Tuesday, July 28, 2026 07:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବନ୍ଧାପଡ଼ିଲା ସୌମ୍ୟଙ୍କ ସ୍ୱାଭିମାନ

by Our Correspondent
15 May, 2017- 12:46 AM
in Latest News, Politics
1 min read
3
ବନ୍ଧାପଡ଼ିଲା ସୌମ୍ୟଙ୍କ ସ୍ୱାଭିମାନ

ଭୁବନେଶ୍ୱର: ବିଜେଡ଼ି ରଙ୍ଗରେ ନିଜକୁ ରଙ୍ଗେଇ ସୌମ୍ୟ ନବୀନ ନିବାସ ଗଲେ । ଚାଷୀ ସମସ୍ୟା, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମସ୍ୟା, ଭାଷା ଆନ୍ଦୋଳନ ଓ ନିଶା ନିବାରଣ ସମ୍ପର୍କରେ କୁଆଡେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ । ତାଙ୍କ ସହ ଟିଙ୍କ ହୋଇ ଚାଷୀ ଓ ଚିଟଫଣ୍ଡ ଆନ୍ଦୋଳନର ନେତୃତ୍ୱ ନେଉଥିବା ଅକ୍ଷୟ, ଶେଷଦେବ ନନ୍ଦ, ସୁଭାଷ ପଟ୍ଟନାୟକ କି ରବି ଦାସ କିନ୍ତୁ ସାଙ୍ଗରେ ନ ଥିଲେ । ଏକା ଏକା ନବୀନ ନିବାସ ଯାଇ ନବୀନଙ୍କୁ ଭେଟିବା ଏବଂ ବାହାରକୁ ଆସି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଆଲୋଚନାର ବାହାନା ନେବା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ବରଂ ଇଷ୍ଟର୍ଣ୍ଣ ଡ୍ରାମା ଭଳିଆ କଥାଟି ଲାଗୁଛି । ତେବେ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଶାସକ ଦଳର ଜଣେ ଚିଟଫଣ୍ଡ କଳଙ୍କିତ ସାଂସଦଙ୍କ ମଧ୍ୟସ୍ଥତାରେ ସୌମ୍ୟ ନବୀନ ନିବାସକୁ ଯିବା ଖବର “ମିଡ଼-ଡ଼େ ଓଡ଼ିଶା” ଲେଖିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ନିଜର ବ୍ୟକ୍ତିଗତ ଅଭିସନ୍ଧି ଧରାପଡ଼ିଯିବା ପରେ ସୌମ୍ୟ ଫାଙ୍କିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଜି କହିଛନ୍ତି ଯେ ସେ ଶାଗ ମାଛ ଦରରେ ବିକ୍ରୀ ହେବା ଲୋକ ନୁହଁନ୍ତି କି ସହଜରେ ବିକ୍ରୀ ହୋଇପାରିବେ ନାହିଁ । ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ସୌମ୍ୟ ବିଲକୁଲ୍ ଭୁଲ୍ କହିନାହାନ୍ତି । ତାଙ୍କ ଭଳି ଦାମୀ ମଣିଷକୁ ଶାଗ ମାଛ ଦରରେ କାହିଁକି ବା କିଏ ନବ ? ଯାହା ହବ ଚଢ଼ା ମୂଲଚାଲରେ । ମନି ଓ ମିଡ଼ିଆ ପାୱାରରେ ବୈଜୟନ୍ତ ପଣ୍ଡା ଓ ଭର୍ତ୍ତୃହରି ମହତାବଙ୍କଠାରୁ ସେ କମ୍ ନୁହଁନ୍ତି । ବିଜେଡ଼ିରେ ଏହି ଦୁଇ ସାଂସଦଙ୍କର ଏବେକାର ଭୂମିକା ଯାହା ସୌମ୍ୟ ହିଁ ଏକମାତ୍ର ବିକଳ୍ପ ଭାବେ ନିଜକୁ ଚିତ୍ରଣ କରିବାରେ ଅସୁବିଧା ନାହିଁ । ଅବଶ୍ୟ ନବୀନ ତାଙ୍କୁ କେମିତି ଗ୍ରହଣ କରୁଛନ୍ତି ତାହା କେବଳ ଦେଖିବାର କଥା । ବଡ଼କଥାଟି ହେଉଛି, ସୌମ୍ୟ ତାଙ୍କ ବୟାନରେ ବିଜେଡ଼ିରେ ମିଶିବା ଚର୍ଚ୍ଚାକୁ ସିଧାସଳଖ ଅସ୍ୱୀକାର କରିନାହାନ୍ତି । କେଉଁଠି ବି ବିଜେଡ଼ି ବିରୋଧରେ ପଦୁଟିଏ କହିନାହାନ୍ତି । ବରଂ ବିଜେଡ଼ି ସପକ୍ଷରେ ଅଧାଅଧି ଓକିଲାତି କରିଛନ୍ତି ।

ପ୍ରଶ୍ନ ଉଠୁଛି, ଚାଷୀ, ଚିଟଫଣ୍ଡ ଜମାକାରୀଙ୍କ ପ୍ରତି ଦରଦ ଦେଖାଉଥିବା ସୌମ୍ୟ ଯଦି ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ସମସ୍ୟା ଜଣାଇବାକୁ ଚାହୁଁଥିଲେ ତେବେ ଏକୁଟିଆ ଲୁଚିଲା ଭଳି ଯାଇଥିଲେ କାହିଁକି ? ଚାଷୀ ଆନେ୍ଦାଳନର ଅକ୍ଷୟ, ଶେଷଦେବ ନନ୍ଦ, ଭାଷା ଆନ୍ଦୋଳନର ସୁଭାଷ ପଟ୍ଟନାୟକ କି ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ସୁରକ୍ଷା ଆନ୍ଦୋଳନର ରବି ଦାସଙ୍କୁ ସାଥୀରେ ନେଇଗଲେ ନାହିଁ କାହିଁକି ? ଚାଷୀ ଓ ଚିଟଫଣ୍ଡ ଜମାକାରୀଙ୍କ ପାଇଁ ରାଇଜ ସାରା ବୁଲି ଆଖିରୁ ଲୁହ ଗଡ଼ାଉଥିବା ସୌମ୍ୟଙ୍କୁ ସେଥିପାଇଁ ବାରଣ କଲା କିଏ ? କେଉଁ ପରିସ୍ଥିତି ତାଙ୍କୁ ଏକା ଯିବାକୁ ବାଧ୍ୟ କଲା ? ସମସ୍ତଙ୍କର ମନେଥିବ କିଛି ମାସ ତଳେ ଭୁବନେଶ୍ୱରରେ ଚାଷୀ ସମାବେଶ ଆୟୋଜନକୁ ସରକାର ଅନୁମତି ଦେଇ ନ ଥିଲେ । ଚାଷୀଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛନ୍ତି ବୋଲି ସୌମ୍ୟ ଓ ଅନ୍ୟନେତାମାନେ ଗଳା ଫଟାଇ ଚିତ୍କାର କରିଥିଲେ ମଧ୍ୟ ପୁଲିସ ଅନୁମତି ଦେଲାନି । ଏପରିକି ଚାଷୀ ସମାବେଶକୁ ଆସୁଥିବା ଲୋକଙ୍କୁ ପୁଲିସ ବିଭିନ୍ନ ଜାଗାରେ ଗୋଡେଇ ଗୋଡ଼େଇ ପିଟିଲା । ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ସୌମ୍ୟ ନବୀନଙ୍କ ଚାଷୀମାରଣ ନୀତିକୁ ମନଭରି ଗାଳି କରିଥିଲେ । ଅକ୍ଷୟ କୁମାର ଓ ଶେଷ ନନ୍ଦଙ୍କୁ ପୁଲିସ ଜେଲରେ ଠୁଙ୍କିଥିବାରୁ ସୌମ୍ୟ ପ୍ରଳାପ କରିଥିଲେ ।

ସେହିଭଳି ଚିଟଫଣ୍ଡ ଜମାକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ସାରା ରାଜ୍ୟରେ ସୌମ୍ୟ ଆନ୍ଦୋଳନ କରୁଛନ୍ତି । ରବି ଦାସ ଓ ଅନ୍ୟମାନଙ୍କୁ ଧରି ଚଢ଼ା ଭାଷଣ ମାରୁଛନ୍ତି । ସେପଟେ ଓଡ଼ିଆ ଭାଷା ପ୍ରୀତି ଦେଖାଇ ରାଜଧାନୀରେ କଳା ପତାକା ପଟୁଆରକୁ ଦୀର୍ଘ ଦିନ ଧରି ପୃଷ୍ଠପୋଷକତା ଦେଉଛନ୍ତି । ନିଶା ନିବାରଣ ଆନ୍ଦୋଳନରରେ ନିଜକୁ ସଂପୃକ୍ତ କରାଇଛନ୍ତି । ଏଥିପାଇଁ ଗଢ଼ି ଉଠିଥିବା ବିଭିନ୍ନ ସଂଗଠନରେ କେଉଁଠି ଆବାହକ ତ ଆଉ କେଉଁଠି ଉପଦେଷ୍ଟା ସାଜିଛନ୍ତି ।

ଭଲକଥା, ଏସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଆତ୍ମଘୋଷିତ ସ୍ୱାଭିମାନୀ ସୌମ୍ୟ ଯଦି ସୁଯୋଗ ପାଇଲେ ତେବେ ଏହି ସବୁ ଆନ୍ଦୋଳନର ଶୀର୍ଷ ନେତାମାନଙ୍କୁ ସାଙ୍ଗରେ ନେବାରେ ଅସୁବିଧା ରହିଲା କେଉଁଠି ? ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ଯଦି ମହତ୍ ଉଦ୍ଦେଶ୍ୟ ଥିଲା, ତେବେ ନିଜ ଖବରକାଗଜରେ ସିଙ୍ଗଲ୍ କଲମ୍ ବି ନିଉଜ୍ ଛପାଇଲେ ନାହିଁ କାହିଁକି ? ସରକାରୀ କାର୍ଯ୍ୟଦିବସରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଅଫିସରେ ତାଙ୍କୁ ଭେଟିବାକୁ ନ ଯାଇ ଛୁଟି ଦିନରେ ନବୀନ ନିବାସ ଏକା ଏକା ଯାଇ ଭେଟିବା ପଛରେ ରହସ୍ୟ କ’ଣ ହୋଇପାରେ ? ଓଡ଼ିଶାବାସୀ ଏତେ ମୁର୍ଖ ନୁହଁନ୍ତି ଯେ ବିଜ୍ଞ ସୌମ୍ୟ ଏମିତି କଥା କହି ସମସ୍ତଙ୍କୁ ଭଣ୍ଡେଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସବୁଠାରୁ ସାଂଘାତିକ କଥା ହେଉଛି, ଯେଉଁ ସାଂସଦଙ୍କ ମଧ୍ୟସ୍ଥିରେ ସେ ନବୀନ ନିବାସ ଯାଇଥିବା ସୂଚନା ମିଳିଛି, ସେହି ସାଂସଦଙ୍କ ଦେହରେ ଲାଗିଛି ଚିଟଫଣ୍ଡ କଳଙ୍କ । ବାରମ୍ବାର ସିବିଆଇ ଜେରା ପାଇଥିବା ସାଂସଦ ଆଗୁଆ ଜାମିନ୍ ରେ ଅଛନ୍ତି । ଚିଟଫଣ୍ଡ ଠକେଇ ବିରୋଧରେ ଲଢ଼ୁଥିବା ସୌମ୍ୟ ଶାସକଦଳର ଜଣେ ଚିଟଫଣ୍ଡ କଳଙ୍କିତ ସାଂସଦଙ୍କ ସହଯୋଗ ନେଇ ଏକା ଏକା ନବୀନଙ୍କୁ ଭେଟିବା ତାଙ୍କର ଅସଲ ଚରିତ୍ରକୁ ପଦାରେ ପକାଇଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ସେମାନଙ୍କ ମତରେ, ସାରା ଓଡ଼ିଶା ବୁଲି ସୌମ୍ୟ ଯେ ନାଟକବାଜି କରୁଛନ୍ତି ତାହା ଧରାପଡ଼ିଯାଇଛି । ନିଜର ବ୍ୟବସାୟିକ କିମ୍ବା ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ତାଙ୍କ ଦ୍ୱାରା ସବୁ ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କ ମତରେ ପଟ୍ଟନାୟକ ପରିବାର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏକାଠି ହୋଇଯିବାର ଇତିହାସ ୮୦ ଦଶକରୁ ରହିଆସିଛି । ବିଜେପି ମଧ୍ୟ ସୌମ୍ୟଙ୍କ ଆଭିମୁଖ୍ୟକୁ କଟୁ ସମାଲୋଚନା କରିଛି । ଖୋଦ୍ ବିଜେଡ଼ିର ଅନେକ ବରିଷ୍ଠ ନେତା କଳଙ୍କିତ ପଟ୍ଟନାୟକ ବଂଶଧରର ସୌମ୍ୟଙ୍କ ରାଜନୈତିକ ଅଭିଳାଷକୁ ଆକ୍ଷେପ କରିଛନ୍ତି । ଦଳ ପାଇଁ ଏହା ସାଂଘାତିକ ବିପଦ ସୃଷ୍ଟି କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Previous Post

ନବୀନ ନିବାସରେ ସୌମ୍ୟ, ସାଂସଦ ମଧ୍ୟସ୍ଥି

Next Post

କୋଉ କୂଳର ହେଲେନି

Next Post
କୋଉ କୂଳର ହେଲେନି

କୋଉ କୂଳର ହେଲେନି

Comments 3

  1. Manoranjan Patnaik says:
    9 years ago

    Soumya Ranjan Patnaik means a different personality in Odisha politics. Probably in 2003, I met him at Orissa Bhawan, New Delhi and asked him ‘Sir aapana Kahinki BJP chhadile?’, he replied me, ‘mu kan chhadili, jadi chhadili tuma Biswabhushan jogu, tuma Advani jogu’ and etc etc, after all I just told him, ‘Aapana jadi BJP re rahithaante Navin Patnaik nku loke chahi nathante.’And in a few minutes we spent some times together. Let forget everything and come to your News, your news indicates a fusion.Vai, I can expect and can’t expect it. Where is his decision, there’s Soumya Ranjan Patnaik. Thank you.

    Reply
  2. PurnachandraRath says:
    9 years ago

    ବୋଧହୁଏ ଲୁଚିକରି ଯାଇଥିଲେ, ଲୁଚିକରି ଫେରିଥାନ୍ତେ। ଧରାପଡିଯିବାରୁ ଯାହାତାହା କହିଗଲେ!

    Reply
  3. sanatan dash says:
    9 years ago

    Satru sahita ladhei karuthiba loka jadi …satru pakhare akaki sarana pase.Tebe nijara swarth pain….kintu That meams politycal is a beuseness.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA