Sunday, May 10, 2026 08:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାରେ ରହିଗଲେ ମୋଦି,ପୁରୀରୁ ପ୍ରାର୍ଥୀ ହେଲେ ସମ୍ବିତ୍ ପାତ୍ର

by Our Correspondent
23 Mar, 2019- 07:57 AM
in Latest News, News, Politics
1 min read
0
ଚର୍ଚ୍ଚାରେ ରହିଗଲେ ମୋଦି,ପୁରୀରୁ ପ୍ରାର୍ଥୀ ହେଲେ ସମ୍ବିତ୍ ପାତ୍ର

– ରାତି ଅଧରେ ବିଜେପିର ୫ ଲୋକସଭା,୨୨ ବିଧାନସଭା ପ୍ରାର୍ଥୀ ଘୋଷଣା
– ସୁବାସ ଚୌହାନଙ୍କୁ ମିଳିଲାନି ଟିକେଟ, ବରଗଡ଼ରୁ ସୁରେଶ ପୂଜାରୀ ପ୍ରାର୍ଥୀ
– ୨୨ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମହିଳା
– ବିଜେଡ଼ି ଛାଡ଼ିଥିବା ଦୁଇ ବିଧାୟକଙ୍କୁ ଟିକେଟ

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି । ଖୋଦ୍ ବିଜେପି ଶିବିରରୁ ଗଣମାଧ୍ୟମ ଜରିଆରେ ଏହି ଚର୍ଚ୍ଚା କରାଯାଇଥିଲା । ମାତ୍ର ଏହା ଯେ ହାୱା ଥିଲା ତାହା ପ୍ରମାଣିତ ହୋଇଛି । ଶୁକ୍ରବାର ରାତି ଅଧରେ ବିଜେପି ଘୋଷଣା କରିଥିବା ୫ ଲୋକସଭା ପ୍ରାର୍ଥୀ ତାଲିକାରେ ପୁରୀ ଆସନ ରହିଛି । ସେଠାରୁ ଦଳର ଜାତୀୟ ମୁଖପାତ୍ର ଡ. ସମ୍ବିତ୍ ପାତ୍ର ଲଢ଼ିବେ(ପୁରୀରୁ ସମ୍ବିତ୍ ପାତ୍ର ଲଢ଼ିବେ ବୋଲି ଗତ ଫେବୃଆରୀ ୧୯ ତାରିଖରେ ମିଡ଼ ଡ଼େ ଓଡ଼ିଶା ପ୍ରଥମେ ଖବର କରିଥିଲା) ।
ସମସ୍ତଙ୍କୁ ଚକିତ କଲା ଭଳି ବରଗଡ଼ରୁ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି । ସେଠାରେ ସୁବାସ ଚୌହାନ ଗତଥର ପ୍ରାର୍ଥୀ ଥିଲେ ଏବଂ ବିଜେଡ଼ି ପ୍ରାର୍ଥୀଙ୍କଠାରୁ ମାତ୍ର ୧୧ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଏଥର ସେ ପୁଣିଥରେ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଜଣାପଡୁଥିଲେ ମଧ୍ୟ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଛି । କଳାହାଣ୍ଡି ଆସନରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ସମ୍ବଲପୁରରୁ ନୀତେଶ ଗଙ୍ଗଦେବ ଏବଂ କୋରାପୁଟରୁ ଜୟରାମ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଛି ଦଳ । ଦ୍ୱିତୀୟ ପର୍ଯ୍ୟାୟର ଏହି ତାଲିକାରେ ମହିଳାଙ୍କୁ ସ୍ଥାନ ମିଳିନାହିଁ ।
ସେହିଭଳି ୨୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡ଼ି ଛାଡ଼ି ଆସିଥିବା ଆସ୍କା ବିଧାୟକ ଦେବରାଜ ମହାନ୍ତି ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ସେହି ଆସନ ଦିଆଯାଇଛି । ନବରଙ୍ଗପୁରର ନିରାଶ ଲୋକସଭା ପ୍ରାର୍ଥୀ ପର୍ଶୁରାମ ମାଝୀଙ୍କୁ ଝରିଗାଁ ବିଧାନସଭା ଆସନରେ ଥଇଥାନ କରାଯାଇଛି । ସେହିଭଳି କଳାହାଣ୍ଡିର ସାଂସଦ ଆଶାୟୀ ଥିବା ପ୍ରଦାପ ନାୟକଙ୍କୁ ଭବାନୀ ପାଟଣା ବିଧାନସଭା ଆସନ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୨ ଜଣିଆ ତାଲିକାରେ ଜଣେ ମାତ୍ର ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ମିଳିଛି । ସେ ହେଉଛନ୍ତି ପିଙ୍କି ପ୍ରଧାନ । ସେ ଦିଗପହଣ୍ଡିରୁ ଲଢ଼ିବେ । ପୂର୍ବରୁ ଘୋଷିତ ବିଜେପିର ୯୯ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକାରେ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଲୋକସଭା ପ୍ରାର୍ଥୀ
ବରଗଡ଼- ସୁରେଶ ପୂଜାରୀ
ସମ୍ବଲପୁର- ନୀତେଶ ଗଙ୍ଗଦେବ
କଳାହାଣ୍ଡି- ବସନ୍ତ କୁମାର ପଣ୍ଡା
ପୁରୀ- ଡ. ସମ୍ବିତ୍ ପାତ୍ର
କୋରାପୁଟ- ଜୟରାମ ପାଙ୍ଗୀ
ବିଧାନସଭା ପ୍ରାର୍ଥୀ
ଭଟଲି- ଇରାଶିସ୍ ଆଚାର୍ଯ୍ୟ
ଦେବଗଡ଼- ସୁବାସ ପାଣିଗ୍ରାହୀ
ବୀରମହାରାଜପୁର- ରଘୁନାଥ ଜଗଡ଼ାଲା
ସୋନପୁର- ଅଶୋକ ପୂଜାରୀ
ବଲାଙ୍ଗୀର- ଅନନ୍ତ ଦାସ
ନୂଆପଡ଼ା- ହୋମସିଂହ ମାଝୀ
ଝରିଗାଁ- ପର୍ଶୁରାମ ମାଝୀ
ଡାବୁଗାଁ- ପଦ୍ମନ ନାୟକ
ଭବାନୀପଟଣା- ପ୍ରଦୀପ ନାୟକ
ଦଶପଲ୍ଲା- ପୂର୍ଣ୍ଣଚନ୍ଦ୍ର ନାୟକ
କବିସୂର୍ଯ୍ୟନଗର- ରଞ୍ଜନ ପଲାଇ
ଛତ୍ରପୁର- ପ୍ରଶାନ୍ତ କର
ଆସ୍କା- ଦେବରାଜ ମହାନ୍ତି
ସୋରଡ଼ା- ନୀଳମଣି ବିଶୋୟୀ
ବ୍ରହ୍ମପୁର- କାହ୍ନୁ ପତି
ଦିଗପହଣ୍ଡି- ଶ୍ରୀମତୀ ପିଙ୍କି ପ୍ରଧାନ
ମୋହନା- ପ୍ରଶାନ୍ତ ମଲ୍ଲିକ
ଗୁଣୁପୁର- ଶିଶିର ଗମାଙ୍ଗ
ରାୟଗଡ଼ା- ବସନ୍ତ ଉଲ୍ଲାକା
ଜୟପୁର- ଗୌତମ ସାମନ୍ତରାୟ
କୋରାପୁଟ- ତ୍ରିପୁରା ଗରଡ଼ା
ଚିତ୍ରକୋଣ୍ଡା- ପଦୁ ମାଝୀ
Previous Post

ବିଜେପିରେ ବିଦ୍ରୋହର ନିଆଁ: ଭୁବନେଶ୍ୱରରେ ତାଲା ଝୁଲିଲା, ଲକ୍ଷ୍ମୀପୁରରେ ଅଫିସ ଜଳିଲା

Next Post

ହେମାନନ୍ଦଙ୍କ ସାନ ଝିଅ ପାଇଲେ ସୁନ୍ଦରଗଡ ଏମଏଲଏ ଟିକେଟ

Next Post
ହେମାନନ୍ଦଙ୍କ ସାନ ଝିଅ ପାଇଲେ ସୁନ୍ଦରଗଡ ଏମଏଲଏ ଟିକେଟ

ହେମାନନ୍ଦଙ୍କ ସାନ ଝିଅ ପାଇଲେ ସୁନ୍ଦରଗଡ ଏମଏଲଏ ଟିକେଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA