Monday, May 25, 2026 06:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦଳିତ ଚାଲ୍ : ରାମ ବନାମ ମୀରା

by Our Correspondent
23 Jun, 2017- 10:27 AM
in Latest News, Politics
1 min read
0
ଦଳିତ ଚାଲ୍ : ରାମ ବନାମ ମୀରା

ନୂଆଦିଲ୍ଲୀ: ୟୁପିଏ ନେତୃତ୍ୱାଧୀନ ମିଳିତ ବିେରୋଧୀ ଦଳ ଶ୍ରୀମତୀ ମୀରା କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ପରେ ଜାତୀୟ ରାଜନୀତି ସରଗରମ ହୋଇଛି । ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସହ ମୀରା କୁମାର ଲଢ଼େଇ କରିବେ । ସଂଖ୍ୟା ଦୃଷ୍ଟିରୁ ରାମନାଥଙ୍କ ବିଜୟ ନିଶ୍ଚିତ ହୋଇଥିଲେ ମଧ୍ୟ ଏନଡିଏ ଦଳିତ କାର୍ଡର ରାଜନୈତିକ ମୁକାବିଲା କରିବାକୁ ୟୁପିଏ ସମର୍ଥ ହୋଇଛି ।

ଭାରତ ବର୍ଷର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବର୍ଷିୟାନ୍ ଦଳିତ କଂଗ୍ରେସ ନେତା ସ୍ୱର୍ଗତ ଜଗଜ୍ଜୀବନ ରାମଙ୍କ ଝିଅ ହେଉଛନ୍ତି ମୀରା କୁମାର । ଆଇଏଏସ୍ ଚାକିରି ଛାଡ଼ି ବାପାଙ୍କ ପଦାଙ୍କ ଅନୁସରଣ କରିଥିବା ମୀରା ୧୯୮୫ ରୁ ଏ ପର୍ଯ୍ୟନ୍ତ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ମନମୋହନ ସିଂଙ୍କ ପ୍ରଥମ ସରକାରରେ ସେ ଥିଲେ ମହିଳା କଲ୍ୟାଣ ଏବଂ ସାମାଜିକ ନ୍ୟାୟ ମନ୍ତ୍ରୀ । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ଥିଲେ । ଦଳିତ ବର୍ଗର ପ୍ରତିନିଧିତ୍ୱ କରୁଥିବା ମୀରାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମିଳିତ ବିରୋଧୀ ଦଳ ଉଚିତ୍ ଚାଲ୍ ଖେଳିଛନ୍ତି । ଯୋଗ୍ୟତାର ମାପକାଠିରେ ରାମନାଥଙ୍କଠାରୁ ମୀରା କାହିଁ କେତେଗୁଣା ଯୋଗ୍ୟ । ମାତ୍ର ରାଜନୀତି ଖେଳରେ ରାମନାଥ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ହେବାକୁ ଯାଉଛନ୍ତି ।

ମୀରା କୁମାରଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ରାମନାଥଙ୍କୁ ସମର୍ଥନ ଘୋଷଣା କରିଥିବା ବିଜେଡ଼ି ଓ ଜେଡ଼ିୟୁ ଭଳି ଆଞ୍ଚଳିକ ଦଳ ଅଡୁଆରେ ପଡ଼ିଛନ୍ତି । ନବୀନ ପଟ୍ଟନାୟକ ଯେଉଁ ବିଚାରରେ ରାମନାଥଙ୍କୁ ସମର୍ଥନ ଘୋଷଣା କଲେ ମୀରା କୁମାରଙ୍କ କ୍ଷେତ୍ରରେ ସେହି ଆଭିମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସତ ଯେ ଏନଡିଏ ରାମନାଥଙ୍କ ନାଁ ଘୋଷଣା କଲା ପରେ ବିରୋଧୀ ଦଳ ମୀରା କୁମାରଙ୍କୁ ପ୍ରାର୍ଥୀ କରିବେ ବୋଲି ଜଣାଥିଲା । ତେଣୁ ନବୀନ ଅତର୍ଚ୍ଛିଆ ହୋଇ ରାମନାଥଙ୍କୁ ବିଜେଡ଼ିର ସମର୍ଥନ ଘୋଷଣା କରି ବିଜେପି ପ୍ରତି ତାଙ୍କର ଦିଲ୍ ଦେଖାଇଥିଲେ । ମୋଦି ସରକାରଙ୍କ ପ୍ରତି ନବୀନଙ୍କର ଦୁର୍ବଳତାକୁ ଏହା ସ୍ପଷ୍ଟ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି ।

ସେପଟେ ନୀତିଶ କୁମାରଙ୍କର ବି ମୋଦି ପ୍ରୀତି ଧରାପଡ଼ିଛି । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ନ କରି ତାଙ୍କ ଜେଡ଼ିୟୁ ରାମନାଥଙ୍କ ପ୍ରତି ସମର୍ଥନ ଘୋଷଣା କରିଛି । ଜଣେ ଦଳିତ ଏବଂ ନିଜ ରାଜ୍ୟ ବିହାରର ରାଜ୍ୟପାଳ ହୋଇଥିବାରୁ ରାମନାଥଙ୍କୁ ସମର୍ଥନ କଲେ ବୋଲି ତାଙ୍କର ଯୁକ୍ତି କିନ୍ତୁ ଦୁର୍ବଳ ହୋଇଯାଇଛି । ମୀରା କୁମାର ଜଣେ ଦଳିତ ଏବଂ ଖାସ୍ ତାଙ୍କ ରାଜ୍ୟ ବିହାରର ବାସିନ୍ଦା ହୋଇଥିବାରୁ ନୀତିଶ କୁମାରଙ୍କର ଅକଲ ଗୁଡୁମ୍ ହୋଇଛି । ମୋଦିଙ୍କ ପାଇଁ ତାଙ୍କ ଆନ୍ତରିକତା ଧରାପଡ଼ିଯାଇଛି ।

Previous Post

କଥାରେ ଗାଳି, କାମରେ କୋଳାକୋଳି

Next Post

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଫିସରଙ୍କ ଫୁ

Next Post
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଫିସରଙ୍କ ଫୁ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଫିସରଙ୍କ ଫୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA