Thursday, May 21, 2026 03:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ନିବାସରେ ୩୦ ହଜାର ବାୟୋଡାଟା

by Our Correspondent
15 Mar, 2019- 07:44 AM
in Latest News, News, Politics
1 min read
0
ନବୀନ ନିବାସରେ ୩୦ ହଜାର ବାୟୋଡାଟା
ଭୁବନେଶ୍ୱର: ଗତକାଲି ସଂଧ୍ୟା ସୁଦ୍ଧା ନବୀନ ନିବାସରେ ପ୍ରାୟ ୩୦ ହଜାର ବାୟୋଡାଟା ପହଞ୍ଚିସାରିଲାଣି । ହିଂଜିଳିକାଟୁକୁ ଛାଡ଼ିଦେଲେ ୧୪୬ ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରୁ ଏମାନେ ବିଜେଡ଼ି ଟିକେଟ ପାଇଁ ଆବେଦନ କରିଛନ୍ତି । ଏବେ ବି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆଶାୟୀଙ୍କ ଆବେଦନ ନବୀନ ନିବାସରେ ପହଞ୍ଚୁଛି ଏବଂ ଏହି ଧାରା ଜାରି ରହିଲେ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା ବେଳକୁ ଆଶାୟୀଙ୍କ ସଂଖ୍ୟା ୫୦ ହଜାର ଛୁଇଁଯିବ ବୋଲି ଆକଳନ କରାଯାଉଛି । ଓଡ଼ିଶା ରାଜନୀତି ଇତିହାସରେ ଗୋଟିଏ ଦଳରୁ ଏତେ ସଂଖ୍ୟକ ଆଶାୟୀ ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଗଲାଣି ।
ନବୀନ ନିବାସର କିଛି ସୂତ୍ରରୁ ମିଳୁଥିବା ଏହି ଆଶାୟୀ ସଂଖ୍ୟାକୁ ବିଶ୍ୱାସ କରାଗଲେ, ଅଧିକାଂଶ ନିର୍ବାଚନମଣ୍ଡଳୀରୁ ବିଧାୟକଙ୍କ ଚେଲାଚାମଣ୍ଡା, କୁଜି କର୍ମୀ/ନେତାଙ୍କଠାରୁ ଆରମ୍ଭ କରି ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ , ବିଭିନ୍ନ ସଂସ୍ଥା ଓ ସରକାରୀ ଅଫିସରେ କାମ କରୁଥିବା କିଛି ବାବୁ, ତାଙ୍କ ପତ୍ନୀ ସମସ୍ତେ ଗୋଟିଏ ଗୋଟିଏ ଆବେଦନ ପତ୍ର ପକାଇ ଦେଇଛନ୍ତି । ଉପର ନେତାଙ୍କ କଳିରୁ କାଳେ ତାଙ୍କ ଭାଗ ପଡ଼ିଯିବ ସେହି ଆଶାରେ ଈଶ୍ୱରଙ୍କୁ ମୁଣ୍ଡିଆ ମାରି ବସିଛନ୍ତି । ନବୀନ ନିବାସ ଆଗରେ ଚକ୍କର କାଟୁଥିବା ଭଦ୍ରକ ଅଞ୍ଚଳର ଜଣେ ଆଶାୟୀ କହିଛନ୍ତି, ମୁଁ ବିଜେଡ଼ି ପାଇଁ ଦିନରାତି ଖଟି ଆସିଛି । ମୋର ବିଶ୍ୱାସ ନବୀନବାବୁ ଏଥର ମୋ କଥା ବୁଝିବେ । ସେହିଭଳି କଳାହାଣ୍ଡିରୁ ଜଣେ ମହିଳା ଆଶାୟୀ କହିଛନ୍ତି, ନବୀନବାବୁ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଥିବାରୁ ମୋ କଥା ବିଚାର କରିବେ ବୋଲି ଆଶା ରଖିଛି ।
ତେବେ ସିରିୟସ୍ ଆଶାୟୀଙ୍କ ମଧ୍ୟରେ ଟିକେଟକୁ ନେଇ ଛକାପଂଝା କିନ୍ତୁ ତୀବ୍ର ହୋଇଛି । ଏଭଳି ସ୍ଥିତି ନୂଆ ନହେଲେ ମଧ୍ୟ ପୂର୍ବର ସବୁଥରଠାରୁ ଏଥର ଜଟିଳ ହୋଇଛି । ଦୃଢ଼ ଆଶାରେ ବସିଥିବା ବହୁତ ଆଶାୟୀ ଟିକେଟ ନ ପାଇଲେ ବିଜେପିକୁ ଚାଲିଯିବେ ନଚେତ୍ ସ୍ୱାଧୀନ ଭାବେ ଲଢ଼ି ଦଳୀୟ ପ୍ରାର୍ଥୀଙ୍କୁ ହରାଇଦେବେ କହି ବ୍ଲାକମେଲିଂ କରୁଛନ୍ତି । ସିଧାସଳଖ ମୁଖିଆଙ୍କୁ ଗୁହାରି କରିବାର ସୁଯୋଗ ଓ ସାହାସ ନ ଥିଲେ ମଧ୍ୟ ଦଳର ମୁଣ୍ଡିଆଳ ନେତାଙ୍କୁ ଭେଟି ଗୁହାରି ଓ ଦରକାର ପଡ଼ିଲେ ଧମକ ଦେଉଛନ୍ତି ।
ବିଜେଡ଼ି ଆଶାୟୀଙ୍କ ଏଭଳି ଅବସ୍ଥାକୁ ଦେଖି ଟିକେଟ ଘୋଷଣା ପରେ ଦଳରେ ବିଦ୍ରୋହ ସୁନିଶ୍ଚିତ ବୋଲି ବିରୋଧୀ ଦଳ ଚାହିଁବସିଛନ୍ତି । ବିଶେଷକରି ବିଜେଡ଼ିର ଏହି ସମ୍ଭାବ୍ୟ ସ୍ଥିତିରୁ ନିଜ ଦଳର ନିର୍ବାଚନ ଅଙ୍କ କଷୁଛି ବିଜେପି । ଅନେକ ନିର୍ବାଚନମଣ୍ଡଳୀରେ ବିଜେପିର ସାଂଗଠନିକ ସ୍ଥିତି ସଳଖ ନ ଥିବାରୁ ସେମାନେ ନିଜ ବଳରେ ଜିତିବେ ବୋଲି ଦଳୀୟ ନେତୃତ୍ୱର ବିଶ୍ୱାସ ନାହିଁ । ତେଣୁ ବିଜେଡ଼ି ବିଦ୍ରୋହୀଙ୍କୁ ଅସ୍ତ୍ର କରି ରାଜ୍ୟରେ ବିଜେପିକୁ ଜିତାପଟ କରିବେ ଏବଂ କ୍ଷମତା ଦଖଲ କରିବେ ବୋଲି ଆକଳନ କରୁଛନ୍ତି ।
ବର୍ଷକ ତଳୁ ରାଜ୍ୟ ବିଜେପି ଶକ୍ତି ଉପରୁ ଭରସା ତୁଟିଯିବା ପରେ ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଏହି ବିକଳ୍ପ ଯୋଜନା କରିଛନ୍ତି ବୋଲି ବିଜେପିର ଜଣେ ବରିଷ୍ଠ ଅସନ୍ତୁଷ୍ଟ ନେତା କହିଛନ୍ତି । ତାଙ୍କର କହିବା କଥା, ଆମ ନିଜ ଶକ୍ତିରେ ଆମେ ୧୦ ଟି ଆସନ ପାଇବୁ କି ନାହିଁ ସନ୍ଦେହ। ଆମ ଦଳରେ ବି ପ୍ରବଳ ଗୋଷ୍ଠୀକନ୍ଦଳ ରହିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ଅନେକ ପୁରୁଖା ନେତା ଗ୍ରହଣ କରିନାହାନ୍ତି । ଅଧିକାଂଶ ଜିଲ୍ଲାରେ ନୂଆ ପୁରୁଣା ଲଢ଼େଇ ତୀବ୍ର ରହିଛି । ତେଣୁ ବିଜେଡ଼ି ଟିକେଟରୁ ବଞ୍ଚିତ ଆଶାୟୀଙ୍କୁ ଧରି ଯାହା ହେବା କଥା ହେବ । ସେଇ ଭରସାରେ ଆମେ ରହିଛୁ ବୋଲି ସେ କହିଛନ୍ତି ।
Previous Post

ଶେଷରେ.. ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କଠାରୁ ପଦ୍ମ ଧରିଲେ ଦାମ

Next Post

ଛିଣ୍ଡିଲାନି ବିଜେଡ଼ି ମୂଲଚାଲ! କଂଗ୍ରେସ ଛାଡ଼ି ବିଜେପିମୁହାଁ ହେଲେ ପ୍ରକାଶ ବେହେରା

Next Post
ଛିଣ୍ଡିଲାନି ବିଜେଡ଼ି ମୂଲଚାଲ! କଂଗ୍ରେସ ଛାଡ଼ି ବିଜେପିମୁହାଁ ହେଲେ ପ୍ରକାଶ ବେହେରା

ଛିଣ୍ଡିଲାନି ବିଜେଡ଼ି ମୂଲଚାଲ! କଂଗ୍ରେସ ଛାଡ଼ି ବିଜେପିମୁହାଁ ହେଲେ ପ୍ରକାଶ ବେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA