Thursday, May 21, 2026 03:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧରାପଡ଼ିଲା ମହାନଦୀ ଆନ୍ତରିକତା !

by Our Correspondent
31 Aug, 2017- 06:05 PM
in Latest News, News
1 min read
0
ଧରାପଡ଼ିଲା ମହାନଦୀ ଆନ୍ତରିକତା !
ଭୁବନେଶ୍ୱର: ମହାନଦୀରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ରୋକ୍ ଲଗାଇଲେ । ଛତିଶଗଡ଼ ସରକାର ଏହାକୁ ଚାଲେଂଜ କଲେ କୋଲକତା ହାଇକୋର୍ଟରେ । ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଦେବାକୁ ଗତକାଲି ମନା କଲେ । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ କୁ ଘୁଞ୍ଚାଇ ଦେଲେ । ହାଇକୋର୍ଟଙ୍କ ରାୟ ଛତିଶଗଡ଼ ସରକାରଙ୍କୁ ସ୍ୱାଭାବିକ ଭାବେ ଝଟକା ଦେଇଛି । ତେବେ ଓଡ଼ିଶା ସରକାରଙ୍କୁ ଏହା ଖୁସି କରାଇଥିଲେ ମଧ୍ୟ ଆଇନର ଲଢ଼େଇରେ ନିଜର ବାହାଦୁରି ରଖିନାହାନ୍ତି । ଓଲଟି ରାଜ୍ୟ ସରକାରଙ୍କ ଆନ୍ତରିକତା ଧରାପଡ଼ିଛି ।
ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଜୁଲାଇ ୨୬ ତାରିଖରେ ତାଙ୍କ ରାୟରେ ଛତିଶଗଡ଼ର ୩୧ ଟି ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଆଗାମୀ ଓଡ଼ିଶା ପକ୍ଷରୁ ଦାୟର ମାମଲା ଉପରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏକ ମଧ୍ୟବର୍ତ୍ତୀକାଳୀନ ରାୟରେ ଏକଥା ଶୁଣାଇଥିଲେ । ଏହା ବିରୋଧରେ ଛତିଶଗଡ଼ ସରକାର କୋଲକତା ହାଇକୋର୍ଟରେ ରିଟ୍ ପିଟିସନ୍ କଲେ । ଆମାଗୀ ଓଡ଼ିଶା ଆଇନଜୀବୀ ନିଜର ଯୁକ୍ତି ରଖିଲେ ଏବଂ ସଫଳ ବି ହେଲେ । ତେବେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମାମଲାରେ ଓଡ଼ିଶା ସରକାରଙ୍କ ଦାୟିତ୍ୱ ଥିଲା ଆଇନର ମୂଳଗଣ୍ଡିକୁ ଯିବାକୁ । ମାତ୍ର ସରକାର ସେ ସୁଯୋଗ ହାତଛଡ଼ା କରିଛନ୍ତି । ବରିଷ୍ଠ ଆଇନଜୀବୀଙ୍କ ମତରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ର କୌଣସି ରାୟ ଉପରେ ବିଚାର କରିବାକୁ ହାଇକୋର୍ଟ ଉପଯୁକ୍ତ ଫୋରମ୍ ନୁହେଁ । କେବଳ ସୁପ୍ରିମ୍ କୋର୍ଟରେ ଏହାକୁ ଚାଲେଂଜ କରାଯାଇପାରିବ । ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ ଙ୍କ ଦାୟିତ୍ୱ ଥିଲା କୋଲକତା ହାଇକୋର୍ଟରେ ମାମଲାର ମେଣ୍ଟେନବିଲିଟିକୁ ଚାଲେଂଜ କରିଥାଆନ୍ତେ । ଏହା ହୋଇଥିଲେ ହାଇକୋର୍ଟରୁ ମାମଲାଟି ବାଏଁ ବାଏଁ ଉଡ଼ିଯାଇଥାଆନ୍ତା । ଶୁଣାଣି ନାଁରେ ଅଯଥା ସମୟ ଗଡ଼ି ନ ଥାଆନ୍ତା ।
କୋର୍ଟ ଶୁଣାଣି ଆଳରେ ଛତିଶଗଡ଼ ସରକାର ମହାନଦୀରେ ପ୍ରକଳ୍ପ କାର୍ଯ୍ୟ ଯେ ସାରି ନ ଦେବେ ତାହା କିଏ କହିବ ବୋଲି କିଛି ମହଲରେ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଛତିଶଗଡ଼ ସରକାର ଭଲ ଭାବେ ଜାଣିଛନ୍ତି ଯେ ଜାତୀୟ ଟ୍ରିବ୍ୟୁନାଲ୍ ରାୟ ହାଇକୋର୍ଟରେ ବିଚାର ପରିସର ନୁହେଁ । ଏକଥା ଜାଣି ମଧ୍ୟ ଛତିଶଗଡ଼ ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ କୋଲକତା ହାଇକୋର୍ଟରେ ମାମଲା ଚାଲୁ ରଖିବା ପାଇଁ ମତ ଦେଇଛନ୍ତି । ସୁତରାଂ ଏହା ପଛରେ ଛତିଶଗଡ଼ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଧରାପଡ଼ିଛି । ଅନ୍ୟପକ୍ଷରେ ମହାନଦୀରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ଜୋରଦାର ବିରୋଧ କରୁଥିବା ଓଡ଼ିଶା ସରକାର କୋଲକତା ହାଇକୋର୍ଟରେ ଆଇନ ଲଢ଼େଇରୁ କାହିଁକି ଦୂରେଇ ରହିଲେ ବୁଝାପଡୁନାହିଁ । ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

ହୃଦୟ ଜିଣିଲେ ଆରପି, ବଳିପଡ଼ିଲେ କେବି-ବିକେ

Next Post

ଶିକ୍ଷକ ଆନ୍ଦୋଳନ: ସଂଘ ଖୁସ୍, ସରକାର ଖୁସ୍

Next Post
ଶିକ୍ଷକ ଆନ୍ଦୋଳନ: ସଂଘ ଖୁସ୍, ସରକାର ଖୁସ୍

ଶିକ୍ଷକ ଆନ୍ଦୋଳନ: ସଂଘ ଖୁସ୍, ସରକାର ଖୁସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA