ୟ କୌଣସି ବରିଷ୍ଠ ନେତାଙ୍କ ମୁହଁରୁ ବିଜୟ ଦମ୍ଭ ଶୁଣାଯାଇନି । ସତେ ଯେମିତି ଫଳ ଘୋଷଣା ପୂର୍ବରୁ ସେମାନେ ହାତ ଟେକିଦେଇଛନ୍ତି ।
Previous Post

ଚାପଟର୍ କ୍ଲୋଜ୍: ପରିବାରବର୍ଗଙ୍କୁ ଶ୍ରୀଦେବୀଙ୍କ ଶବ ହସ୍ତାନ୍ତର

Next Post

ମୁମ୍ବାଇରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର, କାଲି ଶେଷକୃତ୍ୟ

Next Post
ମୁମ୍ବାଇରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର, କାଲି ଶେଷକୃତ୍ୟ

ମୁମ୍ବାଇରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର, କାଲି ଶେଷକୃତ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA