Thursday, May 21, 2026 03:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଥଣ୍ଡା ମିଜାଜ; ରାଉରକେଲାରେ ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚକୁ ସହଯୋଗ କଲେ

by Our Correspondent
17 Apr, 2019- 04:18 PM
in Latest News, News, Politics
1 min read
0
ଭୁବନେଶ୍ୱର: ସେ ଜଣେ ପାୱାରଫୁଲ୍ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ବିଜେପିର ସର୍ବେସର୍ବା । ତାଙ୍କ ପାଇଁ ଆଇନ କାନୁନର ପ୍ରତିବନ୍ଧକ ନାହିଁ । ବିନା ବାଧକରେ ନିର୍ବାଚନ ପ୍ରଚାର ପାଇଁ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇପାରିବେ । ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ବାଲା ତାଙ୍କ ଗାଡ଼ି କି ହେଲିକପ୍ଟର ଯାଞ୍ଚ କରିବାକୁ ସାହାସ କରିବା କଥା ନୁହେଁ । ବୋଧହୁଏ ଏଭଳି ଅହଂକାର ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର । ପଅରଦିନ ସମ୍ବଲପୁର ଘଟଣାର ଭାଇରାଲ୍ ଭିଡ଼ିଓ ଦେଖିବା ପରେ ଅଧିକାଂଶଙ୍କ ମନରେ ଏମିତି ଧାରଣା ସୃଷ୍ଟି ହୋଇଛି ।
ତେବେ ଦିନକ ପରେ ଏହାର ଠିକ୍ ବିପରୀତ ଘଟଣା ରାଉରକେଲାରେ ଦେଖିବାକୁ ମିଳିଛି । ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଯେଉଁଭଳି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ହାବୁଡ଼ରେ ପଡ଼ିଥିଲେ ଗତକାଲି ରାଉରକେଲାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁରୂପ ଅବସ୍ଥାରେ ପଡ଼ିଥିଲେ । ସମ୍ବଲପୁରରେ ଧର୍ମେନ୍ଦ୍ର ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ପୁଲିସକୁ ନାଲିଆଖି ଦେଖାଇଥିବା ବେଳେ ନବୀନ ବିନା କୌଣସି ବାଧା ଏବଂ ପ୍ରତିକ୍ରିୟାରେ ଯାଞ୍ଚକାରୀ ପୁଲିସକୁ ସହଯୋଗ କରିଥିଲେ । ଆଇନ ସମସ୍ତଙ୍କ ପାଇଁ ସମାନ ଓ ସମସ୍ତେ ଏହାକୁ ସମ୍ମାନ କରିବା ଦରକାର ନବୀନଙ୍କ ଆଚରଣ ସୂଚାଇ ଦେଇଥିଲା ।
ଗତକାଲି ସୁନ୍ଦରଗଡ଼ ଜିଲ୍ଲାକୁ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ରାଉରକେଲାରେ ନବୀନଙ୍କ ହେଲିକପ୍ଟରକୁ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚ କରିବାକୁ ଚାହିଁଥିଲେ । ଯାଞ୍ଚକାରୀଙ୍କ ଦାୟିତ୍ୱକୁ ସମ୍ମାନ ଜଣାଇ ବିନମ୍ରତାର ସହ ସେମାନଙ୍କ କାର୍ଯ୍ୟ କରିବାକୁ ଦେଇଥିଲେ ନବୀନ । ଫ୍ଲାଇଂ ସ୍କ୍ୱାଡ୍ କର୍ମଚାରୀମାନେ ହେଲିକପ୍ଟରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଆଟାଚ୍ ଓ ଲଗେଜ୍ ରେ ଥିବା ଆସବାବପତ୍ର ଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ଚୁପଚାପ୍ ବସି ରହି ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଯାଞ୍ଚ ସରିଲା ପର୍ଯ୍ୟନ୍ତ ଧୀରସ୍ଥିର ଚିତ୍ତରେ ଅପେକ୍ଷା କରିଥିଲେ । ଶେଷରେ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ କୁ ଧନ୍ୟବାଦ ଜଣାଇବାକୁ ଭୁଲି ନ ଥିଲେ ।
୧୫ ଦିନ ତଳେ ବିଜେପିର ଉପସଭାପତି ତଥା ହିଜିଂଳି ବିଧାନସଭା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଏମିତି ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚରେ ପଡ଼ିଥିଲେ । ମାତ୍ର ସହଯୋଗ ନକରି ଓଲଟି ହାରକିନ୍ ଦେଖାଇଥିଲେ । ଏକଜ୍ୟୁଟିଭ୍ ମାଜିଷ୍ଟ୍ରଟ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତାତ୍ସଲ୍ୟ କରିଥିଲେ । କାର୍ଯ୍ୟରତ ସେହି ଅଧିକାରୀ ଓ ପୁଲିସ ଆଗରେ ନିଜର ଗାରିମା ବଖାଣି ସେମାନଙ୍କୁ ନୀଚ୍ଚ କରିବାକୁ ଚେଷ୍ଟା କରିଥିଲେ । ବରିଷ୍ଠ ଆଇନଜୀବୀ ଓ ହିଜିଂଳିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦୀ କହି ନିଜକୁ ବଡ଼ ଦେଖାଇଥିଲେ ।
ଧର୍ମେନ୍ଦ୍ର ପ୍ରଧାନ ଓ ପୀତାମ୍ବର ଆଚାର୍ଯ୍ୟଙ୍କ ଆଚରଣ କହୁଥିଲା ଯେ ନିର୍ବାଚନ ଗାଇଡଲାଇନ୍ ଓ ଆଚରଣ ବିଧିର ସେମାନେ ଉଦ୍ଧ୍ୱର୍ରେ । କାରଣ ସେମାନେ ପ୍ରବଳ କ୍ଷମତାଶାଳୀ । ଫ୍ଲାଇଂ ସ୍କ୍ୱାଡ୍ ଚେକିଂ ବେଳେ ସେମାନେ ଏକଥା ବି ପଚାରିଥିଲେ ଯେ ଯଦି ସାହାସ ଅଛି ତମ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇ ଯାଞ୍ଚ କର । ଦେଖିବା ତମର ହିମତ୍ କେତେ । ଆଉ ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ହିମତ୍ ଦେଖାଇଛନ୍ତି । ଜଣାଇ ଦେଇଛନ୍ତି, ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି ।
ନିର୍ବାଚନ କମିଶନଙ୍କ ଆଇନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନିଜେ ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚରେ ସହଯୋଗ କରିବା ଏବଂ ବିନମ୍ର ରହିବାକୁ ବିଭିନ୍ନସ୍ତରରେ ପ୍ରଶଂସା କରାଯାଇଛି । ନବୀନଙ୍କର ଏହି ଗୁଣ ଯୋଗୁଁ ତାଙ୍କୁ ୧୯ ବର୍ଷ ଧରି ରାଜ୍ୟବାସୀଙ୍କ ହୃଦୟରେ ରଖିଛି ଏବଂ ପଞ୍ଚମଥର ପାଇଁ କ୍ଷମତାକୁ ଆଣିବ ବୋଲି ବିଜେଡ଼ି ପ୍ରତିକୟିୟା ଦେଇଛି । ତେବେ ଏ ଘଟଣାରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
Previous Post

ଭାଇରାଲ୍ ଭିଡ଼ିଓ: ଅଭିଯୁକ୍ତ ସାମ୍ବାଦିକଙ୍କୁ ରିମାଣ୍ଡରେ ଆଣିଲା କେନ୍ଦୁଝର ପୁଲିସ

Next Post

ନବୀନଙ୍କ ସମେତ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କାଲି

Next Post
ନବୀନଙ୍କ ସମେତ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କାଲି

ନବୀନଙ୍କ ସମେତ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କାଲି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA