Tuesday, May 26, 2026 02:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ୍: ସରକାରୀ କ୍ୱାର୍ଟର ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ

by Our Correspondent
16 Sep, 2019- 11:13 PM
in Latest News, News
1 min read
0
ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ୍: ସରକାରୀ କ୍ୱାର୍ଟର ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ
ଭୁବନେଶ୍ୱର: ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୨୬ ଜଣ ପୂର୍ବତନ ବିଧାୟକଙ୍କୁ ତୁରନ୍ତ ଘରଛାଡ଼ ଆଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଘର ନ ଛାଡ଼ିଲେ ପାଣି ଓ ବିଜୁଳି କାଟି ଦିଆଯିବ ବୋଲି ଧମକ ବି ଦେଇଛନ୍ତି । ସରକାରୀ କ୍ୱାର୍ଟର ବ୍ୟବହାର ପାଇଁ ଅଯୋଗ୍ୟ ହୋଇଯାଇଥିବା ଏହି ନେତାମାନଙ୍କର କ୍ୱାର୍ଟର ଆଲଟମେଣ୍ଟ ଗତ ଜୁନ୍ ମାସରୁ ବାତିଲ ହୋଇଗଲାଣି । ମାତ୍ର ବିଭିନ୍ନ ଆଳ ଦେଖାଇ ସେମାନେ ଘର ଛାଡୁନାହାନ୍ତି ।
ସଂପୃକ୍ତ ନେତାମାନେ ସରକାରୀ କ୍ୱାର୍ଟର ଛାଡ଼ିବାକୁ ୩ ମାସ ମଧ୍ୟରେ ଦୁଇ ଦୁଇ ଥର ନୋଟିସ୍ ହୋଇସାରିଲାଣି । ମାତ୍ର ସେମାନେ ଶୁଣୁନାହାନ୍ତି । ଅନ୍ୟପକ୍ଷରେ ଏଥର ବିଧାନସଭାକୁ ନୂଆ କରି ନିର୍ବାଚିତ ହୋଇ ଆସୁଥିବା ବିଧାୟକମାନେ ଏବେ ସରକାରୀ କ୍ୱାର୍ଟର ଖଣ୍ଡେ ନ ପାଇ ଦୁର୍ଦ୍ଦଶା ଭୋଗୁଛନ୍ତି । କ୍ୱାର୍ଟର ଅପେକ୍ଷାରେ ୧୬ ଜଣ ବିଧାୟକ ରାଜ୍ୟ ଅତିଥି ଭବନରେ ମୁଣ୍ଡ ଗେଞ୍ଜିଛନ୍ତି । ଆଜି କିଛି ବିଧାୟକ ବାଚସ୍ପତିଙ୍କୁ ଭେଟି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ବାଚସ୍ୱତି ବାସ୍ତବତା ବୁଝିପାରି କଠୋର ଆଭିମୁଖ୍ୟ ନେଇଛନ୍ତି ।
ସରକାରୀ କ୍ୱାର୍ଟର ଛାଡ଼ିବାକୁ ଥିବା ପୂର୍ବତନ ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ବିଜୟଶ୍ରୀ ରାଉତରାୟ, ଯୁଗଳ କିଶୋର ପଟ୍ଟନାୟକ, ପ୍ରଭାତ କୁମାର ତ୍ରିପାଠୀ, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ଦେବାଶିଷ ନାୟକ, ପ୍ରବୀଣ ଭଞ୍ଜଦେଓ, ରମେଶ ମାଝୀ, ସଞ୍ଜୀବ ସାହୁ, ସାନନ୍ଦ ମାର୍ଣ୍ଡି, ମହେଶ ସାହୁ, ସରୋଜିନୀ ହେମ୍ବ୍ରମ୍, ଝିନ ହିକକା, ଗୋଲକ ବିହାରୀ ନାୟକ, କିଶୋର ତରାଇ, ନନ୍ଦିନୀ ଦେବୀ, ବସନ୍ତ କୁମାର ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଡାକ୍ତର ଦାମୋଦର ରାଉତ, ନୀତିଶ ଗଙ୍ଗଦେବ ଏବଂ ଭୁଜବଳ ମାଝୀ ।
ସେପଟେ ଘରଛାଡ଼ ନୋଟିସ୍ କୁ ନେଇ ନିଆଁବାଣ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । କହିଛନ୍ତି, ସେମାନେ ଫୋନ୍ ରେ ମୋ ସହ କଥା ହୋଇ ପାରିଥାଆନ୍ତେ । ତାହା ନ କରି ପିଅନ ହାତରେ ନୋଟିସ୍ ପଠାଇବା ଶୋଭନୀୟ ନୁହେଁ । ଆମେ ବିଜେଡ଼ି ତିଆରି କରିଥିଲୁ । ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ମୁଁ ନବୀନଙ୍କ ସାଙ୍ଗରେ ଥିଲି । ମାତ୍ର ଏବେ ସମୟ ବଦଳିଯାଇଛି । ଆମେ ସେଥିରେ ଫିଟିଂ ହୋଇପାରୁନୁ ।
Previous Post

ପଟ୍ଟନାୟକ-ବାରିକଙ୍କ ଜିମାରେ ସ୍ୱାସ୍ଥ୍ୟ ବିଭାଗ !

Next Post

‘କାଳିଆ’ କେଳେଙ୍କାରୀ: ସରକାରଙ୍କୁ ଅଡୁଆରେ ପକାଇଦେଲେ ମନ୍ତ୍ରୀ

Next Post
‘କାଳିଆ’ କେଳେଙ୍କାରୀ: ସରକାରଙ୍କୁ ଅଡୁଆରେ ପକାଇଦେଲେ ମନ୍ତ୍ରୀ

‘କାଳିଆ’ କେଳେଙ୍କାରୀ: ସରକାରଙ୍କୁ ଅଡୁଆରେ ପକାଇଦେଲେ ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA