Monday, May 25, 2026 03:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଲେଣି ଅପରାଜିତା!

by Our Correspondent
13 Jan, 2020- 11:56 AM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଲେଣି ଅପରାଜିତା!
ଭୁୁବନେଶ୍ୱର: ସାରା ରାଜ୍ୟରୁ ମହିଳା ଗୋଷ୍ଠୀଙ୍କୁ ଏକତ୍ରିତ କରିବା ଉଦ୍ୟମରେ ଗଠନ ହେଲା ‘ଅଜିତା’ । ପରେ ପରେ ଯୁବଶକ୍ତିଙ୍କୁ ନେଇ ଗଢ଼ା ହେଲା ‘ୟୁଥ୍ ଫର ଆକ୍ସନ୍’ । ଦୁଇଟିଯାକର ନେତୃତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହା ଅଣରାଜନୈତିକ ପ୍ଲାଟଫର୍ମ ବୋଲି ଦାବି କରାଯାଉଥିଲେ ମଧ୍ୟ ପ୍ରଚ୍ଛଦରେ ବିଜେପି ଛାମୁଆ ସଂଗଠନ ବୋଲି କୁହାଯାଉଛି । ବିଜେଡ଼ିର ‘ମିଶନ ଶକ୍ତି’ ଏବଂ ‘ବିଜୁ ଯୁବ ବାହିନୀ’ କୁ ଟକ୍କର ଦେବା ସହ ମହିଳା ଓ ଯୁବ ଭୋଟବ୍ୟାଙ୍କକୁ ବିଜେପି ସପକ୍ଷରେ ହାତେଇବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ ହୋଇଛି । ଅପରାଜିତା ଏଥିରେ ବୁଦ୍ଧି ଖଟାଇବା ସହ ଦାୟିତ୍ୱ ନେଇଛନ୍ତି ।
ବିଡ଼ମ୍ବନା ହେଉଛି, ଓଡ଼ିଶା ବିଜେପିର ସର୍ବମୟ କର୍ତ୍ତା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ନ୍ୟୁନ ହୋଇଯାଇଛନ୍ତି । ଗତକାଲି ‘ୟୁଥ୍ ଫର ଆକ୍ସନ’ ଶୁଭାରମ୍ଭ କାର୍ଯ୍ୟକ୍ରମ ବେଳେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ଉପସ୍ଥିତ ଥାଇ ମଧ୍ୟ ତାଙ୍କୁ ସେଠି ଦେଖିବାକୁ ମିଳିଲାନି । ଅପରାଜିତା ତାଙ୍କୁ ଆମନ୍ତ୍ରଣ କରିଥିଲେ ସେ ଗଲେନି ନା ଅପରାଜିତା ତାଙ୍କୁ ଆଦୌ ଆମନ୍ତ୍ରଣ କରିନଥିଲେ ତାହା ଜଣାପଡ଼ିନି । ତେବେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କିନ୍ତୁ ସେଠି ଅତିଥି ହୋଇଥିଲେ । ଏପରିକି ବୈଜୟନ୍ତଙ୍କ ଆଗମନରେ ବିଳମ୍ବ ହେବାରୁ ଅପରାଜିତା ବ୍ୟସ୍ତ ହୋଇପଡ଼ିଥିଲେ ।

ଏହି ଗୋଟିଏ ଘଟଣାରୁ ଓଡ଼ିଶାରେ ବିଜେପିର ଆଭ୍ୟନ୍ତରୀଣ ରାଜନୀତିର ବାତ୍ସ୍ନା ବାରିଛନ୍ତି ରାଜନୈତିକ ସମୀକ୍ଷକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାରେ କେହି କେହି ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଖିବାକୁ ପାଇଛନ୍ତି । ଗତ ୫ ବର୍ଷ ଧରି ଯେଉଁ କାର୍ଯ୍ୟ ଧର୍ମେନ୍ଦ୍ର କରୁଥିଲେ ଆଜି ଅପରାଜିତା ହାତେଇଲେଣି । ଖାଲି ସେତିକି ନୁହେଁ, ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବାକୁ ସବୁ ପ୍ରକାର ବ୍ୟବସ୍ଥା ହେଉଥିବା ବି ବିଶ୍ୱାସ କରାଯାଉଛି ।
‘ୟୁଥ୍ ଫର୍ ଆକ୍ସନ’ ର ସଂଯୋଜକ ଦାୟିତ୍ୱ ଦେବାଶିଷ ନାୟକ ଓରଫ୍ ବାପି ଜିମ୍ କୁ ଦେଇ ଅପରାଜିତା ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ ଚାବୁକ୍ ଦେଖାଇଥିବା ଅନେକ କଟାକ୍ଷ କରିଛନ୍ତି । କାରଣ ଧର୍ମେନ୍ଦ୍ରଙ୍କ ଏକାନ୍ତ ଅନୁଗତ ତଥା ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ପ୍ରତିଦ୍ୱନ୍ଦୀ ଭାବେ ଦେବାଶିଷ ଏବେ ଜଣାଶୁଣା । ନିକଟରେ ହରେକୃଷ୍ଣଙ୍କୁ ସେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଅପରାଜିତାଙ୍କ ଇଙ୍ଗିତରେ ଏହି ଆକ୍ରମଣ ହୋଇଥିବା ହରେକୃଷ୍ଣ ଗଣମାଧ୍ୟମରେ ବୟାନ ଦେଇଥିଲେ । ଏମିତିରେ ଅପରାଜିତା ବିଜେପିରେ ମିଶିଲା ପରଠୁ ତାଙ୍କର କାର୍ଯ୍ୟକଳାପକୁ ଭୁବନେଶ୍ୱର ଜିଲ୍ଲା କର୍ମକର୍ତ୍ତାମାନେ ପସନ୍ଦ କରୁନାହାନ୍ତି । ଦଳୀୟ କର୍ମକର୍ତ୍ତାଙ୍କୁ ଅଣଦେଖା କରି ଅପରାଜିତା ନିଜସ୍ୱ ସଂଗଠନ ତିଆରି କରୁଥିବା ସେମାନେ ଅଭିଯୋଗ କରି ଆସୁଛନ୍ତି ।
ଏହି ପୃଷ୍ଠଭୂମିରେ ଧର୍ମେନ୍ଦ୍ରଙ୍କ ଦୃଶ୍ୟମାନ ନ ଥିବା ଅପରାଜିତାଙ୍କ ‘ଅଜିତା’ ଏବଂ ‘ୟୁଥ୍ ଫର୍ ଆକ୍ସନ୍’ ଜନ୍ମକୁଣ୍ଡଳି ଦେଖିଲା ପରେ ସେମାନଙ୍କର ଅଭିଯୋଗର ବାସ୍ତବତା ବାରୁଛନ୍ତି ରାଜନୈତିକ ପଣ୍ଡିତ । ତେବେ ଧର୍ମେନ୍ଦ୍ରଙ୍କୁ ଅଣଦେଖା କରିବାର ଧୃଷ୍ଟତା ସେ କେଉଁଠୁ ପାଇଲେ ତାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ବିନା ଦିଲ୍ଲୀ ଇସାରା ଓ ପ୍ରଚ୍ଛନ୍ନ ଆର୍ଶିବାଦରେ ଅପରାଜିତା ଏଭଳି କାର୍ଯ୍ୟକ୍ରମ ଯେ ହାତକୁ ନେଇଛନ୍ତି ତାହା ବିଶ୍ୱାସ କରିହେଉନି ।
ସୂଚନାଯୋଗ୍ୟ, ଓଡ଼ିଶାରେ ବିଜେପିର ୮ ଜଣ ସାଂସଦ ଥିବା ବେଳେ ଭୁବନେଶ୍ୱର କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ଅପରାଜିତା ବିଭିନ୍ନ ଆଳରେ ସାରା ରାଜ୍ୟ ବୁଲୁଛନ୍ତି । କର୍ମୀଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ ଚରୁଛନ୍ତି । ଏବେ ଦୁଇ ଦୁଇଟି ପ୍ଲାଟଫର୍ମ ଜରିଆରେ ମହିଳା, ଯୁବକଙ୍କୁ ଏକାଠି କରିବା ଆରମ୍ଭ କରିଛନ୍ତି ।
ଅପରାଜିତାଙ୍କ ଖାସ୍ ଅନୁଗତ ମହଲର ଖବରକୁ ବିଶ୍ୱାସ କରାଗଲେ ମଜ୍ଜାଦାର ସମୀକରଣର ଆଭାସ ମିଳୁଛି । କୁଆଡ଼େ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଇସାରାରେ ଅପରାଜିତା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅମିତ୍ ଶାହାଙ୍କ ମେଣ୍ଟର୍ ଧର୍ମେନ୍ଦ୍ରଙ୍କୁ ହାତରେ ନ ମାରି ଭାତରେ ମାରିବା ଯୋଜନା ହୋଇଛି । ଓଡ଼ିଶାରେ ଧର୍ମେନ୍ଦ୍ର ତାଙ୍କ ଯାଦୁ ଦେଖାଇବାରେ ବିଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଅପରାଜିତାଙ୍କୁ ଭରସା କରିଛନ୍ତି । ଉପରୁ ଆର୍ଶିବାଦ ପାଇ ଅପରାଜିତା ରାଜ୍ୟ ବୁଲୁଛନ୍ତି । ସଂଗଠନ ସଜାଡ଼ିବା ଉଦ୍ୟମରେ ଧର୍ମେନ୍ଦ୍ରଙ୍କ ବିରୋଧୀମାନଙ୍କୁ ପ୍ରାଧାନ୍ୟ ଦେବା ଆରମ୍ଭ କରିଛନ୍ତି ।
ଏହାର ସତ୍ୟାସତ୍ୟ ଯାହା ହେଉ ନା କାହିଁକି, ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବା ପାଇଁ ଅପରାଜିତା ଯେ ଉଦ୍ୟମ କରୁଛନ୍ତି ତାହା ସମସ୍ତେ ଅନୁଭବ କଲେଣି । ଏହାକୁ ନେଇ ରାଜନୈତିକ ମହଲରେ ଗରମାଗରମ ଚର୍ଚ୍ଚା ହେଉଛି । ପରିବର୍ତ୍ତିତ ରାଜନୈତିକ ସମୀକରଣରେ ଶକ୍ତିଶାଳୀ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ଆଡକୁ ସମସ୍ତଙ୍କ ନଜର ଯାଇଛି ।
Previous Post

ନବୀନଙ୍କ ମାଷ୍ଟର୍ ଷ୍ଟ୍ରାଟେଜିରେ ପଛୁଆ ବର୍ଗ

Next Post

ପଞ୍ଚଭୂତରେ ଲୀନ ହେଲେ ‘ନୀରବ ଝଡ଼’ ମନମୋହନ ମହାପାତ୍ର

Next Post
ପଞ୍ଚଭୂତରେ ଲୀନ ହେଲେ ‘ନୀରବ ଝଡ଼’ ମନମୋହନ ମହାପାତ୍ର

ପଞ୍ଚଭୂତରେ ଲୀନ ହେଲେ ‘ନୀରବ ଝଡ଼’ ମନମୋହନ ମହାପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA