Friday, January 16, 2026 11:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଫାଇନ୍ ଦେବୁ ପଛେ ନିୟମ ଅଲବତ୍ ଭାଙ୍ଗିବୁ !

by Our Correspondent
11 Jul, 2020- 12:58 PM
in Latest News, News
1 min read
0
ଫାଇନ୍ ଦେବୁ ପଛେ ନିୟମ ଅଲବତ୍ ଭାଙ୍ଗିବୁ !
ଭୁବନେଶ୍ୱର: କୋଭିଡ୍ ନିୟମ ପାଳନରେ ରାଜନୀତି ନୁହେଁ, ଅଛି ଜନଜୀବନର ସୁରକ୍ଷା । କରୋନା ଭୂତାଣରୁ ରକ୍ଷା ପାଇବା ପାଇଁ ଔଷଧ କି ପ୍ରତିଷେଧକ ଟୀକା ବାହାରି ନ ଥିବାରୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଏକମାତ୍ର ବିକଳ୍ପ ବୋଲି ଖୋଦ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ଜନଜୀବନର ସୁରକ୍ଷା ଦୃଷ୍ଟିରୁ ଏହାକୁ କଡ଼ାକଡ଼ି ପାଳନ ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଅପିଲ୍ କରୁଛନ୍ତି । ମାତ୍ର ବିଡ଼ମ୍ବନା ହେଉଛି, ମୋଦିଙ୍କୁ ଆଦର୍ଶ ମାନୁଥିବା ଖୋଦ୍ ତାଙ୍କ ଦଳର ନେତାମାନେ ନିୟମ ଉଲ୍ଲଂଘନ କରିବାକୁ ଏକ ଫେସନ୍ ରେ ପରିଣତ କରିଦେଲେଣି । ଆତ୍ମବଡ଼ିମା ଦେଖାଉଥିବା ଏହି ତଥାକଥିତ ମୋଦି ଅନୁଗାମୀମାନେ ଅଭ୍ୟାସଗତ କୋଭିଡ୍ ନିୟମ ଉଲ୍ଲଂଘନକାରୀ ହୋଇଗଲେଣି । ଅଲବତ୍ ନିୟମ ଭାଙ୍ଗିବୁ.. ଫାଇନ୍ ଦେବୁ.. । ସମ୍ଭବତଃ ଏୟା ହିଁ ସେମାନଙ୍କ ଚିନ୍ତାଧାରା ।
ରାଜ୍ୟରେ କରୋନା ମହାମାରୀ ବେଳେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରେ ଦୁଇଦିନ କାଳ କୋଭିଡ୍ ନିମୟ ଭାଙ୍ଗି ଚାଲିଲେ । ଅମ୍ଫନ୍ ବାତ୍ୟା ସହାନୁଭୂତି ଦେବା ଆଳରେ ରୋଡ୍ ସୋ’ ରେ ବୁଲିଲେ । ସମାଲୋଚନାକୁ ଖାତିର କଲେନି ବୈଜୟନ୍ତ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମଟି ସତେ ଯେମିତି ପିଲା ଖେଳ ସଦୃଶ । ସମାଲୋଚନାକୁ ତିଳେମାତ୍ର ଭ୍ରୃକ୍ଷେପ ନାହିଁ । ସାମାଜିକ ଦୂରତା ନ ରଖି ଏବଂ ମାସ୍କ ନ ପିନ୍ଧି ସମର୍ଥକଙ୍କ ବାର୍ଥ ଡେ ପାଳିବା, ସହକର୍ମୀଙ୍କ ଗହଣରେ ଫଟୋ ଉଠାଇବା, ବ୍ରିଜ୍ ଶିଳାନ୍ୟାସ, ଅଫିସ ଉଦଘାଟନ ପର୍ବ, ଜନସମ୍ପର୍କ ଅଭିଯାନ କରିବାରେ ତାଙ୍କର ସଙ୍କୋଚ ନାହିଁ । ନିୟମ ଭାଙ୍ଗିଥିବା ସ୍ୱୀକାର କରି ନିଜେ ଟ୍ୱିଟ୍ କରିଛନ୍ତି ଏବଂ ଜରିମାନା ୧୦୦ ଟଙ୍କା ଦେଉଥିବା ଗର୍ବରେ କହୁଛନ୍ତି । ଅଭ୍ୟାସଗତ ଭାବେ ଖୋଲାଖୋଲି ନିୟମ ଉଲ୍ଲଂଘନ କରୁଥିବା ଅପରାଜିତାଙ୍କୁ ସାମ୍ବାଦିକମାନେ ଏହି ପ୍ରଶ୍ନ ପଚାରିଲେ ସେ ବିଦ୍ରୁପ ଢ଼ଙ୍ଗରେ ଉତ୍ତର ଦେଉଛନ୍ତି ।
ବୈଜୟନ୍ତ, ଅପରାଜିତାଙ୍କୁ ଦେଖାଦେଖି ତାଙ୍କର ସମର୍ଥକ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ମଧ୍ୟ କୋଭିଡ୍ ନିୟମ ଭାଙ୍ଗିବାକୁ ସାହାସ କରିଛନ୍ତି । ରୋଚକ କଥା ହେଉଛି, ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହେଉଥିଲେ ମଧ୍ୟ ନିଜକୁ ସାବଧାନ କରିବା ବଦଳରେ ଦଳର ଅନ୍ୟ ନେତା, ନେତ୍ରୀମାନେ କୋଭିଡ୍ ନିୟମ ଭାଙ୍ଗି ସରକାରଙ୍କ ସହ ପଙ୍ଗା ନେବାକୁ ଜିଦ୍ ଧରିଥିବା ଅଧିକାଂଶଙ୍କ ଆଚରଣ କହୁଛି ।

ଗତ ୭ ତାରିଖରେ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ବିଧାୟକ ଆଦିତ୍ୟ ମାଢ଼ୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ସମେତ ପ୍ରାୟ ୪୦ ମହିଳା ମୋର୍ଚ୍ଚା ନେତ୍ରୀ ଯାଇ ପହଞ୍ଚିଥିଲେ ସଟ୍ ଡାଉନ୍ ମାଲକାନଗିରିରେ । ଜିଲ୍ଲାରେ କରୋନା କାୟା ବିସ୍ତାର କରୁଥିବା ବେଳେ ବାହାରୁ ଆସୁଥିବା ଆଗନ୍ତୁକମାନଙ୍କ ଉପରେ ପ୍ରଶାସନ ତୀକ୍ଷ୍ମ ନଜର ରଖିଥିବା ବେଳେ ବିଜେପି ନେତ୍ରୀମାନେ ଖାତିର କଲେ ନାହିଁ । ଦୁଇ ମାସ ତଳେ ପୁଲିସ କ୍ୟାଣ୍ଟିନ୍ ରେ ଘଟିଥିବା ଏକ ବଳାକ୍ରାର ଓ ହତ୍ୟା ଅଭିଯୋଗର ସତ୍ୟାସତ୍ୟ ଖୋଜିବାକୁ ଯାଇଥିଲେ ଏହି ଟିମ୍ । ପ୍ରଶାସନର ବାରଣ ସତ୍ତ୍ୱେ ସେମାନେ କୋଭିଡ୍ ନିୟମ ଓ କଟକଣାର ଖୋଲା ଉଲ୍ଲଂଘନ କରି ପୀଡ଼ିତାଙ୍କ ଘର, ସର୍କିଟ୍ ହାଉସ୍, ଏସପି ଓ କଲେକ୍ଟରଙ୍କ କାର୍ଯ୍ୟାଳୟରେ ବେଧଡ଼କ ପଶିଲେ । ନିୟମ ଉଲ୍ଲଂଘନ ପାଇଁ ପ୍ରଶାସନ ସେମାନଙ୍କଠାରୁ ଜୋରିମାନା ଆଦାୟ କରିଥିଲେ ମଧ୍ୟ ନେତାମାନଙ୍କ ମନରେ ସାମାନ୍ୟ ସଙ୍କୋଚ ନାହିଁ ।
ମୁଷ୍ଟିମେୟ ଅମାନିଆ ବିଜେପି ନେତାଙ୍କ ବିଶୃଙ୍ଖଳିତ ଆଚରଣ କିଛି କଂଗ୍ରେସ ଏବଂ ବିଜେଡ଼ି ନେତାଙ୍କୁ ମଧ୍ୟ ଅନୁପ୍ରାଣିତ କରୁଥିବା ଦେଖିବାକୁ ମିଳୁଛି । ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ସାମାଜିକ ଦୂରତ୍ୱ ନିୟମ ଭାଙ୍ଗି ଆନ୍ଦୋଳନ କରିଥିଲେ । ସେହିଭଳି ଭୁବନେଶ୍ୱରର ତିନି ବିଧାୟକ ମନ୍ତ୍ରୀ ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ ରାଉତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମକୁ ଖାତିର କରିନାହାନ୍ତି । ଏ ସମ୍ପର୍କରେ ପଚାରିଲେ ସେମାନଙ୍କଠାରୁ ନିର୍ଲ୍ଲଜ ଉତ୍ତର ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ ସେମାନଙ୍କ ଉପରେ ପ୍ରଭାବ ପକାଇପାରିନି ।
କରୋନା ମହାମାରୀ ରାଜନୈତିକ ବାଛବିଚାରରେ ସଂକ୍ରମିତ ହେଉନାହିଁ । ଏଥିରେ ଲୋକଙ୍କ ଜନଜୀବନର ପ୍ରଶ୍ନ ଜଡ଼ିତ । କରୋନା ଲକ୍ ଡାଉନ୍ ପାଇଁ କୋଟି କୋଟି ଗରିବ ଜନତା ଜୀବିକା ହରାଇ ଆଉଟୁ ପାଉଟୁ ହେଉଛନ୍ତି । ମହାମାରୀରୁ ଉଦ୍ଧାର ପାଇବା ପାଇଁ ସେମାନେ ନିଜ ଜୀବିକାକୁ ବାଜି ଲଗାଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ନୟାନ୍ତ ହେଲେଣି । ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆକୁଳ ନିବେଦନ କରୁଛନ୍ତି । ସାଧାରଣ ଜନତା ସେଥିପ୍ରତି ଯଥେଷ୍ଟ ସଚେତନ ଥିଲେ ମଧ୍ୟ ମୁଷ୍ଟିମେୟ ଏଭଳି ନେତାଙ୍କ ଆଚରଣ ସମସ୍ତଙ୍କୁ ଆଚମ୍ବିତ କରୁଛି । ଲୋକଙ୍କ ପ୍ରତିନିଧି ସାଜିଥିବା ଏହି ନେତାମାନେ ଲୋକଙ୍କ ଜୀବନ ସୁରକ୍ଷା କରିବା ବଦଳରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ନିଶ୍ଚିତ ଭାବେ ଭୟଙ୍କର ।
Previous Post

ସଜଳ ସ୍ମୃତିର ସଚିତ୍ର ଅଧ୍ୟାୟ

Next Post

ଅମିତାଭ-ଅଭିଷେକ ବଚ୍ଚନଙ୍କୁ କରୋନା

Next Post
ଅମିତାଭ-ଅଭିଷେକ ବଚ୍ଚନଙ୍କୁ କରୋନା

ଅମିତାଭ-ଅଭିଷେକ ବଚ୍ଚନଙ୍କୁ କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA