Monday, May 18, 2026 05:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଠକଙ୍କୁ ଶୋଷଣ ନୁହେଁ ତ ?

by Our Correspondent
30 Jun, 2017- 10:21 AM
in Latest News
1 min read
1
ପାଠକଙ୍କୁ ଶୋଷଣ ନୁହେଁ ତ ?

ଭୁବନେଶ୍ୱର: “ସମାଜ” ଖବରକାଗଜ ଖଣ୍ଡେ କିଣିବାକୁ ପାଠକଙ୍କୁ ଏବେ ଦେବାକୁ ପଡ଼ିବ ୫ ଟଙ୍କା । କାଲିଠୁ ପାଠକେ ଅଧିକ ଟଙ୍କାଟେ ଅଧିକ ଦେଇ “ସମାଜ” କିଣିବେ । ପାଖାପାଖି ଦୁଇବର୍ଷ ତଳୁ “ସମ୍ବାଦ” ତାର ମୂଲ୍ୟ ୫ ଟଙ୍କାକୁ ବଢ଼ାଇ ସାରିଛି । ଖବରକାଗଜ ମୂଲ୍ୟ ବୃଦ୍ଧିରେ ଅଗ୍ରଣୀ ଭୂମିକା ନେଇଥିବା “ସମ୍ବାଦ”କୁ ଦେଖାଦେଖି ଡେରିରେ ହେଲେ ବି “ସମାଜ” ତାର ମୂଲ୍ୟ ବୃଦ୍ଧି କରିଥିବା ବେଳେ ଅନ୍ୟ ଖବରକାଗଜ ମାଲିକମାନେ ସେହି ବାଟରେ ଯିବାକୁ ଚିନ୍ତା କଲେଣି । ନିଉଜ୍ ପ୍ରିଣ୍ଟ, କାଳିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ଦ୍ରବ୍ୟର ମୂଲ୍ୟବୃଦ୍ଧି ଖବରକାଗଜର ବିକ୍ରୀ ମୂଲ୍ୟ ବଢ଼ାଇବାକୁ ମାଲିକଙ୍କୁ ବାଧ୍ୟ କରୁଥିବା ଯୁକ୍ତି କରାଯାଉଛି । ହେଲେ ପାଠକଙ୍କ ପାଇଁ ଏହା କେତେ ଯେ କଷ୍ଟଦାୟକ ତାହା ମଧ୍ୟ ବିଚାର କରିବାର ଅଛି । ଖବରକାଗଜ ମୂଲ୍ୟ ବୃଦ୍ଧି ଉପରେ ପାଠକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ପାଠକଙ୍କ ଯୁକ୍ତି, ଏକ ନମ୍ବର କି ଦୁଇ ନମ୍ବର ଦାବି କରୁଥିବା ଖବରକାଗଜ ୫ ଟଙ୍କା ଦେଇ ପଢ଼ିବାରେ କଷ୍ଟ ହୁଅନ୍ତାନି ଯଦି ସେଥିରେ ନିଉଜ୍ ଅଧିକା, ବିଜ୍ଞାପନ କମ ରୁହନ୍ତା । ମାତ୍ର ଏହାର ଓଲଟା ଦେଖାଯାଉଛି । ଖବରକାଗଜର ପୃଷ୍ଠା ପରେ ପୃଷ୍ଠା ବିଜ୍ଞାପନ ଭରି ରହୁଥିଲା ବେଳେ ନିଉଜ୍ ଖୋଜି ଖୋଜି ପଢ଼ିବାକୁ ପଡୁଛି । ତେଣୁ ଯେଉଁ ଉଦ୍ଦେଶ୍ୟରେ ପାଠକ ଖବରକାଗଜ କିଣୁଛନ୍ତି ତାହା ପାଉନାହାନ୍ତି । ଏମିତିକି ବିଜ୍ଞାପନ ମାଡ଼ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ମାଡ଼ ଖାଉଛି । ଆଜିକା(୩୦ ଜୁନ) ପ୍ରମୁଖ ଖବରକାଗଜର ପୃଷ୍ଠାକୁ ଦେଖିଲେ ସ୍ଥିତି ବାରିହେଉଛି । ଖବରକାଗଜଗୁଡ଼ିକରେ ଫୁଲ୍ ପେଜ୍ ବିଜ୍ଞାପନ ଛାଇ ଯାଇଛି । ଏପରିକି ପ୍ରଥମରୁ ଚାରି, ଛ ପୃଷ୍ଠା କେବଳ ବିଜ୍ଞାପନରେ ଚାଲିଯାଇଛି । ତେଣୁ ଏମିତିକା ଖବରକାଗଜକୁ ଚଢ଼ା ମୂଲ୍ୟ ଦେଇ କିଣି ପଢ଼ିବାରେ ଅଧିକାଂଶ ପାଠକ ନିଜର କଷ୍ଟ ଦେଖାଇଛନ୍ତି । ଟିଭି କିମ୍ବା ଅନ୍ ଲାଇନରେ ଖବରକାଗଜ ପଢ଼ିବାକୁ ସେମାନେ ପସନ୍ଦ କରିଛନ୍ତି ।

ଖବରକାଗଜ ଶିଳ୍ପ କ୍ଷତିରେ ଚାଲୁଛି ବୋଲି କିଛି କୁହାଳିଆ ମାଲିକ ଡିଣ୍ଡିମ୍ ପିଟୁଛନ୍ତି । ପାଟିରେ ପାଟିରେ ଗାଣିତିକ ଥିଓରି ଚଷୁଛନ୍ତି । ମାତ୍ର ଖବରକାଗଜ ପୃଷ୍ଠାରୁ ବିଜ୍ଞାପନ ଦେଖିଲେ ଲୋକେ ତାହା ଜମାରୁ ବିଶ୍ୱାସ କରୁନାହାନ୍ତି । ଖାଲି ସେତିକି ନୁହେଁ କିଛି ନିର୍ଦ୍ଦିଷ୍ଟ ଖବରକାଗଜ ବେପାରୀ ରାଜନୈତିକ ମୂଲଚାଲରେ ବୁଡିରହିଥିବାରୁ ସେବାଟୁ ବି ଭଲ ପଇସା ରୋଜଗାର କରୁଛନ୍ତି । ରାଜନୈତିକ ଦଳ କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ସନ୍ତୁଷ୍ଟ ହେଉ ବା ବ୍ଲାକ୍ ମେଲିଂ କରି ସେମାନେ ମୁନାଫା କମାଉଛନ୍ତି । ସୁତରାଂ ଖବରକାଗଜ ଏକ ବଢ଼ିଆ ବେପାର ବୋଲି ଓଲଟି ସାଧାରଣରେ ଧାରଣା ସୃଷ୍ଟି ହୋଇଛି । ମାଲିକ ସେମାନଙ୍କ ବ୍ୟବସାୟିକ ସ୍ୱାର୍ଥ ପାଇଁ ପାଠକଙ୍କ ସ୍ୱାର୍ଥ ବଳି ପକାଉଥିବା ଅନେକ ଅଭିଯୋଗ କରିଛନ୍ତି । ବେପାର ନାଁରେ ଗଣମାଧ୍ୟମ ଭଳି ଏକ ପବିତ୍ର ଅନୁଷ୍ଠାନକୁ ଢ଼ାଲ କରି ପାଠକଙ୍କୁ ଲୁଟ୍ କଲେ ଭବିଷ୍ୟତ ବିପଦରେ ପଡ଼ିବ ବୋଲି ଅନେକ ସତର୍କ କରାଇଛନ୍ତି ।

Previous Post

କାମାକ୍ଷାଙ୍କ ବିଜେପି ଖାତା ଖତିଆନ୍

Next Post

ମଧ୍ୟରାତ୍ରରୁ ଜିଏସଟି

Next Post
ମଧ୍ୟରାତ୍ରରୁ ଜିଏସଟି

ମଧ୍ୟରାତ୍ରରୁ ଜିଏସଟି

Comments 1

  1. Dillip Kumar Das says:
    9 years ago

    Very good analytical reporting on cost of newspapers

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA