Friday, April 17, 2026 09:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟେନସନ୍ ରେ ଧର୍ମେନ୍ଦ୍ର

by Our Correspondent
30 May, 2017- 10:48 AM
in Latest News, Politics
1 min read
2
ଟେନସନ୍ ରେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ଛନକା ପଶିଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ବିଜେପି ସମେତ ଆରଏସଏସର ଏକ ବଡ଼ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କ ବିରୋଧରେ ମୋଦି ଓ ଅମିତ୍ ଶାହାଙ୍କ ଉପରେ ଚାପ ପକାଇଛନ୍ତି । ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ର ଗ୍ରହଣୀୟ ନେତା ନୁହଁନ୍ତି । ତାଙ୍କ ପାଖରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଯାଦୁ ନାହିଁ । ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରଣ କଲେ ଓଲଟି ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ସେମାନେ ସଫା ସଫା ଶୁଣାଇ ଦେଇଛନ୍ତି । ସୌଦାନ ସିଂ, ରାମମାଧବଙ୍କ ଭଳି ଜାତୀୟସ୍ତରର ଅତ୍ୟନ୍ତ ପ୍ରଭାବଶାଳୀ ନେତା ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଆଦୌ ଗ୍ରହଣ କରୁନାହାନ୍ତି । ସାଙ୍ଗକୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅକଳନୀୟ ବ୍ୟକ୍ତିତ୍ୱ ଧର୍ମେନ୍ଦ୍ରଙ୍କୁ ଭୀଷଣ ଭୟଭୀତ କରିଛି । ଆରଏସଏସ ଓ କେନ୍ଦ୍ରୀୟ ନେତୃତ୍ୱ ସମସ୍ତଙ୍କ ମନ କିଣିବା ପାଇଁ ଧର୍ମେନ୍ଦ୍ର ଏବେଠୁଁ ଦିନରାତି ଏକ କରିଦେଇଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଓଡ଼ିଶାରେ ବିଜେପିର ପଞ୍ଚାୟତ ନିର୍ବାଚନ ସଫଳତା ପଛରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ନଗନ୍ୟ ଦେଖାଇଛନ୍ତି ଦୁଇ ପଡ଼ୋଶୀ ରାଜ୍ୟର ବିଜେପି ନେତୃବୃନ୍ଦ । ଏ ନେଇ କେନ୍ଦ୍ରୀୟ ନେତୃତ୍ୱକୁ ସେମାନେ ଏକ ରିପୋର୍ଟ ଦେଇଛନ୍ତି । ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ସାଧାରଣ ନିର୍ବାଚନ ଲଢ଼ିଲେ ବିଜେପିକୁ ମହଙ୍ଗା ପଡ଼ିବ ବୋଲି ସେଥିରେ କୁହାଯାଇଛି । ଧର୍ମେନ୍ଦ୍ର ଏଠି ଫମ୍ପା ଆୱାଜ୍ କରୁଛନ୍ତି । ମିଡ଼ିଆରେ ବୋଲିବାଣି କରିବା ଛଡ଼ା ତଳସ୍ତରରେ ସଂଗଠନ ଗଢ଼ିବା ଓ ମଜବୁତ୍ କରିବାରେ ତାଙ୍କର କୌଣସି ଉଦ୍ୟମ ନାହିଁ । ରାଜ୍ୟ ନେତାମାନଙ୍କୁ ଏକାଠି ନେଇ ଚାଲିବା ପରିବର୍ତ୍ତେ ମନମାନି କରୁଛନ୍ତି । ଶୃଙ୍ଖଳିତ ନ ହୋଇ ଅର୍ଥ ଓ ନାଲିଆଖି ହୋଇଛି ତାଙ୍କ ନେତୃତ୍ୱର ମାପକାଠି । ଏଭଳି ନେତାଙ୍କୁ କୌଣସି ହାଲତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ ନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ଓ ମୟୁରଭଞ୍ଜରେ ଦଳର ସଫଳତାର ଶ୍ରେୟ ରହିଛି ଜାତୀୟ ସଂଗଠନ ସମ୍ପାଦକ ସୌଦାନ ସିଂହଙ୍କ ପାଖରେ । ବର୍ଷେ ଆଗରୁ ସୌଦାନ ଏହି ଦୁଇଟି ଜିଲ୍ଲାକୁ ଟାର୍ଗେଟ୍ କରିଥିଲେ । ଛତିଶଗଡ଼ରୁ ଲୋକେଶ କାଉଡିଆଙ୍କ ନେତୃତ୍ୱରେ ୧୦ ଜଣ ଦକ୍ଷ ସଂଗଠକଙ୍କୁ କଳାହାଣ୍ଡିରେ ଡେରା ପକାଇଥିଲେ । ସେହିଭଳି ଝାଡ଼ଖଣ୍ଡରୁ ୧୦ ଜଣ ସଂଗଠକଙ୍କୁ ଆଣି ମୟୁରଭଞ୍ଜ ଜିଲ୍ଲାରେ ଖେଦି ଦେଇଥିଲେ । ସୌଦାନ ସିଂଙ୍କର ବିଚକ୍ଷଣ ପରିଚାଳନା ଏହି ଦୁଇ ଜିଲ୍ଲାରେ ବିଜେପି ବିଜେଡ଼ିକୁ ମାଟି କାମୁଡ଼େଇ ଦେଲା । ଧର୍ମେନ୍ଦ୍ର ଯେତେ ଆୱାଜ୍ କଲେ ମଧ୍ୟ କେନ୍ଦ୍ରୀୟ ନେତୃବୃନ୍ଦ ଏହା ଜାଣିସାରିଲେଣି ।

ଆରଏସଏସ ଓ ବିଜେପିରୁ ଏଭଳି ବିରୋଧୀ ସ୍ୱର ଧର୍ମେନ୍ଦ୍ରଙ୍କୁ ବିଚଳିତ କରିଛି । କେବଳ ଅମିତ୍ ଶାହାଙ୍କୁ ଧରି ନିଜ ସ୍ୱପ୍ନ ପୂରଣ କରିପାରିବେ ବୋଲି ତାଙ୍କର ବିଶ୍ୱାସ ପାଉନାହିଁ । ସେପଟେ ନରେନ୍ଦ୍ର ମୋଦିଙ୍କୁ ବି ତାଙ୍କର ଆଦୌ ଭରସା ନାହିଁ । ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ୍ ହୁଅନ୍ତୁ କି ଝାଡ଼ଖଣ୍ଡରେ ରଘୁବର ଦାସ, ହରିଆନାରେ ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡରେ ତ୍ରିଭେନ୍ଦ୍ର ରାୱତ କି ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ । ସବୁ ରାଜନୈତିକ ସମୀକରଣ ଓ ସମ୍ଭାବନାକୁ ପଛରେ ପକାଇ ମୋଦି ଏମାନଙ୍କୁ ଯେଭଳି ଗାଦି ଚଢ଼ାଇଛନ୍ତି ତାହା ଧର୍ମେନ୍ଦ୍ରଙ୍କ ଆହୁରି ଡରେଇ ଦେଇଛି । ନିଜର ସ୍ୱପ୍ନ ପୂରଣ ପାଇଁ ସେ ଚଢ଼ାମଢ଼ା କସରତ୍ ଆରମ୍ଭ କରିଛନ୍ତି । ଆରଏସଏସ ସଂଗଠନରେ ପ୍ରବଳ ଦବଦବା ସହ ପଶ୍ଚିମ ପ୍ରାନ୍ତର ମୁଖ୍ୟ ବିପିନ ନନ୍ଦଙ୍କୁ ଏବେ ସେ ଭରସା କରିଛନ୍ତି ।

Previous Post

ବୈଜୟନ୍ତ: ଏବେ ନା ଘାଟ୍ କା ନା ଧୋବି କା

Next Post

ଧରାପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା

Next Post
ଧରାପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା

ଧରାପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା

Comments 2

  1. Pintu Roul Aruha says:
    9 years ago

    Sabu bithiria

    Reply
    • Pintu Roul Aruha says:
      9 years ago

      Bhitiria khela

      Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA