Sunday, May 10, 2026 08:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜେଲ୍ ଗଲେ ରସିକିଆ ବାବୁ

by Our Correspondent
09 Jul, 2020- 10:23 PM
in Latest News, News
1 min read
0
ଜେଲ୍ ଗଲେ ରସିକିଆ ବାବୁ
ଭୁବନେଶ୍ୱର: ଅଶ୍ଲୀଳ ଫୋନ୍ କଲ୍, ମେସେଜ୍ ଜରିଆରେ ଅଧାରୁ କମ୍ ବୟସର ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୁକ୍ତ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାନ୍ଧିଛି ମହିଳା ଥାନା ପୁଲିସ । ତାଙ୍କ ବିରୋଧରେ ଆଇପିସି ଦଫା ୩୫୪ ଏବଂ ୬୭ ଆଇଟି ଆକ୍ଟ୍ ରେ କେସ୍ ଲାଗିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ଯାଇଛନ୍ତି ।
ଆୟୁଷ ନିର୍ଦ୍ଦେଶାଳୟରେ ଠିକାରେ କାର୍ଯ୍ୟ କରୁଥିବା ୨୫ ବର୍ଷୀୟା ଆକାଉଣ୍ଟସ୍ ଅଧିକାରୀ ଗତ ୬ ତାରିଖରେ ମହିଳା ଥାନାରେ ନିର୍ଦ୍ଦେଶକଙ୍କ ବିରୋଧରେ ଏତଲା ଦେଇଥିଲେ । ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ତାଙ୍କୁ ବାରମ୍ବାର ଫୋନ୍ ରେ ଅଶ୍ଲୀଳ ଇଙ୍ଗିତ କରୁଥିଲେ ଏବଂ ହ୍ୱାଟସ୍ ଆପ୍ ରେ ଅଶ୍ଲୀଳ ମେସେଜ୍ ଦେଉଥିଲେ । ଅଭିଯୋଗକାରିଣୀ ଏସବୁର ଅଡ଼ିଓ କ୍ଲିପ୍ ଏବଂ ହ୍ୱାଟସ୍ ଆପ୍ କଥାବାର୍ତ୍ତାର ସ୍କ୍ରିନ୍ ସଟ୍ ଦେଇଥିଲେ ମହିଳା ଥାନା ପୁଲିସକୁ ।
ନଜର ପକାନ୍ତୁ କ’ଣ ସେହି ମେସେଜ୍..
ତମେ ଯେତେବେଳେ ମୋ ଚାମ୍ବରକୁ ଆସ, ମୁଁ ଏକ୍ସଟାଇଟେଡ୍ ହୋଇଯାଏ । ଆମ ଦୁଇଜଣଙ୍କ ଭିତରେ ଭଲ ଦୋସ୍ତି ହେବା ଦରକାର ।
ଦିନେ ଖୋଲା ପଡ଼ିଆକୁ ଯିବା । ସେଠି ଗୀତ ଗାଇବା, ନାଚିବା, ପେଟେ ପେଟେ ପିଇବା, ଯାହା ଇଚ୍ଛା ତାହା କରିବା । ତେବେ ଯାଇ ଭଲ ଦୋସ୍ତି ହେବ ନା ।
ତୁମେ ଗାଧୋଇବା ବେଳେ ବାଥରୁମ୍ ରୁ ମତେ ଟିକେ ଭିଡ଼ିଓ କଲ୍ କର, ପ୍ଲିଜ୍.. ।
ଡରନି.. ଯଦି ପ୍ରୋବ୍ଲେମ୍ ହେଲା, ମୁଁ ତମକୁ ସ୍ତ୍ରୀର ପରିଚୟ ଦେବି ।
ଅଭିଯୋଗକାରିଣୀ ତାଙ୍କ ଏତାଲାରେ ଦର୍ଶାଇଥିଲେ ଯେ ଗତବର୍ଷ ଅଗଷ୍ଟ ମାସରେ ଆୟୁଷ ନିର୍ଦ୍ଦେଶକ ଭାବେ ବିଭୁ ଷଡ଼ଙ୍ଗୀ ଯୋଗଦେବା ପରଠୁ ତାଙ୍କ ଉପରେ ଖରାପ ନଜର ପକାଇଥିଲେ । ଅଫିସ୍ କାମ ବାହାନାରେ ତାଙ୍କୁ ବାରମ୍ବାର ଚାମ୍ବରକୁ ଡାକୁଥିଲେ । ଗତ ଜୁନ୍ ୨୮ ରେ ତାଙ୍କୁ ହ୍ୱାଟସ୍ ଆପ୍ ରେ ନିଜର ଉଲଗ୍ନ ଭିଡ଼ିଓ ପଠାଇବା ସହ ବାଥରୁମ୍ ରୁ ଭିଡ଼ିଓ କଲ୍ କରିବାକୁ କହିଥିଲେ । ଏଭଳି ଅସଭ୍ୟ ଆଚରଣରୁ ନିବୃତ୍ତ ରହିବାକୁ ସେ ବସ୍ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କର ଉତ୍ପାତ କମିବା ପରିବର୍ତ୍ତେ ବଢ଼ିଥିଲା । ଅନ୍ୟ ଉପାୟ ନ ପାଇ ଶେଷରେ ମହିଳା ଥାନାର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି ।
ସହକର୍ମୀ ଯୁବତୀଙ୍କ ଅଭିଯୋଗ ପରେ ଫେରାର୍ ହୋଇଯାଇଥିଲେ ନିର୍ଦ୍ଦେଶକ ଷଡ଼ଙ୍ଗୀ । ପରଦିନ ମହିଳା ଥାନାକୁ ଏକ କାଉଣ୍ଟର୍ ଏତଲା ପଠାଇଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ବୋଲି ଦାବି କରିଥିଲେ । ଅଭିଯୋଗକାରିଣୀଙ୍କ ନିଯୁକ୍ତି ବେଆଇନ ହୋଇଥିବାରୁ ସେ ଭିଜିଲାନସ୍ ତଦନ୍ତ ପାଇଁ ଲେଖିଛନ୍ତି । ତେଣୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ସଫେଇ ରଖିଥିଲେ ।
ନିଜେ ଥାନା ଆସିବାକୁ ସାହାସ କରି ନ ଥିବା ଏହି ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ଆଜି ଦ୍ୱିପ୍ରହରେ ମହାଶୟ ମହିଳା ଥାନାରେ ପହଞ୍ଚିଥିଲେ । ପୁଲିସ ତାଙ୍କୁ ଦୀର୍ଘ ପ୍ରାୟ ୨ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା ।
ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ ବୋଲି କ୍ୟାମେରା ଆଗରେ ନିର୍ଲଜ ସଫେଇ ଦେଇଛନ୍ତି ନିର୍ଦ୍ଦେଶକ ଷଡ଼ଙ୍ଗୀ । ଉକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ୍ ମିଶି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା କହିଛନ୍ତି ।
ସୂଚନାଯୋଗ୍ୟ, ୨୫ ବର୍ଷୀୟା ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲାରେ ଆଜି ଜେଲ୍ ଯାଇଥିବା ଏହି ବରିଷ୍ଠ ଓଏଏସ୍ ଅଧିକାରୀ ଆସନ୍ତା ଡିସେମ୍ବରରେ ଚାକିରିରୁ ଅବସର ଗ୍ରହଣ କରିବେ ।
Previous Post

ତୃତୀୟ ମହଲା କୋଭିଡ୍ ପରିଚାଳନା ଦାୟିତ୍ୱରେ ଭିନୀଲ୍ କ୍ରିଷ୍ଣା

Next Post

ପୁଲିସ ଏନକାଉଣ୍ଟର୍!! ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଖତମ୍

Next Post
ପୁଲିସ ଏନକାଉଣ୍ଟର୍!! ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଖତମ୍

ପୁଲିସ ଏନକାଉଣ୍ଟର୍!! ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଖତମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA