Monday, May 25, 2026 04:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଳଘର ଖେଳରୁ ଜଳିଗଲେ ୪ ଶିଶୁ

by Our Correspondent
23 Feb, 2020- 03:51 PM
in Latest News, News
1 min read
0
ପାଳଘର ଖେଳରୁ ଜଳିଗଲେ ୪ ଶିଶୁ
ବ୍ରହ୍ମପୁର: କାଠ ଢ଼େରାରେ ପାଳ ଛପର ଘର ତିଆରି କରି ଖେଳୁଥିଲେ । ସେହି ମିଛି ମିଛିକା ଘରେ ମିଛି ମିଛିକା ରୋଷେଇ କରୁଥିଲେ । ହଠାତ୍ ପାଳରେ ନିଆଁ ଲାଗିଗଲା । ନିମିଷକେ ଜଳିଗଲା ନିଷ୍ଫାପ ଜୀବନ । ଜୀବନ କ’ଣ ଜାଣିବା ପୂର୍ବରୁ ୩ ଶିଶୁଙ୍କ ଜୀବନ ନେଇଗଲା ସେହି ଖେଳର ନିଆଁ । ଗଂଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ଖଇରଛଟା ଗାଁରେ ଆଜି ଏହି ହୃଦୟ ବିତାରକ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି । ଅବାକ୍ ହୋଇଯାଇଛି ସମଗ୍ର ଗାଁ ।
ଗାଁର ଏକ ଅଧନିିର୍ମିତ ପାଇଖାନା ଘରେ ଖେଳିବା ପାଇଁ ଆଜି ସକାଳେ ୮ ଜଣ ଶିଶୁ ଡକାଡକି ହୋଇ ଆସିଥିଲେ । ଜାଗାଟି ଖୋଲା ଥିବାରୁ ସେମାନେ ରାସ୍ତାକଡ଼ରୁ କାଠ ଏବଂ ବାଉଁଶ ଡାଙ୍ଗ ଯୋଗାଡ଼ କରି ଉପରେ ପକାଇଥିଲେ ଏବଂ ସେଥିରେ ପାଳ ଢ଼ାଙ୍କି ଦେଇଥିଲେ । ସେହି ମିଛିମିଛିକା ପାଳଘରକୁ ଶିଶୁମାନେ ନିଜ ଘର ଭଳି ସଜାଇଥିଲେ । ଭିତରେ ଚୁଲି ତିଆରି କରି ଖେଳନା ଜିନିଷ ସାହାଯ୍ୟରେ ରୋଷେଇ କରିଥିଲେ । ସେଥିପାଇଁ ପିଲାମାନେ ଦିଆସିଲି ଲଗେଇ ନିଆଁ କରିଥିବା କୁହାଯାଉଛି ।
ସେହି ନିଆଁ ପାଳକୁ ଧରିଦେବାରୁ ଖେଳଘରଟି ଜଳିବାକୁ ଆରମ୍ଭ କରିଥିଲା । ପାଟିତୁଣ୍ଡ ଶୁଣି ଗାଁ ଲୋକେ ଦୌଡ଼ି ଆସି ୪ ଜଣ ପିଲାଙ୍କୁ ଉଦ୍ଧାର କରିଥିଲେ ହେଁ ଅନ୍ୟ ୪ ଜଣ ପିଲା ଭିତରେ ଫସିରହି ଜଳିଯାଇଥିଲେ । ଗାଁ ଲୋକେ ନିଆଁ ଲିଭାଇ ତୁରନ୍ତ ସେହି ପିଲାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ନେଇଥିଲେ ମଧ୍ୟ ଇତିଶ୍ରୀ ଜେନା(୫), ସାଇରାମ ଜାନି(୭) ଏବଂ ଦୀପକ ଗୌଡ଼(୭)ଙ୍କର ମୃତ୍ୟୁ ହୋଇସାରିଥିଲା । ଆଲୋକ ଜେନା(୭)ଙ୍କ ଶରୀର ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।
ଶିଶୁମାନଙ୍କର ଏଭଳି ମର୍ମନ୍ତୁଦ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆହତ ଶିଶୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Previous Post

ବିଜେଡ଼ିରେ ଔପଚାରିକ ପର୍ବ

Next Post

ନବୀନ ଛାଟ: ୬ ପୂର୍ବତନ ଲାଞ୍ଚୁଆ ବାବୁଙ୍କ ପେନସନ ବନ୍ଦ, ଦୁଇଙ୍କୁ ଭିଆରଏସ୍

Next Post
ନବୀନ ଛାଟ: ୬ ପୂର୍ବତନ ଲାଞ୍ଚୁଆ ବାବୁଙ୍କ ପେନସନ ବନ୍ଦ, ଦୁଇଙ୍କୁ ଭିଆରଏସ୍

ନବୀନ ଛାଟ: ୬ ପୂର୍ବତନ ଲାଞ୍ଚୁଆ ବାବୁଙ୍କ ପେନସନ ବନ୍ଦ, ଦୁଇଙ୍କୁ ଭିଆରଏସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA