Wednesday, April 29, 2026 10:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ କାଶିଲେ, ଲାଇଭ୍

by Our Correspondent
15 Aug, 2017- 11:03 PM
in Latest News, Politics
1 min read
0
ନବୀନ କାଶିଲେ, ଲାଇଭ୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟାଣ ଖରା ଓ ଗୁଳୁଗୁଳିରେ ଭାଷଣ ଦେଇ ଥରିଲେ । କାଶିଲେ । ଆଉ ସୁରକ୍ଷା କର୍ମୀଙ୍କ ସହାୟତରେ ଥକ୍ ମାରି ବସିଗଲେ । ସ୍ୱାଧୀନତା ଦିବସ ଉତ୍ସବରେ ଏହି ଦୃଶ୍ୟକୁ ସବୁ ଟିଭି ଲାଇଭ୍ କରୁଥିଲେ । ହେଲେ ସେ ଲାଇଭ୍ ସରିଲାନି । ମୁଖ୍ୟମନ୍ତ୍ରୀ ନବୀନ ନିବାସ ଫେରିଗଲା ପରେ ବି ସେଠାରୁ ଚାଲିଲା ଲାଇଭ୍ । ମୁଖ୍ୟମନ୍ତ୍ରୀ ଅସୁସ୍ଥ ବୋଲି ନାଲି ନାଲି ମୋଟା ଅକ୍ଷରରେ ସ୍କ୍ରିନ୍ ଫଟା ବ୍ରେକିଂ ଖବର ଚାଲିଲା । କିଏ ଅଧିକ ସ୍କୋର କରିବ ଦୁଇ ପ୍ରମୁଖ ଟିଭି ମଧ୍ୟରେ ଚାଲିଲା ପ୍ରତିଯୋଗିତା ।ନ୍ୟୁଜ୍ ରୁମ୍ ଓ ନବୀନ ନିବାସ ଲାଇଭ୍ ଲୋକଙ୍କୁ ଛାନିଆଁ କରିଦେଲା । ଏକ ନମ୍ବର ଟିଭିକୁ ଟକ୍କର ଦେବାକୁ ଠିକା ଟିଭି କଲା ଅଧଘଣ୍ଟିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ନାଁ ରଖିଲା ‘ମୁଖ୍ୟମନ୍ତ୍ରୀ ହଠାତ୍ ଅସୁସ୍ଥ’ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କମ୍ପିଲା ଟିଭି ପରଦା । କଳ୍ପନା ଜଳ୍ପନା ଓ ନିଜ ନିଜ ଭିତରେ ଝାଳନାଳ ଓ ଧାଁ ଧପଡରେ ଚାଲିଲା ଲାଇଭ୍ ସୋ ।
ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ ଓ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ସ୍ପଷ୍ଟୀକରଣ ଦେଲା ପରେ ବି ବିଶ୍ୱାସ ହେଲାନି । ଅନୁମାନର ବାଜି ଲାଗିଲା । ହେଲେ ସେମାନଙ୍କ ଦୁର୍ଭାଗ୍ୟକୁ ବେଶୀ ସମୟ ତାହା ଚାଲିପାରିଲାନି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରିଲେ ପୁଲିସ ପଦକ ଦେବାକୁ । ସେଠି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ହସିଦେଲେ । କହିଲେ ମୁଁ ଠିକ୍ ଅଛି । ମୁଖ୍ୟମନ୍ତ୍ରୀ ଯେ ପୂରା ଫିଟ୍ ଅଛନ୍ତି ତାହା ଖାଲି କହିଲେନି । ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଫିଟନେସ୍ ଦେଖାଇଲେ । ମୁଖ୍ୟମନ୍ତ୍ରୀଙ୍କ ଢ଼ଙ୍ଗଢ଼ାଙ୍ଗ ଓ ନିଜ ମୁହଁରୁ ଏକଥା ଶୁଣିଲା ପରେ ଫୁସକିଗଲା ଲାଇଭ୍ ସୋ । ଟିଭି ବ୍ରେକିଂ ଖବରରୁ ହଟିଗଲେ ମୁଖ୍ୟମନ୍ତ୍ରୀ ।
ସଂଧ୍ୟାର ପ୍ରମୁଖ ଖବରରେ ସ୍ୱାଭାବିକ ଭାବେ ଏହି ଖବରଟି ହେଡଲାଇନ୍ ହୋଇଥିଲେ ବି ଖବରରେ ମସଲା ଖୁନ୍ଦି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଭୂଗୋଳ, ଇତିହାସ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ମମତା ବାନାର୍ଜୀ, ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ କୁ ଠିକା ଟିଭି ହାଇଲାଇଟ୍ କଲା । ଲଜ୍ଜାର କଥା, ଏକ ନମ୍ବର ଟିଭିରେ ଏହି ଟୁଇଟ୍ ଖବର ସ୍ଥାନ ପାଇ ନ ଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପଡ଼ିଥିବା ଟୁଇଟ୍ ମାଷ୍ଟର ନିଜ ଟିଭିରେ ନିଜ ଟୁଇଟ୍ କୁ କାହିଁକି ସ୍ଥାନ ଦେଲେ ନାହିଁ ତାହା ଦର୍ଶକଙ୍କୁ ଅବୁଝା ରହିଗଲା ।
ଦୁଇ ପ୍ରମୁଖ ଟିଭିରେ ସକାଳର ଲାଇଭ୍ ସୋ ବିଜେପି କ୍ୟାମ୍ପର ମନଖୁସି କରିଦେଇଛି । ବିଜେପି ଭକ୍ତମାନେ ସୋସିଆଲ୍ ମିଡ଼ିଆରେ ନବୀନ ବନାମ ଧର୍ମେନ୍ଦ୍ର ସ୍ଲୋଗାନ୍ ଆରମ୍ଭ କରିଛନ୍ତି । ଇଲ୍ ଲିଡର୍ ବନାମ ୟଙ୍ଗ୍ ଆଣ୍ଡ ଡାଇନାମିକ ଲିଡର୍ ବ୍ୟାନର୍ ଲେଖି ଓଡ଼ିଶାବାସୀଙ୍କ ଚଏସ୍ ମାଗିଛନ୍ତି ।
Previous Post

ଏମାନଙ୍କ ପାଇଁ ସ୍ୱାଧୀନତାର ମାନେ ନାହିଁ

Next Post

ଟୁଇଟ୍ ମାଷ୍ଟରଙ୍କ ଚାଲାକି ?

Next Post
ଟୁଇଟ୍ ମାଷ୍ଟରଙ୍କ ଚାଲାକି ?

ଟୁଇଟ୍ ମାଷ୍ଟରଙ୍କ ଚାଲାକି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA