Thursday, May 21, 2026 11:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମ ନରମିଲେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ

by Our Correspondent
12 Sep, 2018- 03:04 PM
in Latest News, Politics
1 min read
0
ଦାମ ନରମିଲେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ
ଭୁୁବନେଶ୍ୱର: ଦଳୀୟ କାର୍ଯ୍ୟାନୁଷ୍ଠାନକୁ ବୋଧହୁଏ ଡରିଗଲେ ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । କିଛି ଦିନର ଗର୍ଜନ ତର୍ଜନ ପରେ ଆଜି ସେ ନରମ ପଡ଼ିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ କେବେହେଲେ ଆକ୍ଷେପ କି ସମାଲୋଚନା କରିନାହିଁ । ତାଙ୍କ ବିରୋଧରେ ଶବ୍ଦଟିଏ କହିନି କି ଦୋଷ ଦେଇନି । ସେ ବହୁତ ଭଲ ଲୋକ ଓ ସ୍ୱଚ୍ଛ । ଅଧସ୍ତନ ଅଫିସରମାନେ ସବୁ ହେରାଫେରି କରୁଛନ୍ତି । ଚାରା ଘୋଟାଲାରେ ଅଭିଯୁକ୍ତ ଅଫିସରଙ୍କୁ ପୁରସ୍କୃତ କରାଯାଉଛି, ଅଥଚ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଉଛି । ଏହା କିଭଳି ସମ୍ଭବ ବୋଲି ଦାମ ପ୍ରଶ୍ନ କରିଛନ୍ତି ।
ତେବେ ଏତିକିରେ ଦାମଙ୍କ ସଫେଇ ସରିନାହିଁ । ସେ କହିଛନ୍ତି, ମୁଁ ସରକାର କି ଦଳ ନାଁରେ କହିନି । ଦୁର୍ନୀତି ଉପରେ କହିଛି । ଚାରା ଘୋଟାଲାରେ ଦୁର୍ନୀତି କରିଥିବା ଲୋକଙ୍କୁ ସେ ସସପେଣ୍ଡ କରିଥିବା ବେଳେ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ଅଥଚ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା । ଏକଥା ତାଙ୍କୁ ବାଧିଥିବା ଦାମ ଇଙ୍ଗିତରେ ଜଣାଇ ଦେଇଛନ୍ତି । ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଗାଳି କରି ଆସୁଥିବା ଦାମ ଆଜି ବିରୋଧୀଙ୍କ ଉପରକୁ ତୀର ଛାଡ଼ିଛନ୍ତି । ଦୁର୍ନୀତିର ପର୍ଦ୍ଦାଫାସ ବିରୋଧୀଙ୍କ କାମ । ମାତ୍ର ସେ କରୁ ନ ଥିବାରୁ ଦାମ କଡ଼ା ସମାଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ସରକାରଙ୍କ ବିଭିନ୍ନ ବିଭାଗରେ ଦୁର୍ନୀତିକୁ ଦାମ କିଛି ଦିନ ହେଲା ଗଣମାଧ୍ୟମ ସାମ୍ନାରେ ଲଗାତର ରଖି ଆସୁଛନ୍ତି । ଦଳୀୟ କାର୍ଯ୍ୟ କିଭଳି ଚାଲୁଛି ତାହା ବି ଖୋଲିଛନ୍ତି । ସେପଟେ ଦାମ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ବୋଲି ତାଙ୍କ ଜିଲ୍ଲାରୁ ଅଭିଯୋଗ ଆସିଛି । ସୋମବାର ଦିନ ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଦାମଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ । ଗତକାଲି ଦାମଙ୍କ ଜନ୍ମମାଟି ଏରସମା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩ ହଜାର ବିଜେଡ଼ି କର୍ମୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ । ଦାମ ଦଳବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳରୁ ତୁରନ୍ତ ବହିଷ୍କାର କରିବାକୁ ସେମାନେ ଦାବି କରିଥିଲେ ।
ମୁଖ୍ୟମନ୍ତ୍ରୀ ସବୁ ଅଭିଯୋଗ ଶୁଣି ଗତକାଲି ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରୁ ଫେରିଲା ପରେ ତାଙ୍କ ନିଷ୍ପତ୍ତି ନେବେ । ତେବେ କାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ବେଳକୁ ଦାମ ପୂରା ଗରମରେ ଥିଲେ । ତାଙ୍କର ମନ୍ତ୍ରୀ ପଦ, ଦଳୀୟ ଉପସଭାପତି ପଦ ଓ ପର୍ଯ୍ୟବେକ୍ଷକ ଦାୟିତ୍ୱ ଚାଲିଯାଇଥିବାରୁ ଆଉ ଯିବାର କିଛି ନାହିଁ । ବିଜେଡ଼ିରେ ବସ୍ତୁତଃ ସେ ଆଉ ନାହାନ୍ତି ବୋଲି ଦାମ କହିଦେଇଥିଲେ । ତେବେ କ’ଣ ହେଲା କେଜାଣି, ଆଜି ହଠାତ୍ ତାଙ୍କର ମନ ପରିବର୍ତ୍ତନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେଇ ସେ ନରମଭାବ ଦେଖାଇଛନ୍ତି । ଏବେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି ।
Previous Post

ନବୀନଙ୍କ ଦିଲ୍ଲୀ ଫେରନ୍ତାକୁ ଅଟକିଲା ଦାମ ଦମନ ନିଷ୍ପତ୍ତି

Next Post

ଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ

Next Post
ଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ

ଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA